କରୋନା ଭାଇରସରେ ସଂକ୍ରମିତ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ


ସାରା ବିଶ୍ୱରେ ମହାମାରି ଋପେ ଉଭା ହୋଇଥିବା କରୋନା ଭାଇରସ ଦିନକୁ ଦିନ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏଥିରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀଙ୍କୁ କରୋନା ଭାଇରସ ସଂକ୍ରମିତ କରିଥିବାର ଜାଣିବାକୁ ମିଳିଛି । କାନାଡାଇ ମିଡିଆ ପକ୍ଷରୁ ଏହି ସୂଚନା ମିଳିଥିବାବେଳେ ଉଭୟଙ୍କୁ ବର୍ତ୍ତମାନ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ସେପଟେ ଭାରତରେ ଏହି ରୋଗରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନୁକ ଦିନ ବଢିବାରେ ଲାଗିଛି । ଭାରତରେ ଏହି ରୋଗରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୬ରେ ଆସି ପହଞ୍ଚିଲାଣି । ସେପଟେ ଦିଲ୍ଲୀରେ ଏହାକୁ ନଜରରେ ରଖି ସମସ୍ତ ସ୍କୁଲ, କଲେଜ ଏବଂ ସିନେମା ହଲ ଗୁଡିକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । କର୍ଣ୍ଣାଟକର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ସହ ଦେଶରେ କରୋନା ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ ସେହି ବୟସ୍କ ରୋଗୀ ମଧୁମେହ, ଉଚ୍ଚ ରକ୍ତଚାପ ଓ ଆଜ୍‌ମା ରୋଗରେ ପୀଡିତ ଥିଲେ ଏବଂ ତାଙ୍କ ରକ୍ତ ନମୁନାରେ କରୋନା ଭୁତାଣୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା।


Share It

Comments are closed.