ଦେଶରେ ଗତ ୧୨ ଘଣ୍ଟାରେ ୧୪୦ ନୂଆ ମାମଲା, ୩ ମୃତ


ସାରା ବିଶ୍ୱରେ କରୋନା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଅନ୍ୟପଟେ ଦେଶରେ ଗତ ୧୨ ଘଣ୍ଟା ମଧ୍ୟରେ ଏହାର ପ୍ରକୋପ କମିବାରେ ଲାଗିଲାଣି । ଭାରତରେ ଗତ ୧୨ ଘଣ୍ଟାରେ ୧୪୦ଟି ନୂଆ ମାମଲା ସାମନାକୁ ଆସିଥବାବେଳେ ଏହାକୁ ମିଶାଇ ମଙ୍ଗଳବାର ସୁଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୪୨୧ରେ ଆସି ପହଞ୍ଚିଛି । ସେପଟେ ଏହି ଭାଇରସର ସଂକ୍ରମଣ କାରଣରୁ ୧୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ବର୍ତ୍ତମାନ ସୁଧା ୩୨୫ ଜଣ ସଂପୂର୍ଣ୍ଣ ଠିକ ହୋଇ ସାରିଲେଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ୪୪୨୧ ସଂକ୍ରମିତଙ୍କ ମଧ୍ୟରୁ ୩୯୮୧ଟି ଆକ୍ଟିଭ ମାମଲା ବର୍ତ୍ତମାନ ରହିଛି ।
ଦେଶରେ ସଂକ୍ରମିତଙ୍କ ତାଲିକା ମଧ୍ୟରରୁ ମହାରାଷ୍ଟ୍ର ସର୍ବପ୍ରଥମ ତାଲିକାରେ ଥିବାବେଳେ ପ୍ରଦେଶରେ ବର୍ତ୍ତମାନ ୮୪୯ ଜଣ ସଂକ୍ରମିତ ରହିଛନ୍ତି । ସେହିଭଳି ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ମାମଲା ସାମନାକୁ ଆସିଥିବାବେଳେ । ଉକ୍ତ ବ୍ୟକ୍ତି ଜଣକ କେନ୍ଦ୍ରାପଡା ଅଟନ୍ତି ।
ପୂର୍ବରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ରହିଥିବାବେଳେ ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ୪୦ ଜଣ ସଂକ୍ରମିତ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ କାରଣରୁ କାହାର ପ୍ରାଣହାନୀ ହୋଇ ନାହିଁ ।


Share It

Comments are closed.