ହାଇଡ୍ରୋକାର୍ବନ ଏବଂ ଇସ୍ପାତ୍ କ୍ଷେତ୍ର ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମଙ୍ଗୋଲିଆର ମନ୍ତ୍ରୀ, ସାଂସଦ ଏବଂ ପ୍ରମୁଖ କ୍ୟାବିନେଟ ସଚିବ ତଥା ଭାରତ-ମଙ୍ଗୋଲିଆ ଜଏଂଟ କମିଟି ଅଫ୍ କର୍ପୋରେସନର ଉପାଧ୍ୟକ୍ଷ ଏଲ.ଅୟୁନ-ଏର୍‌ଡ଼େନ ଏବଂ ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀ ଜି. ୟଣ୍ଡନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ ହାଇଡ୍ରୋକାର୍ବନ ଏବଂ ଇସ୍ପାତ୍ କ୍ଷେତ୍ର ଉପରେ ବିସ୍ତୃତ ଭାବେ ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଗ୍ରୀନ୍ ଫିଲ୍ଡ ମଙ୍ଗୋଲ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାରେ ସହଯୋଗ କରିଥିବାରୁ ମଙ୍ଗୋଲିଆର ଏହି ମନ୍ତ୍ରୀ ଦ୍ୱୟଙ୍କୁ କୃତଜ୍ଞତା ଦେଇଥିଲେ । ଏହାସହ ମଙ୍ଗୋଲିଆର ସାଇଁସନ୍ଦ ଠାରେ ନିର୍ମାଣଧୀନ ଥିବା ରିଫାଇନାରୀର ଅଶୋଧିତ ତୈଳ ପାଇପଲାଇନ ପ୍ରତିଷ୍ଠାରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ । ଏହାସହ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପାଇପଲାଇନ ନିର୍ମାଣ କାମ ଶେଷ କରିବା ପାଇଁ ସହଯୋଗ ଲୋଡ଼ିଥିଲେ ଶ୍ରୀ ପ୍ରଧାନ ।
ମଙ୍ଗୋଲିଆ କମ୍ପାନୀ ଭାରତୀୟ ଇସ୍ପାତ୍ ଶିଳ୍ପକୁ କୋକି କୋଲ୍ ଯୋଗାଇବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ଭାରତ ସରକାର ମଙ୍ଗୋଲିଆର ଖଣି, କୋଇଲା ଏବଂ ଇସ୍ପାତ କ୍ଷେତ୍ରରେ ମଙ୍ଗୋଲିଆ କମ୍ପାନୀଙ୍କ ସହଯୋଗ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିବା ସହ ମଙ୍ଗୋଲିଆର ପ୍ରଥମ ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ଦ୍ଦାରିତ ସମୟ ସୁଦ୍ଧା ଶେଷ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ଥିବା ମତବ୍ୟକ୍ତ କରିଛନ୍ତି ।


Share It

Comments are closed.