୨୨ ନୂଆ ମାମଲା ଆସିଲା ସାମନାକୁ, ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ଆସି ପହଞ୍ଚିଲା


ବିଶ୍ୱର ପ୍ରମୁଖ ଦେଶମାନଙ୍କରେ କରୋନା ଭାଇରସ ନିଜ କାୟା ବିସ୍ତାର କରି ସାରିଥିବାବେଳେ ଏବେ ଭାରତରେ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଭାରତରେ ୨୨ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ବର୍ତ୍ତମାନ ଦେଶରେ ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ଆସି ପହଞ୍ଚି ଗଲାଣି । ବର୍ତ୍ତମାନ ରାଜସ୍ଥାନରେ ଗୋଟିଏ ପରିବାରର ତିନି ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବାର ଜଣାପଡଛି । ତେବେ ଭାରତରେ ସମୁଦାୟ ୧୭୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୪୮ ଜଣ ଭାରତୀୟ ଥିବାବେଳେ ୨୫ ହେଉଛନ୍ତି ବିଦେଶୀ ।
ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂକ୍ରମିତ (୪୭) ଥିବାବେଳେ ଏହା ପରେ କେରଳ ଦ୍ୱିତୀୟ ସ୍ଥାନରେ (୨୭)ରେ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶା, ପଞ୍ଜାବ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଚଣ୍ଡୀଗଡ, ପଣ୍ଡୁଚେରୀ ଏବଂ ଛତିଶଡରେ ଜଣେ ଲେଖାଏଁ ସଂକ୍ରମିତ ଥିବାବେଳେ ଜମ୍ମୁ କାଶ୍ମୀରେ ୪, ତେଲେଙ୍ଗାନାରେ ୬, ଆନ୍ଧ୍ରପ୍ରଦେଶରେ ୨, ତାମିଲନାଡୁରେ ୨, ଲଦାଖରେ ୮, ରାଜସ୍ଥାନରେ ୭, କର୍ଣ୍ଣାଟକରେ ୧୫, ୟୁପିରେ ୧୯, ଦିଲ୍ଲୀ ଓ ହରିୟାଣରେ ୧୭ ଜଣ ଲେଖାଏଁ ସଂକ୍ରମିତ ଥିବାର ଜଣା ପଡିଛି ।


Share It

Comments are closed.