କରୋନା ଏକ ଭାଇରସ ନା କଳ୍ପକଳ୍ପିତ ଷଡଯନ୍ତ୍ର !


ଡିସେମ୍ବର ମାସ ୨୦୧୯, ବିଶ୍ୱର  ଦ୍ୱିତୀୟ ବୃହତମ ରାଷ୍ଟ୍ର ଚୀନର ଊହାନ ସହରରୁ ସୃଷ୍ଟ କରୋନା ଭାଇରସ୍ ବର୍ତ୍ତମାନ ବିଶ୍ୱର ପ୍ରାୟ୨୦୪ଟି ରାଷ୍ଟ୍ରକୁ ଗ୍ରାସ କରିସାରିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO) ତା ୧୧.୦୨.୨୦୨୦ରେ ଏହି ଭାଇରସକୁ   COVID 19 ନାମରେ ନାମିତ କଲେ । WHOର ଦାବୀ ଅନୁଯାୟୀ କରୋନା  ଭାଇରସ ମନୁଷ୍ୟକୁ ସଂକ୍ରମିତ ହୁଏ ନାହି, ଏହା ସାଧାରଣରତଃ ପଶୁମାନଙ୍କ ଦେହରେ ଦେଖାଯାଏ । ମାତ୍ର ଚୀନର ଊହାନ ସହରରେ ଯାହା ହେଲା ତାହା WHOକୁ ଚକିତ କରିଦେଲା । ଏହି ଭାଇରସ ବାଦୁଡି ଦେହରୁ ସଂକ୍ରମିତ ହୋଇ ମନୁଷ୍ୟ ଶରୀରରେ ସଂକ୍ରମିତ ହେବା ବିଶ୍ୱ ତଥା ମାନବ ସଭ୍ୟତାରେ ପ୍ରଥମ । ଏହି ମହାମାରୀ ଚାଇନାର ଊହାନ ସହରରୁ ତାର ତାଣ୍ଡବ ଲୀଳା ଦେଖାଇ ବିଶ୍ୱର ପ୍ରାୟ ୨୦୪ଟି ଦେଶରୁ ଅଧିକ ଦେଶରେ ସଂକ୍ରମିତ ହୋଇସାରିଲାଣି । ବର୍ତ୍ତମାନ ତଥ୍ୟ ମୁତାବକ ସାରା ବିଶ୍ୱରେ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ସେଥି ମଧ୍ୟରୁ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କର ପ୍ରାଣହାନୀ ମଧ୍ୟ ହୋଇସାରିଲାଣି । ସାଂପ୍ରତିକ ପରିସ୍ଥିତିକୁ ଦେଖି ବିଶ୍ୱର ୧୮୩ଟି ଦେଶର ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ବିଶ୍ୱର ୨୦୪ଟି ଦେଶର ବାଣିଜ୍ୟ ପ୍ରତି ।ନ,ଅଫିସ, ସ୍କୁଲ,କଲେଜ,ଦୋକାନ ତଥା ରେଳ,ବସ ଚଳାଚଳ ଓ ବିମାନ ସେବା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବନ୍ଦ ଘୋଷଣା କରାଯାଇଛି । WHOର ଅନୁସାରେ ଲକଡାଉନ ହେଉଛି ଏକମାତ୍ର ମାଧ୍ୟମ ଯାହା ଦ୍ୱାରା କରୋନା ଭାଇରସକୁ  ମନୁଷ୍ୟରୁ ମନୁଷ୍ୟକୁ ସଂକ୍ରମଣ କରିବାରେ ପ୍ରତିହତ କରାଯାଇପାରିବ ।

