ଆପଣଙ୍କ ଏହି ସବୁ କାର୍ଯ୍ୟ ପାଇଁ ଘରେ ଦେଖାଦେଇଥାଏ ବାସ୍ତୁ ଦୋଷ, ଆଜି ହିଁ ବଦଳାନ୍ତୁ


ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରରେ ସେଭଳି କିଛି ଅଭ୍ୟାସ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହା ଜୀବନରେ ଉନ୍ନତି ଓ ଅବନ୍ନତି ଆଣିଥାଏ। ଏହି ଅଭ୍ୟାସ ଛୋଟ ଦେଖାଗଲେ ମଧ୍ୟ ଜୀବନରେ ଅନେକ ପ୍ରଭାବ ପକାଏ। ଏହି ଅଭ୍ୟାସ କାରଣରୁ ବାସ୍ତୁ ଦୋଷ ମଧ୍ୟ ସୃଷ୍ଟି ହୋଇଥାଏ। ମା’ଲକ୍ଷ୍ମୀ ମଧ୍ୟ କ୍ରୋଧ କରି ଥାଆନ୍ତି ଏହାସହ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ..

ଅଧିକାଂଶ ଲୋକଙ୍କ ଘରେ ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନ ରୋଷେଇ ଘରେ ସକାଳ ଯାଏଁ ରଖି ସକାଳେ ମାଜି ଥାଆନ୍ତି। ରାତି ସାରା ଏହି ଅଇଁଠା ବାସନ ପଡି ରହିବା ଶୁଭଙ୍କର ନୁହେଁ। ଏହା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେଣୁ ସେଭଳି ଅଇଁଠା ବାସନ ପକାଇ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଲାଗି ରହିଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ଟଙ୍କାର ଅଭାବ ହୋଇଥାଏ। ତେଣୁ ଏହି ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ।

ଟିଭି ଓ ମୋବାଇଲ ଦେଖି ଭୋଜନ କରିବା ଅନେକଙ୍କ ଅଭ୍ୟାସ। କିଛି ଲୋକଙ୍କର ବିଛଣାରେ ବସି ଭୋଜନ କରିବା ଅଭ୍ୟାସ ମଧ୍ୟ ଦେଖାଯାଏ। ଏଭଳି ଅଭ୍ୟାସ ଥିଲେ, ତୁରନ୍ତ ବଦଳାଇ ଦିଅନ୍ତୁ। ବାସ୍ତୁ ଅନୁଯାୟୀ, ବିଛଣାରେ ବସି ଭୋଜନ କରିବା ଦ୍ୱାରା ଅଶୁଭ ଫଳ ମିଳିବା ସହ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ମା’ଲକ୍ଷ୍ମୀ ଅଶାନ୍ତି ହୋଇଥାଆନ୍ତି। ଧନହାନୀ ହୋଇଥାଏ। ତେଣୁ ଚଟାଣରେ ଆସନ ପକାଇ ଅଥବା ଡାଇନିଙ୍ଗ୍‌‌ ଟେବୁଲରେ ବସି ଭୋଜନ କରନ୍ତୁ। ଏହା ଭୋଜନର ସଠିକ ନିୟମ ହେବା ସହ ଶରୀରକୁ ଲାଭ ମିଳିଥାଏ।

ଅଧିକାଂଶ ଲୋକେ ଦିନସାରା ବ୍ୟସ୍ତ ରହିବା କାରଣରୁ ରାତିରେ ପୋଷାକ ସଫା କରିଥାଆନ୍ତି। ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କରିବା ଶୁଭଙ୍କର ନୁହେଁ। ଲଗାତାର ରାତି ସମୟରେ ପୋଷାକ ସଫା କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରୁ ସୁଖଶାନ୍ତି, ସମୃଦ୍ଧି ଧିରେ ଥିରେ ଦୂରେଇ ଯାଏ। ତେଣୁ ସର୍ବଦା ଚେଷ୍ଟା କରନ୍ତୁ ରାତିରେ ପୋଷାକ ନ ସଫା କରିବା ପାଇଁ। ଏହାକୁ ଅଶୁଭ କୁହାଯାଏ।


Share It

Comments are closed.