ବିଶିଷ୍ଟ ଗାନ୍ଧୀବାଦୀ ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ୯୦ତମ ଜନ୍ମ ଦିବସ ପାଳିତ

Share It

ଭୁବନେଶ୍ୱର: ବରୀ ଅଞ୍ଚଳର ବିଶିଷ୍ଟ ଗାନ୍ଧୀବାଦୀ ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ୯୦ତମ ଜନ୍ମ ଦିବସ ଅବସରରେ ଆଜି ଭୁବନେଶ୍ବର ଉପକଣ୍ଠସ୍ଥ ପାତ୍ରପଡ଼ାରେ ଥିବା ସ୍ମୃତିବନରେ ଚାରା ରୋପଣ ସହିତ ସ୍ମୃତିଶିଳା ସ୍ଥାପନ କରାଯାଇଛି।

ଅଚ୍ୟୁତାନନ୍ଦ ସାମଲ ସ୍ମାରକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ ବିଶିଷ୍ଟ ସାହିତ୍ୟିକ ନିଳୟକାନ୍ତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଶତ୍ରୁଜିତ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏଭଳି ସ୍ମୃତି ଚାରଣ ଜରିଆରେ ଦିବଂଗତ ଅଚ୍ୟୁତାନନ୍ଦ ସାମଲଙ୍କ ଆବେଗ ବିହ୍ଵଳ ଶ୍ରଦ୍ଧା ପଛରେ ଥିଲା ତ୍ୟାଗପୂତ ଜୀବନ ଓ ସେବା ପାଇଁ ସମର୍ପିତ ଜୀବନର ଅମର କାହାଣୀ ବୋଲି ଅତିଥିମାନେ ମତ ଦେଇଥିଲେ

ସ୍ମାରକ ପ୍ରତିଷ୍ଠାନର ସଭାପତି ନିମାଇଁ ରାୟ ଓ ସମ୍ପାଦକ ତପନ ବିହାରୀ ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରୀ ଅଞ୍ଚଳର ବହୁ ଶୁଭେଚ୍ଛୁ ଏବଂ ଅଚ୍ୟୁତାନନ୍ଦ ସାମଲ ସ୍ମାରକ ପ୍ରତିଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ।


Share It

Comments are closed.