ଖାଲି ପେଟରେ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ହୋଇପାରେ ସମସ୍ୟା

Share It

ଅନେକ ସମୟରେ ଆମେ ଅତ୍ୟଧିକ ଭୋକିଲା ଅନୁଭବ କରୁଥିବା ସମୟରେ ଆଖି ସାମ୍ନାକୁ ଯେଉଁ ଖାଦ୍ୟ ଆସେ ତାହା ଆମେ ଖାଇ ଦେଇଥାଉ, କିନ୍ତୁ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, କିଛି ଜିନିଷ ଏମିତି ଅଛି ଯାହାକୁ ପ୍ରବଳ ଭୋକ ଲାଗିବା ପରେ ମଧ୍ୟ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । ତେବେ, ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ବିଷୟରେ..

ପିଜୁଳି: ପିଜୁଳି ଏକ ଏପରି ଫଳ, ଯାହାକୁ ଅଲଗା-ଅଲଗା ସ୍ଥିତିରେ ଖାଇବା ଦ୍ୱାରା ଭିନ୍ନ ଫଳାଫଳ ମିଳିଥାଏ, ଅର୍ଥାତ୍ ଯଦି ଆପଣ ଶୀତଦିନେ ସକାଳେ ଖାଲି ପେଟରେ ପିଜୁଳି ଖାଆନ୍ତି, ତେବେ ଆପଣ ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଏଥି ସହିତ, ଯଦି ଆପଣ ଗ୍ରୀଷ୍ମ ଋତୁରେ ଖାଲି ପେଟରେ ପିଜୁଳି ଖାଆନ୍ତି, ତେବେ ଏହା ଳାଭ ଦେଇଥାଏ । ତେଣୁ ଆପଣ ଖାଲି ପେଟରେ ପିଜୁଳି ଖାଇବା ଉଚିତ୍ ନୁହେଁ ।

ଷେଓ : ଶୀତଦିନେ ଖାଲି ପେଟରେ ଷେଓ ଖାଇବା ଦ୍ୱାରା ବ୍ଲଡ ପ୍ରେସର ବଢିପାରେ, ଯଦି ଆପଣ ସକାଳେ କିଛି ନ ଖାଇ ଖାଲି ପେଟରେ ଷେଓ ଖାଆନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିପାରେ, କିନ୍ତୁ ଗ୍ରୀଷ୍ମ ଋତୁରେ ଆପଣ ଖାଲି ପେଟରେ ଷେଓ ଖାଇପାରିବେ ।

ଟମାଟୋ: ଟମାଟୋ ସ୍ୱାଦ ଗରମ ଅଟେ । ଶୀତ ତୁଋରେ ଆପଣ ଏହାକୁ ଖାଲି ପେଟରେ ଖାଇପାରିବେ, କିନ୍ତୁ ଗ୍ରୀଷ୍ମ ଋତୁରେ ଏହା ଖାଇବା ଦ୍ୱାରା ପେଟ କିମ୍ବା ଛାତି ପୋଡିବା ଭଳି ସମସ୍ୟା ହୋଇପାରେ । ଆପଣ ସକାଳେ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଚା କିମ୍ବା କଫି :ଆପଣ ଖାଲି ପେଟରେ ଚା କିମ୍ବା କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣ ଏହାକୁ ବିସ୍କୁଟ, ରୁଟି ସହିତ ଚା କିମ୍ବା କଫି ନେଇପାରିବେ, କିନ୍ତୁ ଚା-କଫି ଖାଲି ପେଟ କିମ୍ବା ଶୀଘ୍ର ଭୋକରେ ଗ୍ରହଣ କରନ୍ତୁ ନାହିଁ, ଏହା ଆପଣଙ୍କ ପେଟରେ ଗ୍ୟାସ୍ ସୃଷ୍ଟି କରିପାରେ ।

ଦହି :ଖାଲି ପେଟରେ ସକାଳେ ଦହି ଖାଇବାରୁ ଦୂରେଇ ରହିବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

(ମନେରଖନ୍ତୁ:ଏହା କେବଳ ଆପଣଙ୍କୁ ସାମାନ୍ୟ ସୂଚନା ଦେବା ପାଇଁ ଉଦ୍ଦିଷ୍ଟ । କୌଣସି ଜିନିଷର ବ୍ୟବହାର କିମ୍ବା ସେବନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ ।)


Share It

Comments are closed.