ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ

ଟ୍ରେନ ସେବାରେ ଅସ୍ଥାୟୀ ପରିବର୍ତ୍ତନ

Share It

ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ରେଳ ମଣ୍ଡଳ ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ୨୬ ପର୍ଯ୍ୟନ୍ତ ରାଉରକେଲା-ବଣ୍ଡାମୁଣ୍ଡା ରେଳ ସେକ୍ସନରେ ମଲ୍ଟି-ଟ୍ରାକିଂ ଲାଇନଗୁଡ଼ିକର କାର୍ଯ୍ୟକ୍ଷମର ଅଂଶ ଭାବରେ ଟ୍ରାକ ସଂଯୋଗ ଏବଂ ନନ-ଇଣ୍ଟରଲକିଂ ପରିଚାଳନା ଆଦି କାର୍ଯ୍ୟ କରାଯିବ। ଏହି ପ୍ରକଳ୍ପର କାର୍ଯ୍ୟାନ୍ବୟନକୁ ସହଜ କରିବା ପାଇଁ, କିଛି ଟ୍ରେନ ସେବାକୁ ଅସ୍ଥାୟୀ ଭାବରେ ବାତିଲ କିମ୍ବା ଆଂଶିକ ଭାବରେ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଅଯାଇଛି। ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ୮୪୫୨ ପୁରୀ – ହଟିଆ ତପସ୍ବିନୀ ଏକ୍ସପ୍ରେସ ୨୦, ୨୧, ୨୨, ୨୪ ଏବଂ ୨୫ ଏପ୍ରିଲ୍‌ରେ ପୁରୀ ଠାରୁ ବାତିଲ ରହିବ। ୧୮୪୫୧ ହଟିଆ – ପୁରୀ ତପସ୍ବିନୀ ଏକ୍ସପ୍ରେସ ୨୧, ୨୨, ୨୩, ୨୫ ଏବଂ ୨୬ ଏପ୍ରିଲରେ ହଟିଆ ଠାରୁ ବାତିଲ ରହିବ। ୧୮୧୨୫ ରାଉରକେଲା – ପୁରୀ ଏକ୍ସପ୍ରେସ ୨୪ ଏବଂ ୨୫ ତାରିଖରେ ରାଉରକେଲାଠାରୁ ବାତିଲ ରହିବ। ୧୮୧୨୬ ପୁରୀ – ରାଉରକେଲା ଏକ୍ସପ୍ରେସ ୨୫ ଏବଂ ୨୬ରେ ପୁରୀ ଠାରୁ ବାତିଲ ରହିବ। ୧୮୧୧୮/୧୮୧୧୭ ଗୁଣୁପୁର – ରାଉରକେଲା – ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ୨୪ ତାରିଖରେ ଗୁଣୁପୁରରୁ ଏବଂ ୨୫ ଏପ୍ରିଲ, ୨୦୨୫ରେ ରାଉରକେଲାରୁ ବାତିଲ ରହିବ।
ସେହିପରି ଆଂଶିକ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ୨୨୮୬୨/୧୨୮୭୨ କଣ୍ଟାବାଞ୍ଜି/ଟିଟିଲାଗଡ଼ – ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ କଣ୍ଟାବାଞ୍ଜୀ / ଟିଟିଲାଗଡ଼ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ। ୨୨୮୬୧/୧୨୮୭୧ ହାଓଡ଼ା – କଣ୍ଟାବାଞ୍ଜୀ / ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ କେବଳ ହାଓଡ଼ା ଓ ଟାଟାନଗର ମଧ୍ୟରେ ଏହି ସମୟରେ ଚଳାଚଳ କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଝାରସୁଗୁଡା ଓ ଟାଟାନଗର ମଧ୍ୟରେ ବାତିଲ ରହିବ। ୧୫୦୨୮/୧୫୦୨୭ ସମ୍ବଲପୁର-ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ ଗୋରଖପୁରଠାରୁ ଏପ୍ରିଲ ୨୧ ଏବଂ ୨୪ରେ ହଟିଆ ଓ ସମ୍ବଲପୁର ମଧ୍ୟରେ ବାତିଲ ରାହିବାକୁ ଥିବାବେଳେ ସମ୍ବଲପୁର ଠାରୁ ୨୩ ଏବଂ ୨୬ ତାରିଖରେ ସମ୍ବଲପୁର ଓ ହଟିଆ ମଧ୍ୟରେ ବାତିଲ ରହିବ। ୨୦୮୩୫/୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ୨୫ରେ ଝାରସୁଗୁଡା ଓ ରାଉରକେଲା ମଧ୍ୟରେ ବାତିଲ ରହିବ।


Share It

Comments are closed.