କରୋନା ଭୟାଭୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଞ୍ଚିଲା


ଦେଶରେ କରୋନା ଭୁତାଣୁର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେରଳରୁ କାଶ୍ମୀର ଚାରିଆଡେ କରୋନା କାୟା ବିସ୍ତାର କରିଚାଲିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୩ ରେ ପହଞ୍ଚିଛି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିବା ବେଳେ ଜମ୍ମୁକାଶ୍ମୀରରେ ଜଣେ ୬୩ ବର୍ଷର ମହିଳା କରୋନା ଅକ୍ରାନ୍ତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ମହିଳା କରୋନା ଭୁତାଣୁରେ ସଂକ୍ରମିତ ହୋଥିବା ଜଣାପଡିଛି।
ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିଁ।


Share It

Comments are closed.