ବିବାହ ବନ୍ଧନରେ ବାନ୍ଧି ହେଲେ ବିଧାୟକ ଡ୍ୟାନି ଘଡେଇ


ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ସୁପୁତ୍ର ପ୍ରୀତିରଞ୍ଜନ ଘଡାଇ । ବଙ୍ଗୀୟ ସୁନ୍ଦରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ପ୍ରୀତିରଞ୍ଜନ । ଗତକାଲି ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କ ବିବାହ ହୋଇଥିବା ଜଣାପଡ଼ିଛି । ପ୍ରୀତିରଞ୍ଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ ଏହି ସୂଚନା ଦେଇଛନ୍ତି। ପରିବାର ଓ କିଛି ସଂପର୍କୀୟଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଦୁଇ ଜଣଙ୍କ ବିବାହ ଫଟୋ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.