ଆଇଟେଲ୍‌ର ଫିଟ ଥର୍ମୋ ଏଡିସନ ଫୋନ୍‌ର ଶୁଭାରମ୍ଭ


ଭୁବନେଶ୍ୱର : ବର୍ତ୍ତମାନର ମହାମାରୀ ସମୟରେ ଭାରତର ବୃହତ ଜନସମୁଦାୟଙ୍କ ପାଇଁ ଦୈନିକ ସ୍ୱାସ୍ଥ୍ୟ ଯାଂଚର ଆବଶ୍ୟକତାକୁ ଚିହ୍ନଟ କରି ଏକ ଟେକ୍ନୋଲୋଜି ନବପ୍ରବର୍ତକ ଭାବେ ଆଇଟେଲ୍ ଆଇଟି୨୧୯୨ଟି ଥର୍ମୋ ଏଡିସନର ଶୁଭାରମ୍ଭ କରିଛି । ଏହା ହେଉଛି ପ୍ରବେଶ ବର୍ଗରେ ପ୍ରଥମ ଫୋନ ଯାହାକି ଯେକୌଣସି ସମୟ ଏବଂ ସ୍ଥାନରେ ଶରୀରର ତାପମାତ୍ରା ଅନୁଧ୍ୟାନ କରୁଥିବା ସୁବିଧା ସହିତ ଆସିଛି । ବିଶ୍ୱର ଏହି ନୂତନ କ୍ରମରେ ଆଜି ଯେଉଁଠି ତାପମାତ୍ରା ଅନୁଧ୍ୟାନ କରିବା ଏକ ନୂଆ ନର୍ମାଲରେ ପରିଣତ ହୋଇଛି, ଏହି ଉତ୍ପାଦ ଏହାର ପ୍ରଥମ ଗ୍ରାହକଙ୍କ ପାଇଁ ଏକ ବରଦାନରେ ପରିଣତ ହେବ । ଏହି ଉପାôଦ ଶରୀରର ତାପମାତ୍ରା ଅନୁଧ୍ୟାନ କରିବାଦ୍ୱାରା ଏହି ମହାମାରୀ ସମୟ ମଧ୍ୟରେ ଭାରତର ଜନସମୂହଙ୍କୁ ସ୍ୱୟଂ ଦାୟିତ୍ୱବାନ ହେବା ସହ ନିଜକୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ସୁରକ୍ଷିତ ରଖିବାର ମୌଳିକ ଦାୟିତ୍ୱକୁ ଅନୁସରଣ କରିବା ଦିଗରେ ସଶକ୍ତ କରିବାର ଲକ୍ଷ ରଖିଛି । ଆଇଟେଲ୍ ଆଇଟି୨୧୯୨ଟି ଥର୍ମୋ ଏଡିସନ ହେଉଛି ୧୦୪୯ଟଙ୍କାର ଏକ ଅତ୍ୟଧିକ ସୁଲଭ ମୂଲ୍ୟରେ ବିକଶିତ ଭାରତର ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ଥିବା ଜନସମୂହଙ୍କ ପାଇଁ ଏକ ଉପଯୁକ୍ତ ସାଥୀ ।
ଏହି ଶଭୁାରମ୍ଭ ସମ୍ପର୍କରେ ମତ ରଖି ଟ୍ରାଞ୍ଜିସନ ଇଣ୍ଡିଆ, ସିଇଓ ଶ୍ରୀ ଅରଜିତ ତାଲପାତ୍ର କହିଛନ୍ତି ଯେ, “ଆଇଟେଲ୍ ସର୍ବଦା ଏହାର ଅଫରିଙ୍ଗରେ ସ୍ୱତନ୍ତ୍ର ମୂଲ୍ୟ ପ୍ରସ୍ତାବ ସାମିଲ କରି ଗ୍ରାହକ ଅଭିଜ୍ଞତାକୁ ବଢ଼ାଇବାର ପ୍ରୟାସ କରିଥାଏ ଏବଂ ଏହି ନୂତନ ଆଡିସନ ହେଉଛି ବର୍ତମାନର ମହାମାରୀ ସମୟରେ ଏହାର ଗ୍ରାହକଙ୍କ ପାଇଁ ଆଇଟେଲ୍‌ର ଯତ୍ନର ଏକ ଉଦାହରଣ । ଆଇଟେଲ୍‌-ଫିଟ ସିରିଜକୁ ଟିୟର-୩ ଏବଂ ତାଠାରୁ ନିମ୍ନ ସହରଗୁଡ଼ିକର ଲୋକମାନଙ୍କ ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ବିଷୟରେ ସଚେତନ କରାଇବା ପାଇଁ ପ୍ରସ୍ତୁତ କରାଯାଇଛି, ଯେବେକି ଏହା ସେମାନଙ୍କୁ ଏକ ଅଧିକ ସୁଲଭ ମୂଲ୍ୟରେ ସାଧାରଣ ସ୍ୱାସ୍ଥ୍ୟ ଅନୁଧ୍ୟାନ ଫାଇଦା ମଧ୍ୟ ପ୍ରଦାନ କରୁଛି ।”


Share It

Comments are closed.