ଗୋଆରେ ସ୍ଥାପିତ ହେବ କିମ୍ବଦନ୍ତୀ ଫୁଟବଲର ମାରାଡୋନାଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି


ଗୋଆ ସରକାର ଆସନ୍ତା ବର୍ଷ ଆରମ୍ଭରେ ପୂର୍ବ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା କାଲାଙ୍ଗୁଟରୁ ବିଧାୟକ ମାଇକେଲ ଲୋବୋ ପିଟିଆଇକୁ କହିଛନ୍ତି ଯେ ମାରାଡୋନାଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ନିର୍ମାଣ ଚାଲିଛି। ମହାରାଷ୍ଟ୍ରର ଜଣେ କଳାକାର ଏଥିରେ କାମ କରୁଛନ୍ତି। ‘

ଲୋବୋ ନିଜେ ୨୦୧୮ ରେ ରାଜ୍ୟରେ ମାରାଡୋନାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି କାଣ୍ଡୋଲିମ୍ କିମ୍ବା କାଲାଙ୍ଗୁଟରେ ସ୍ଥାପନ କରାଯିବ।


ମନ୍ତ୍ରୀ କହିଛନ୍ତି ଯେ ଏହି ୩୫୦ କିଲୋଗ୍ରାମର ପ୍ରତିମୂର୍ତ୍ତି ଫୁଟବଲ ସଂସ୍କୃତିକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପର ଏକ ଅଂଶ। ଲୋବୋ କହିଛନ୍ତି ଯେ ରାଜ୍ୟର ଉତ୍ତର ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଅନ୍ୟ ଜଣେ ଭେଟେରାନ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରସ୍ତୁତ କରାଯାଉଛି।

୧୯୮୬ ବିଶ୍ୱକପରେ ଆର୍ଜେଣ୍ଟିନାର ବିଜୟର ନାୟକ ଡିଏଗୋ ମାରାଡୋନାଙ୍କର ବୁଧବାର ଦିନ ତାଙ୍କ ଆବାସ ବୁଏନୋସ୍ ଆଇରେସରେ ଦେହାନ୍ତ ଘଟିଛି ।


Share It

Comments are closed.