ଲକ୍‌ଡାଉନ ଅବଦ୍ଧି ଆଗକୁ ଆହୁରୀ ବଢିପାରେ, ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ନିଆଯିବ ନିଷ୍ପତି


କରୋନା ମହାମାରୀର ମୁକାବିଲା କରିବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରଭାରୀ ଋପେ ନିଯୁକ୍ତି ପାଇଥିବା କେନ୍ଦ୍ରମନ୍ତ୍ରୀ ନିଜ-ନିଜର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଦେଲେଣି । ପ୍ରତ୍ୟେକ ରାଜ୍ୟ ପାଇଁ ପ୍ରଭାରୀ ଋପେ ନିଯୁକ୍ତି ପାଇଥିବା ସମସ୍ତ ମନ୍ତ୍ରୀ ସିଧାସଳଖ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସଂପର୍କରେ ରହିବେ । ପ୍ରତ୍ୟେକ ଗାଁ ଏବଂ ଅଞ୍ଚଳ ବୁଲି ଲୋକଙ୍କ ସ୍ଥିତି ବୁଝିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କୁ ସଚେତନ କରାଇବା ଏବଂ ଲକଡାଉନସ୍ଥିତକୁ ସୁନିଶ୍ଚିତ କରାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ମିଳିଥିବା ସୂଚନା ମୁତାବକ ଲକଡାଉନ ସ୍ଥିତିକୁ ଆହୁରୀ ବଢାଇ ଦିଆଯାଇପାରେ । ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ଏହି ସଂପର୍କରେ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ସହ କେନ୍ଦ୍ରମନ୍ତ୍ରୀଗଣଙ୍କ ତତ୍ପରତା ଦେଖି ସରକାରୀ କର୍ମଚାରୀମାନେ ଖୁବ ସକ୍ରିୟ ଭାବେ କାମ କରିବା ଆରମ୍ଭ ଦେଲେଣି । ଗାଁ ରୁ ସହର ପର୍ଯ୍ୟନ୍ତ ଖୁବ ଦ୍ରୁତ ଗତିରେ ଲକଡାଉନର ସ୍ଥିତ ତଦାରଖ କରିବା ଆରମ୍ଭ ହୋଇ ଗଲାଣି । ସବୁଠାରୁ ଅଧିକ ନଜର ସେହି ମାନଙ୍କ ଉପରେ ରହିଛି ଯେଉଁମାନେ ସହରରୁ ଖସିଯାଇ ଗାଁକୁ ପଳାଇଯାଇଛନ୍ତି । ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ତଦନ୍ତ କରାଯାଉଛି ଏବଂ ସେ ଯଦି ସଂକ୍ରମିତ ହୋଇଛନ୍ତି ତେବେ ତାଙ୍କ ଦ୍ୱାରା ସଂପୂର୍ଣ୍ଣ ଗାଁ ଯେପରି ସଂକ୍ରମିତ ନହେଉ ସେ ଲାଗି କଡା ପଦକ୍ଷେପ ନିଆଯାଉଛି ।
ପିଏମଓ, କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଦୈନିକ ରିପୋର୍ଟ ତବଲ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


Share It

Comments are closed.