ଦିଲ୍ଲୀରେ ୯ ଦିନରେ ୮୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମଦ ବ୍ୟବସାୟ

Share It

କରୋନା ଭାଇରସ ଲକ୍‌ଡାଉନ ମଧ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ମଦ୍ୟପଙ୍କ ଭିତରେ କେତେ ଉତ୍କଣ୍ଟା ଭରି ତାହାର ଏକା ତାଜା ପ୍ରମାଣ ସମସ୍ତଙ୍କ ସାମନାକୁ ଆସିଛି । ଦିଲ୍ଲୀରେ ମଦ ଦୋକାନ ଖୋଲିବାର ୯ ଦିନ ମଧ୍ୟରେ ୮୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମଦ ବ୍ୟବସାୟ ହୋଇଥିବାର ଜଣାପଡିଛି । ରାଜଧାନୀ ଦିଲ୍ଲୀ ସମେତ ଦେଶର ଅଧିକାଂଶ ଅଞ୍ଚଳରେ ୪ ମେ’ରୁ ମଦ ଦୋକାନ ଖୋଲାଯାଇଛି । ଏହା ପୂର୍ବରୁ ମହାମାରୀ କରୋନା ଭାଇରସ ଯୋଗୁଁ ଲାଗୁ କରାଯାଇଥିବା ଲକ୍‌ଡାଉନ ପାଇଁ ଦୀର୍ଘ ୪୦ ଦିନ ଧରି ସମସ୍ତ ମଦ ଦୋକାନାମାନ ବନ୍ଦ ରହିଥିଲା ।
୧୨ ମେ’ରେ ଅବକାରୀ ବିଭାଗ ପକ୍ଷରୁ ସରକାରଙ୍କୁ ମଦ ବିକ୍ରି ଆକଳନ ପ୍ରଦାନ କରିଥିଲେ । ୫୫ କୋଟି ଟଙ୍କାର ଆୟ କରୋନା ଚାର୍ଜ ଋପରେ ହୋଇଛି । ମଦ ଦୋକାନ ଗୁଡିକ ସାମନାରେ ଲାଗିଥିବା ଭିଡି ଦେଖି ଏହି ଚାର୍ଜ ଲଗାଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସମସ୍ତ ପ୍ରକାରର ମଦରେ ୭୦ ପ୍ରତିଶତ ଟ୍ୟାକ୍ସ ବଢାଇଦେଇଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ମଦ୍ୟପଙ୍କ ମଧ୍ୟରେ ଏହି ଟ୍ୟାକ୍ସ ବୃଦ୍ଧିକୁ ନେଇ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ । ଦିଲ୍ଲୀରେ ୧୬୦ଟି ବିଦେଶୀ ମଦ ଦୋକାନ ରହିଛି, ଯେଉଁଠାରେ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ବିକ୍ରି ହେଉଛି ।
ଦିଲ୍ଲୀରେ ସବୁଠାରୁ ଅଧିକ ମଦ ବିକ୍ରି ୯ ମେ’ରେ ହୋଇଥିଲା । ସେହି ଗୋଟିଏ ଦିନରେ ୧୮ କୋଟିର ବ୍ୟବସାୟ ହୋଇଥିଲା । ସେହିଭଳି ୪ ମେ’ ଅର୍ଥାତ ଯେଉଁଦିନ ମଦ ଦୋକାନ ଖୋଲିଥିଲା ସେହିଦିନ ୫.୨ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଏହା ପରେ ୫ ମେ’ରେ ୪.୫ କୋଟି, ୭ ମେ’ରେ ୫ କୋଟି ଏବଂ ୮ ମେ’ରେ ୧୫.୮ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା ।
ସେହିଭଳି ୧୦ ମେ’ରେ ୧୪.୨ କୋଟି, ୧୧ରେ ୧୧.୬ କୋଟି ଏବଂ ୧୨ରେ ୯.୭ କୋଟି ଟଙ୍କାର ମଦ ବ୍ୟବସାୟ ହୋଇଥିଲା ।


Share It

Comments are closed.