ବର୍ତ୍ତମାନ ଲକ୍‌ଡାଉନ ଯୋଗୁଁ ବିଶ୍ୱର ବୃହତ ରାଷ୍ଟ୍ରଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା, ଋଷ, ଲଣ୍ଡନ, ଭାରତ ସମେତ  ୧୮୩ଟି ରାଷ୍ଟ୍ରରେ ଅର୍ଥନୈତିକ, ରାଜନୈତିକ, ସାମାଜିକ, ଶୈକ୍ଷିକ ସହ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଦେଖାଦେଇଥିବା ଏହି ମହାମାରୀ ସାରା ବିଶ୍ୱର ଅର୍ଥନୀତିରେ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛି । ମାତ୍ର ଏହିସବୁ ମଧ୍ୟରେ ଏକ ରୋଚକ ଏବଂ ଚକିତ ତଥ୍ୟ ସମ୍ମୁଖକୁ ଆସିଛି । ଏହି ଭାଇରସ୍ ଚୀନ୍‌ର ଉହାନ୍ ସହରକୁ ଛାଡିଦେଲେ ଚୀନ୍‌ର ସବୁଠାରୁ ଅଧିକ ଜନବସତି ସହର ସାଂଘାଇ, ବେଜିଂରେ ଏହାର ପ୍ରଭାବ ନାହିଁ କହିଲେ ଚଳେ । ଯାହା ଫଳରେ କୋରାନା ଭାଇରସର ଉତ୍ପତିକୁ ନେଇ ଚୀନର ଭୂମିକା ଅତ୍ୟନ୍ତ ସନ୍ଦେହଜନକ । ଗତ ଡିସେମ୍ବର ମାସରୁ ଚୀନର ଗଣମାଧ୍ୟମ ଏହାର ପ୍ରକୋପ ଉପରେ ସୂଚନା ଦେବାରେ କଟକଣା, ଉହାନ ସହରର ଡାକ୍ତର ଲି-ୱେନ୍‌-ଲିଆଙ୍ଗ ଭାଇରସ ସମ୍ବନ୍ଧରେ ଦେଇଥିବା ସୂଚନାକୁ ଚୀନ ସରକାର ଦବେଇଦେବ ଓ ତାଙ୍କର ମୃତ୍ୟୁ ହେବା,  କୋରନା ଭାଇରସ୍‌ର ସୃଷ୍ଟି ଏବଂ ସାରା ବିଶ୍ୱରେ ଏହାର ସଂକ୍ରମଣରେ ଚୀନ ସରକାରଙ୍କ ଭୂମିକାକୁ ଅତ୍ୟନ୍ତ ଦୃଢିଭୂତ କରିଛି ।ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଚୀନକୁ ସମର୍ଥନ ଏବଂ ଭାଇରସର ସଂକ୍ରମଣ ସମ୍ବନ୍ଧରେ ପ୍ରଥମରୁ ଦେଇଥିବା ବିଭ୍ରାନ୍ତିକର ସୂଚନାଦି ଅତ୍ୟନ୍ତ ନିନ୍ଦନୀୟ ।

ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ୧୮୩ଟି ରାଷ୍ଟ୍ର ନିଜ ଜନତାଙ୍କର ଜୀବନ ସୁରକ୍ଷା ପାଇଁ ଲକ୍‌ଡାଉନ୍ ନିଷ୍ପତିକୁ କାୟମ କରିଛନ୍ତି । ମାତ୍ର ଚୀନର ସ୍ଥିତି ବର୍ତ୍ତମାନ ସାମାନ୍ୟ ଏବଂ ଭାଇରସର ପ୍ରଭାବରେ ମୃତ୍ୟୁସଂଖ୍ୟା ନ୍ୟୂନ । ଏଣୁ ଏହି ସବୁକୁ ବିଚାର କଲେ ଜଣାଯାଏ, ଚୀନ ବିଶ୍ୱରେ ରାଜନୈତିକ, ସାମାଜିକ, ଅର୍ଥନୈତିକ, ଶୈକ୍ଷିକ ପ୍ରତିଦ୍ୱନ୍ଦିତାରେ ସମୃଦ୍ଧ ହେବା ନିମନ୍ତେ ଜୈବିକ ଅସ୍ତ୍ରକୁ ପ୍ରୟୋଗ କରି ସାରା ବିଶ୍ୱରେ ଯୁଦ୍ଧ ଡାକରା ଦେଇଛି । ଚୀନ ସରକାରଙ୍କ ଏହି ଜୈବିକ ଅସ୍ତ୍ର ପ୍ରୟୋଗରେ ବିଶ୍ୱର ବୃହତ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସମେତ ୧୮୩ଟି ରାଷ୍ଟ୍ରକୁ ଲକଡାଉନ କରି ରଖିବାରେ ବାଧ୍ୟ କରିଦେଇଛି । ଚୀନ୍‌ର ଏହି ଯୁଦ୍ଧ ନିଜକୁ ଅର୍ଥନୈତିକ ସମୃଦ୍ଧ କରି ମାନବ ସଭ୍ୟତାର ଲୋପ କରିବା ପାଇଁ ଏକ ବୃହତ୍ ଷଡଯନ୍ତ୍ର । ଯାହା ବିଷୟରେ ବିଶ୍ୱ ଜାଣିବା ପୂର୍ବରୁ ଚୀନ ଏହି ଯୁଦ୍ଧରେ ଜୈବିକ ଅସ୍ତ୍ର ପ୍ରୟୋଗ କରି ବିଜୟଲାଭ କରିଥିବାର ପ୍ରତୀୟ ହେଉଛି । ଏଣୁ ମାନବ ସଭ୍ୟତା ବିରୁଦ୍ଧରେ ଚୀନର ଏହି ଅଘୋଷିତ ଯୁଦ୍ଧକୁ ଯମାରୁ କ୍ଷମା ଦେବା ଉଚିତ୍ ନୁହେଁ ।

