ଏବେ ଚାକିରୀଆଙ୍କ ଦୈନିକ କାର୍ଯ୍ୟସୀମା ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ହୋଇପାରେ, ବଦଳିପାରେ ଛୁଟି ନିୟମ


ଶ୍ରମ ମନ୍ତ୍ରାଳୟ ସଂସଦରେ ନୂଆ ଶ୍ରମ କୋଡ଼ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ଡ୍ୟୁଟି ୧୨ ଘଣ୍ଟା ହୋଇପାରେ। ଶ୍ରମ ମନ୍ତ୍ରାଳୟ ନୂଆ ଶ୍ରମ କୋଡ଼ରେ ସପ୍ତାହରେ ମୋଟ କାର୍ଯ୍ୟ ସମୟ ବୃଦ୍ଧି କରିନାହାନ୍ତି। ଯାହାଫଳରେ ଆପଣଙ୍କୁ ସପ୍ତାହରେ ୪୮ ଘଣ୍ଟା ହିଁ କାମ କରିବାକୁ ପଡିବ। ଆପଣଙ୍କ ସାପ୍ତାହିକ ଅବକାଶ ମଧ୍ୟ ବଢିପାରେ। ଜାଣନ୍ତୁ କଣ ନୂଆ ଶ୍ରମ କୋଡ଼ :

ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତ ସଂହିତା ୨୦୨୦ ନିୟମ ଅନୁଯାୟୀ ମନ୍ତ୍ରାଳୟ ୧୨ ଘଣ୍ଟା କାମ ପାଇଁ ପ୍ରସ୍ତାବ ଦେଇଛି। ଏହା ମଝିରେ ସ୍ୱଳ୍ପ ସମୟ ପାଇଁ ଅବକାଶ ମଧ୍ୟ ସାମିଲ ଅଛି। କିନ୍ତୁ ଏହି ପ୍ରସ୍ତାବରେ ସାପ୍ତାହିକ କାର୍ଯ୍ୟ ସମୟ ୪୮ ଘଣ୍ଟା ହିଁ ରଖାଯାଇଛି। ବର୍ତ୍ତମାନ ଯେଉଁ ନିୟମ ରହିଛି ତା ଅନୁସାରେ ୮ ଘଣ୍ଟା ସିଫ୍ଟ ୬ ଦିନ ଯାଏଁ ରହିଥାଏ। ଏଥିରେ ଦିନେ ସାପ୍ତାହିକ ଅବକାଶ ଥାଏ। ୯ ଘଣ୍ଟା ସିଫ୍ଟ କଲେ ସପ୍ତାହକୁ ଦୁଇ ଦିନ ଅବକାଶ ମିଳିଥାଏ। ନୂଆ ନିୟମ ଅନୁସାରେ ଦୈନିକ ୧୨ ଘଣ୍ଟା ସିଫ୍ଟ କଲା କଲେ ୩ ଦିନ ଅବକାଶ ମିଳିବ। ଯେକୌଣସି ଦିନ ଓଭର ଟାଇମ ଗଣନାରେ ୧୫ ରୁ ୩୦ ମିନିଟ ସମୟକୁ ୩୦ ମିନିଟ ଗଣତି ହେବ। ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ୩୦ ମିନିଟରୁ କମ ସମୟକୁ ଓଭର ଟାଇମ ହିସାବରେ ଗଣନା କରାଯିବ ନାହିଁ। ଶ୍ରମ ମନ୍ତ୍ରାଳୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରର କର୍ମଚାରୀ, ଛୋଟ ବ୍ୟବସାୟୀ, ଷ୍ଟ୍ରିଟ ୱାର୍କରସ, ଗ୍ରାମୀଣ ଓ ସହରୀ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ ESIC ଲାଭ ସୁନିଶ୍ଚିତ କରିଛନ୍ତି। ଏହା ଅନୁସାରେ ସମସ୍ତ ଶ୍ରମିକ ନିଜ ଦରମାର ଏକ ଛୋଟ ଭାଗ ସଞ୍ଚୟ କରି ହସ୍ପିଟାଲ ଓ ଔଷଧଲଯରେ ଫ୍ରିରେ ଚିକିତ୍ସା ସୁବିଧା ନେଇପାରିବେ।

ନୂଆ ଶ୍ରମ କୋଡ଼ ଲାଗୁ ହେବାପରେ ପ୍ରବାସୀ ଶ୍ରମିକଙ୍କୁ ବର୍ଷକୁ ଠାରେ ନିଜ ଘରକୁ ଯିବାକୁ ଯାତ୍ରା ଭତ୍ତା ଦେବାକୁ ସର୍ତ୍ତ ରଖାଯାଇଛି। ଏହି ଆଇନ ଲାଗୁ ହେବାପରେ ପ୍ରବାସୀ ଶ୍ରମିକ ନିଜ ରାସନ କାର୍ଡ ଅନ୍ୟ ରାଜ୍ୟକୁ ସହଜରେ ଟ୍ରାନ୍ସଫର କରିପାରିବେ। ଯେଉଁଠାରେ ରହିବେ ସେଠାରେ ରାସନ ଡିଲର ଠାରୁ ନିଜ କୋଟା ହିସାବରେ ରାସନ ନେଇପାରିବେ। ଏବେ ସୁଦ୍ଧା ମହିଳା ଶ୍ରମିକଙ୍କୁ ଖନନ ଓ ନିର୍ମାଣ କ୍ଷେତ୍ରରେ କାମ କରିବାକୁ ମଞ୍ଜୁରୀ ମିଳିନଥିଲା। ନୂଆ ଶ୍ରମ କୋଡ଼ ପାସ ହେବାପରେ ମହିଳା ଶ୍ରମିକ ସବୁ କ୍ଷେତ୍ରରେ କାମ କରିପାରିବେ। ସରକାର ନୂଆ ଶ୍ରମ କୋଡ଼ରେ ଶ୍ରମିକଙ୍କ କୌଶଳ ବଢାଇବା କ୍ଷେତ୍ରରେ ଜୋର ଦେଇଛନ୍ତି। ଯାହାଫଳରେ ଶ୍ରମିକ ଉବେର, ଓଲା, ଫ୍ଲିପକାର୍ଟ, ଆମାଜନ ଭଳି କମ୍ପାନୀରେ ସହଜରେ କାମ କରିପାରିବେ।

ଏବେ ସୁଦ୍ଧା ଦେଶରେ ଅସଂଗଠିତ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା ଶ୍ରମିକଙ୍କୁ କମ ଦରମା ଦିଆଯାଇଥାଏ। କିନ୍ତୁ ନୂଆ ଶ୍ରମ କୋଡ଼ରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦରମା ପ୍ରାବଧାନ ରଖାଯାଇଛି।

ନୂଆ ଶ୍ରମ କୋଡ଼ରେ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ ସମସ୍ତ ଶ୍ରମିକଙ୍କ ମଜୁରୀରେ ପ୍ରତି ୫ ବର୍ଷରେ ଥରେ ସଂଶୋଧନ ପ୍ରାବଧାନ ରଖାଯାଇଛି। ନୂଆ ଶ୍ରମ କୋଡ଼ ଲାଗୁ ହେବାପରେ ପ୍ରତି ୫ ବର୍ଷରେ ସର୍ବନିମ୍ନ ମଜୁରୀରେ ସଂଶୋଧନ କରିବା ଅନିବାର୍ଯ୍ୟ ହେବ।


Share It

Comments are closed.