ଡଟ୍ ଫେଷ୍ଟ୍‌ର ୬ଷ୍ଠ ଦିନରେ ସୁନୀଲ ଗ୍ରୋବରଙ୍କ ସହିତ ଲାଫ୍ଟର ରାଇଡ୍‌ର ମଜା ଉଠାଇଲେ ଦର୍ଶକ

ଲୋକପ୍ରିୟ ଗାୟିକା ଶିଳ୍ପା ରାଓ ଓ ଶଶାଙ୍କ ଶେଖର୍‌ଙ୍କ ସମେତ ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ ନିଜ ପ୍ରଦର୍ଶନ ସହ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।


ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୩:  ପୂର୍ବ ଦିନଗୁଡିକର ସଫଳତାକୁ ପରେ ଡଟ୍ ଫେଷ୍ଟ୍‌ର ୬ଷ୍ଠ ଦିନରେ ମଧ୍ୟ ବିପୁଳ ଜନସମାବେଶ ଦେଖିବାକୁ ମିଳିଛି । ଏହି ସଂନ୍ଧ୍ୟାରେ ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋବରଙ୍କ ଲାଫ୍ଟର ମନୋରଞ୍ଜନକୁ ଭରପୁର ଉପଭୋଗ କରିଛନ୍ତି ଦର୍ଶକ । ଏହି ଦିନ ୧୬,୦୦୦ ରୁ ଅଧିକ ସ୍ଥାନୀୟ ଲୋକ ଏବଂ ପରିଦର୍ଶକ ଉପସ୍ଥିତ ଥିଲେ । ଏହାବ୍ୟତୀତ ଦର୍ଶକମାନେ ଭାରତୀୟ ପ୍ରଚ୍ଛଦପଟ୍ଟ ଗାୟିକା ଶିଳ୍ପା ରାଓ ଓ ଓଡିଆ ଗାୟକ ଶଶାଙ୍କ ଶେଖରଙ୍କ ଦମଦାର ସଙ୍ଗୀତ ପରିବେଷଣକୁ ମଧ୍ୟ ଖୁବ ଉପଭୋଗ କରିଛନ୍ତି ।

୬ଷ୍ଠ ଦିନରେ ସ୍ଥାନୀୟ ଲୋକ ଓ ଅତିଥିମାନେ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ସୁସ୍ୱାଦୁ ଆଂଚଳିକ ଖାଦ୍ୟ ସମେତ ହକି ବିଶ୍ୱ କପ୍‌ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଆନ୍ତର୍ଜାତୀୟ ଖାଦ୍ୟର ମଜା ଉଠାଇବା ଜାରି ରଖିଛନ୍ତି । ଏହାବ୍ୟତୀତ ସେମାନେ ଓଡିଶାର ବିଭିନ୍ନ ଖାଦ୍ୟଗୁଡିକୁ ମଧ୍ୟ ଉପଭୋଗ କରୁଛନ୍ତି ।  ଡଟ୍ ଫେଷ୍ଟ୍‌ର ଅନ୍ୟ ଏକ କାର୍ଯ୍ୟକ୍ରମ ନାଇଟ୍ ବଜାର/ଫ୍ଲି ମାର୍କେଟ୍ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକଙ୍କୁ ନିଜ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ଚମତ୍କାର ମଂଚ ପ୍ରଦାନ କରିଛି । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ସହିତ ସ୍ଥାପିତ ଫ୍ଲି ମାର୍କେଟ୍  ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀ ସହିତ ପରିଦର୍ଶକଙ୍କ ପାଇଁ ଏକ ଉନ୍ନତ ସପିଙ୍ଗ୍ ଅନୁଭୂତି ଓ ଏକ ଚମତ୍କାର ଭିଡ ଆକର୍ଷଣକାରୀ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ସେହିପରି  ଭୁବନେଶ୍ୱରର କାଳ୍ପନିକ ସହରୀ ଐତିହ୍ୟ ଓ ଏହାର ରୂପାନ୍ତରଣକୁ ସମ୍ମାନିତ କରୁଥିବା ଡଟ୍ ଫେଷ୍ଟ୍‌ରେ ଆୟୋଜିତ ଫଟୋ  ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଏହି ମହୋତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସିଟି ଟ୍ରେଲ୍‌ଗୁଡିକ ମଧ୍ୟ ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ପରିଦର୍ଶକଙ୍କ ପାଇଁ ଖୋଲା ରହିଛି ଯାହାଫଳରେ ସେମାନେ ନିଜକୁ ଭୁବନେଶ୍ୱରର ସଂସ୍କୃତି ଓ ଇତିହାସରେ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ କରିପାରିବେ ।

ଏହି ମହୋତ୍ସବର ୭ମ ଦିନରେ ଅର୍ଥାତ୍ ଜାନୁଆରୀ ୨୧ ତାରିଖ ୨୦୨୩ରେ  ‘ରୋମାଂଟିକ୍ ରେଣ୍ଡେଭସ୍‌’ ଥିମ୍ ଦେଖିବାକୁ ମିଳିବ ଯେଉଁଠାରେ ବଲିଉଡ୍‌ର ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟକମାନେ ଲୋକପ୍ରିୟ ରୋମାଂଟିକ୍ ଟ୍ରାକ୍‌ଗୁଡିକୁ ପ୍ରଦର୍ଶନ କରିବେ । ଏହି ଦିନରେ ଅମିତ୍ ତ୍ରିବେଦୀ ଓ ସ୍ୱୟମ୍ ପାଢୀ ପ୍ରଦର୍ଶନ କରିବେ ।

Share It

Comments are closed.