ଦେଶରେ ୮୩୪ରେ ପହଞ୍ଚିଲା ସଂକ୍ରମିତ ସଂଖ୍ୟା ୧୯ ମୃତ


ଚୀନରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଦେଇଥିବାବେଳେ ଭାରତରେ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଦିନ ମିଳିଥିବା ତାଜା ସୂଚନା ମୁତାବକ ଏହି ଭାଇରସ ଦ୍ୱାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୮୩୪ରେ ଆସି ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୧୯ରେ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ, ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ବର୍ତ୍ତମାନ ୮୩୪ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୭ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ବର୍ତ୍ତମାନ ସୁଧା ୧୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି ।
ବର୍ତ୍ତମାନ ସାରା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢି ୬ ଲକ୍ଷ ପାଖାପାଖି ହୋଇଯାଇଥିବାବେଳେ ଏଥିରେ ୨୫,୦୦୦ରୁ ଉର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇ ସାରିଲେଣି । ତେବେ ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୧.୨୮ ଲକ୍ଷ ସଂକ୍ରମିତ ଠିକ ହୋଇ ଘରକୁ ଫେରି ସାରିଲେଣି । ୨୧ ହଜାର ସଂକ୍ରମିତ ବର୍ତ୍ତମାନ ଗମ୍ଭୀର ସ୍ଥିତିରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ସେହିଭଳି ଆମେରିକାରେ ସଂକ୍ରମିତଙ୍କ ୧ ଲକ୍ଷ ପାର କରିଦେଇଥିବାବେଳେ ସେଠାରେ ୨୪ ଘଣ୍ଟାରେ ୩୪୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।


Share It

Comments are closed.