ରାଜ୍ୟସଭା ସାଂସଦ ଋପେ ଶପଥ ଗ୍ରହଣ କଲେ ଭାରତର ପୂର୍ବତ୍ତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ


ସୁପ୍ରିମ କୋର୍ଟର ପୂର୍ବତ୍ତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଆଜି ସଂସଦରେ ରାଜ୍ୟସଭା ସାଂସଦ ଋପେ ନିଜର ଶପଥ ଗ୍ରହଣ କରିଛନ୍ତି । ବିରୋଧୀ ସଦସ୍ୟଙ୍କ ହଟଗୋଳ ମଧ୍ୟରେ ରଞ୍ଜନ ରାଜ୍ୟସଭା ସଦସ୍ୟତାର ଶପଥ ଗ୍ରହଣ କରିଛନ୍ତି । ଏହାକୁ ବିରୋଧ କରି ବିରୋଧୀ ଦଳର ସାଂସଦମାନେ କକ୍ଷ ତ୍ୟାଗ କରିଥିବାବେଳେ ରଞ୍ଜନ ଆଜି ତାଙ୍କ ଧର୍ମ ପତ୍ନୀଙ୍କ ସହ ମିଶି ସଦସ୍ୟତାର ଶପଥ ନେବା ପାଇଁ ସଂସଦ ଭବନ ପହଞ୍ôଚଥିଲେ ।
ରଞ୍ଜନ ଶପଥ ନେବା ପୂର୍ବରୁ ରାଜ୍ୟସଭା ସଦସ୍ୟତା ଲାଗି ତାଙ୍କର ପ୍ରାର୍ଥୀ ପତ୍ର ଦାଖଲକୁ ବିରୋଧରେ ମଧୁ ପୂର୍ଣ୍ଣିମା କିଶ୍ୱର ସୁପ୍ରିମ କୋର୍ଟରେ ଏକ ମାମଲା ଦାୟର କରି ଚ୍ୟାଲେଞ୍ଜ କରିଥିଲେ । ତେବେ ୧୧ ବେଳେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିବାବେଳେ ରାଜ୍ୟସଭାର ସିଟ ନମ୍ବର ୧୩୧ ଦିଆଯାଇଛି ।
ପ୍ରକାଶ ଥାଉକି, ମାର୍ଚ୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟ ସଦସ୍ୟ ଭାବେ ମନୋନୀତ କରିଥିଲେ । ୬୫ ବର୍ଷିୟ ଗୋଗେଇ ଭାରତର ପ୍ରଧାନବିଚାରପତି ପଦରୁ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ । ସେ ୧୩ ମାସରୁ ଅଧିକ ସମୟ ଧରି ଏହି ପଦବୀରେ ରହିଥିଲେ । କେବଳ ଏତିକି ନୁହେଁ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ପ୍ରଥମ ବିଚାରପତି ଅଟନ୍ତି । ତାଙ୍କୁୂ ରାଜ୍ୟସଭାକୁ ମନୋନୀତ କରାଯାଇଥିବାରୁ ଏହାରୁ ବିରୋଧ କରି ବିରୋଧୀ ଦଳମାନେ କକ୍ଷରେ ହଙ୍ଗମା କରିଥିଲେ ଏବଂ କକ୍ଷ ତ୍ୟାଗ କରିଥିଲେ ।


Share It

Comments are closed.