ମୋବାଇଲରେ କାଶିବା କିମ୍ବା ଛିଙ୍କିବାରୁ ଜାଣିହେବ କରୋନାର ସଂକ୍ରମଣ, ଆମେରିକା ଗବେଷକଙ୍କ ଦାବି

Share It

ଆମେରିକାର ଏକ ଗବେଷଣା ଟିମ ଦାବି କରିଛି ଯେ ଜଲଦି ଏଭଳି ଟେକ୍ନୋଲୋଜି ଆସିବାକୁ ଯାଉଛି ଯାହାଦ୍ୱାରା ସ୍ମାର୍ଟଫୋନରେ କାଶିବା କିମ୍ବା ଛିଙ୍କିବା ଦ୍ୱାରା କୌଣସି ବ୍ୟକ୍ତି କାରୋନା ଭାଇରସରେ ସଂକ୍ରମିତ ଅଛନ୍ତି ନା ନାହିଁ ତାହା ଜଣାପଡ଼ିଯିବ । ଏଥିପାଇଁ ଟିମ ଏକ ସେନ୍ସର ପ୍ରସ୍ତୁତ କରୁଛି ଯାହାକୁ ଫୋନ ସହ ଯୋଡ଼ାଯିବ ।
ଗବେଷକଙ୍କ କହିବା ଅନୁଯାୟୀ ସେନ୍ସରକୁ ସ୍ମାର୍ଟଫୋନରେ ଯୋଡ଼ିବା ଦ୍ୱାରା ଗୋଟିଏ ମିନିଟ ମଧ୍ୟରେ ଜଣାପଡ଼ିଯିବ ଯେ ଯେଉଁ ବ୍ୟକ୍ତି ସ୍ମାର୍ଟଫୋନରେ କାଶିଛନ୍ତି କିମ୍ବା ଛିଙ୍କିଛନ୍ତି ତାଙ୍କୁ କୋଭିଡ-୧୯ ସଂକ୍ରମିତ କରିଛି ନା ନାହିଁ । ସେନ୍ସର ବିକଶିତ କରିଥିବା ଟିମର ପ୍ରମୁଖ ପ୍ରଫେସର ମସୁଦ ତବୀବ-ଅଜହରଙ୍କ କହିବା ଅନୁଯାୟୀ ସେ ଏହି ସେନ୍ସରକୁ ପାଖାପାଖି ଗୋଟିଏ ବର୍ଷ ପୂର୍ବରୁ ତିଆରି କରିବା ଆରମ୍ଭ କରିଥିଲେ ।
ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ଥିଲା ଜିକା ଭାଈରସର ସନ୍ଧାନ କରିବା । ଡିଭାଇସର ପ୍ରୋଟୋଟାଇପ ଏକ ଇଂଚ ଚଉଡ଼ା ଅଟେ । ଏହାକୁ ବ୍ଲୁଟୁଥ ଜରିଆରେ ସ୍ମାର୍ଟଫୋନ ସହ ଯୋଡ଼ି ପାରିବେ । ୟୁଜରଙ୍କୁ ନିଜ ସଲାଇଭା(ଲାଳ)ର ମାଇକ୍ରେୋସ୍କାପିକ ପାର୍ଟିକିଲ ପକାଇବା ପୂର୍ବରୁ ଫୋନର ଚାର୍ଜିଙ୍ଗ ପୋର୍ଟରେ ସେନ୍ସର ଲଗାଇ ଆପକୁ ଚାଲୁ କରିବାକୁ ପଡ଼ିବ । ଏହାର ଗୋଟିଏ ମିନିଟ ପରେ ଫୋନର ସ୍କ୍ରିନ ଉପରେ ଫଳାଫଳ ଆସିଯିବ । ଜଣାଇଦେଉଛୁ ଯେ ଭାଇରସ କାରଣରୁ ଆମେରିକାରେ ଗତ ୨୪ ଘଂଟା ମଧ୍ୟରେ ୧୫୦୦ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହା ସହିତ ମୋଟ ମୃତକଙ୍କ ସଂଖ୍ୟା ୯୦,୦୦୦ ଅତିକ୍ରମ କରିସାରିଛି ।


Share It

Comments are closed.