ଦେଶରେ କରୋନା ମାମଲାରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ଲମ୍ଫ, ୨୪ ଘଂଟା ମଧ୍ୟରେ ୯୭,୮୯୪ ନୂଆ ସଂକ୍ରମିତ ଚିହ୍ନଟ


ଗୁରୁବାର ଦିନ କରୋନା ସଂକ୍ରମଣ ମାମଲାରେ ସବୁଠାରୁ ବଡ ବୃଦ୍ଧି ଦେଖିବାକୁ ମିଳିଛି। ଗୁରୁବାର ଦିନ ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୯୭,୮୯୪ ନୂଆ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୫୧ ଲକ୍ଷରୁ ଅଧିକ ହୋଇଛି। ମାତ୍ର ୧୧ ଦିନ ମଧ୍ୟରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି ପାଇଛି। ଅନ୍ୟପଟେ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ ୪୦ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ଗୁରୁବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ୧୧୩୨ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୮୩,୧୯୮ କୁ ବୃଦ୍ଧି ପାଇଛି | ଦେଶରେ ସଂକ୍ରମଣ ମାମଲା ୫୧,୧୮,୨୫୪ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୧୦,୦୯,୯୭୬ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ୪୯,୨୫,୦୮୦ ଲୋକ ଚିକିତ୍ସା ପରେ ଏହି ରୋଗରୁ ସୁସ୍ଥ ହୋଇଛନ୍ତି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୧୬ ସୁଦ୍ଧା ସମଗ୍ର ଦେଶରେ ୬,୦୫,୬୫,୭୨୮ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ବୁଧବାର ଦିନ ଗୋଟିଏ ଦିନରେ ୧୧,୩୬,୬୧୩ ନମୁନା ପରୀକ୍ଷା କରାଯାଇଛି।


Share It

Comments are closed.