କଣ ଆପଣ କଂଚାଲଙ୍କା ଖାଇବାର ଏହି ଚମତ୍କାରୀ ଫାଇଦାଗୁଡ଼ିକ ବିଷୟରେ ଜାଣନ୍ତି କି?

Share It

ଯେକୌଣସି ବ୍ୟଞ୍ଜନ ହେଉନା କାହିଁକି କଂଚାଲଙ୍କା ବିନା ସବୁ ଫିକା ।
ଅଧିକାଂଶ ଭାରତୀୟଲୋକମାନେ ସେମାନଙ୍କ ଖାଦ୍ୟରେ କଞ୍ଚାଲଙ୍କାକୁ ବେଶ ପସନ୍ଦ କରିଥାନ୍ତି ।ବିଶେଷକରି ବିଭିନ୍ନ ଖାଦ୍ୟର ଟେଷ୍ଟ୍ ପାଇଁ କଞ୍ଚାଲଙ୍କାକୁ ସମସ୍ତେ ଖାଦ୍ୟରେ ବ୍ୟବହାର କରୁଥିଲେ ମଧ୍ୟ କେହି ଏହାର ଭଲଗୁଣ ସମ୍ଵନ୍ଧରେ ଜାଣନ୍ତି ନାହିଁ । ଲାଲ ଲଂକାଗୁଣ୍ଡ ବ୍ୟବହାର ଠାରୁ କଞ୍ଚାଲଙ୍କା ଅନେକ ରୋଗର ନିରାକରଣ ମଧ୍ୟ କରିଥାଏ । କିନ୍ତୁ ମନେ ରଖନ୍ତୁ କୌଣସି ଜିନିଷର ମାତ୍ରାଧିକ ସେବନ ଆଦୌଁ ଠିକ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କଞ୍ଚାଲଙ୍କା ବାବଦରେ ସେହିଭଳି କିଛି କଥା ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ ….

କ୍ୟାନସରରୁ ସୁରକ୍ଷା- କଞ୍ଚାଲଙ୍କା ଆଣ୍ଟିଅକ୍ସିଡ଼ାଣ୍ଟର ଉତ୍ସ ହୋଇଥିବାରୁ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଯାହା କ୍ୟାନସରରୁ ରକ୍ଷା କରିଥାଏ ।

କଞ୍ଚାଲଙ୍କାରେ ପଚୁର ପରିମାଣରେ ଭିଟାମିନ ସି ଥାଏ । ଏହାକୁ ଖାଇବା ଦ୍ଵାରା ବିଭିନ୍ନ ରୋଗକୁ ମୁକାବିଲା କରିବାକୁ ଆବଶ୍ୟକ ପଡ଼ୁଥିବା ପ୍ରତିରୋଧକ ଶକ୍ତି ସେଥିରୁ ମିଳିଥାଏ । ଏହାକୁ ଖାଇଲେ ବନ୍ଦ ହୋଇଯାଉଥିବା ନାକ ମଧ୍ୟ ଖୋଲିଯାଇଥାଏ ।

ଅଧିକ ରାଗଥିବା କଞ୍ଚାଲଙ୍କାରେ ବିଶେଷକରି ଭିଟାମିନ ‘ଇ’ ଥାଏ, ଯାହାକି ତ୍ଵଚାକୁ କୋମଳ ଓ ମସୃଣ କରିଥାଏ । ଚର୍ମକୁ ଉଜ୍ଜ୍ଵଳ ମଧ୍ୟ କରିଥାଏ ।

କଞ୍ଚାଲଙ୍କାରେ ଜିରୋ କ୍ୟାଲୋରି ଥିବା କାରଣରୁ ଓଜନ କମାଇବା ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ ।

ଡ଼ାଇବେଟିସକୁ ଭୟ କରୁଥିବା ଲୋକଙ୍କ ପାଇଁ କଞ୍ଚାଲଙ୍କା ମଧ୍ୟ ବିଶେଷ ଦରକାରୀ । ଏହା ବ୍ଲଡ଼ ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଅଧିକ କଞ୍ଚାଲଙ୍କା ଖାଉଥିବା ଲୋକ ଡ଼ାଇବେଟିସର ଆଂଶକା କମ୍ ଥାଏ ।

କଞ୍ଚାଲଙ୍କାରେ ଡ଼ାଏଟାରୀ ଫାଇବର ଥିବା କାରଣରୁ ଏହା ଖାଦ୍ୟ ପଦାର୍ଥକୁ ସହଜରେ ହଜମ କରେଇଦେଇଥାଏ । ଯାହା ଫଳରେ ଅଧିକ ଗୁରୁପାକ ଖାଦ୍ୟ ଖାଇଲେ ବି ଯଦି କଞ୍ଚାଲଙ୍କାର ବ୍ୟବହାର କରାଯାଇଥିବ କିଛି ଟେନସନ ନେବାର ଆବଶ୍ୟକତା ନାହିଁ ।

କଞ୍ଚାଲଙ୍କା ଖାଇବାଦ୍ଵାରା ମସ୍ତିସ୍କକୁ ଅଧିକ ପରିମାଣରେ ହରମୋନ କ୍ଷରଣ କରିଥାଏ । ଯାହା ଦ୍ଵାରା ସଂଚାଳନର ସ୍ଥିତି ଠିକ ରଖି ମନକୁ ପ୍ରଫୁଲ୍ଲିତ ରଖିବା ସହିତ ଖୁସି ବି କରେଇଥାଏ ।

ଅତ୍ୟଧିକ ଧୂମପାନ କରୁଥିବା ଲୋକଙ୍କ ପାଇଁ କଞ୍ଚାଲଙ୍କା ଖାଇବା ନିହାତି ଉପକାର । କାରଣ ଅଧିକ ଧୂମ୍ରପାନ କରିବା ଦ୍ଵାରା ଫୁସଫୁସ ଆକ୍ରାନ୍ତ ହୋଇ କ୍ୟାନସର ହେବାର ଯେଉଁ ଆଶଂକା ଥାଏ ,ତାହା କଞ୍ଚାଲଙ୍କା ଖାଇବା ଦ୍ଵାରା ଆଶଂକା କମ୍ ଥାଏ ।

କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆ ପୋଷକ ଥିବାରୁ ଚର୍ମରୋଗରୁ ମଧ୍ୟ ରକ୍ଷାକରିଥାଏ । ଶୀତଦିନେ ଚର୍ମରୋଗର ଆଶଙ୍କା ଅଧିକ ଥାଏ । ତେଣୁ କଞ୍ଚାଲଙ୍କା ଖାଇବା ଦ୍ଵାରା ଏସବୁ ରୋଗକୁ ମଧ୍ୟ ନିଜ ପାଖରୁ ଦୂରେଇ ରଖିପାରିବେ ।

ଭାରତୀୟ ମହିଳାଙ୍କ ପାଇଁ ମଧ୍ୟ ଶୁଭଖବର । ଲୌହ ବା ଆଇରନ କମ୍ ରହୁଥିବା ମହିଳାମାନେ ଯଦି କଞ୍ଚାଲଙ୍କା ଖାଇବେ ତାହେଲେ, ତାଙ୍କ ଶରୀରରେ ଲୌହସାରର ଅଭାବ ରହିବ ନାହିଁ ।


Share It

Comments are closed.