ସାରା ବିଶ୍ୱ ଏକବଦ୍ଧିତ ହୋଇ ଜନତାଙ୍କ ସ୍ୱାର୍ଥରେ ଆଇ.ସି.ଜେ. ( International Court of Justice ) ନିକଟରେ ଦ୍ୱାରସ୍ଥ ହୋଇ ଚୀନର ଏହି ଅର୍ଥନୈତିକ ଜୈବିକ ଅସ୍ତ୍ରର ପ୍ରୟୋଗ, ଭାଇରସର ଉତ୍ପତି ଏବଂ ପ୍ରଭାବ ସମ୍ବନ୍ଧୀୟ ବିଭ୍ରାନ୍ତିକର ତଥ୍ୟ ବିରୁଦ୍ଧରେ ଚୀନକୁ ଦଣ୍ଡ ଦେବାସହ  ମାନବ ସଭ୍ୟତାକୁ ବଂଚାଇବା ପାଇଁ ଦୃଢ ନିୟମ କାନୁନ୍ ପ୍ରଣୟନ କରିବା ପାଇଁ ଦାବି କରିବା ଆବଶ୍ୟକ ପଡିଛି । ମାନବ ସଭ୍ୟତାର ଉଦ୍ଧାର ପାଇଁ ସବୁଦେଶ ଚିନ୍ତିତ ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା ମଧ୍ୟ ସାରା ବିଶ୍ୱରେ ବିଶ୍ୱଗୁରୁ ବୋଲାଉଥିବା ଭାରତ ନିଜେ ନେତୃତ୍ୱ ନେଇ ଆଇ.ସି.ଜେ. ସମ୍ମୁଖରେ ମାନବ ସଭ୍ୟତାର ଉଦ୍ଧାର ପାଇଁ ଦୃଢ ନିୟମକାନୁନ ପ୍ରଣୟନ କରିବାର ଆବଶ୍ୟକ ରହିଛି ।  ଏହି ନିୟମଗୁଡିକ ଯଥାକ୍ରମେ-

  • କ. ଚୀନ ଅଧିବାସୀ ଏବଂ ବିଶ୍ୱର ଅନ୍ୟ ଦେଶର ଜନସାଧାରଣଙ୍କ ଅପ୍ରାକୃତିକ ଖାଦ୍ୟ ବ୍ୟବହାର ଉପରେ କଟକଣା ଏବଂ ନିୟମ ପ୍ରଣୟନ ।
  • ଖ. ବିଶ୍ୱ ସମୁଦାୟର ୯୫% ଲୋକ ଖାଇବା ଉଦ୍ଦେଶ୍ୟରେ ମାରୁନଥିବା ପଶୁ, ପକ୍ଷୀ, ପୋକଗୁଡିକର ସୁରକ୍ଷା ନିମନ୍ତେ ନିୟମ
  • ଗ. ମନୁଷ୍ୟ ସଭ୍ୟତାର ନିପାତ ନିମନ୍ତେ ପରୀକ୍ଷା ଏବଂ ପ୍ରୟୋଗ ହେଉଥିବା ଜୈବିକ ଅସ୍ତ୍ରର ପ୍ରୟୋଗ ଓ ପରୀକ୍ଷା ନକରିବା ନିମନ୍ତେ ନିୟମ ।
  • ଘ. ବିଶ୍ୱ ସମୁଦାୟର ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ସୂଚନା ଦେବା ।  ଭୁଲ୍ ସୂଚନା ଏବଂ ପ୍ରସାରିତ କରୁଥିବା ଦେଶ, ସଂଗଠନ, ଅନ୍ୟୁନ ବିରୁଦ୍ଧରେ ନିୟମ ପ୍ରଣୟନ ।
  • ଙ. ସାରା ବିଶ୍ୱରେ ଜୈବିକ ଅସ୍ତ୍ରର ପ୍ରୟୋଗ ଯୋଗୁଁ ବିଶ୍ୱରେ ହେଉଥିବା ବା ଆଗକୁ ହେବାକୁଥିବା ଲକଡାଉନ ଅର୍ଥନୈତିକ, ରାଜନୈତିକ, ସାମାଜିକ ଏବଂ ଶୈକ୍ଷିକ ଅନ୍ୟୁନ ଗୁଡିକର କ୍ଷତିକୁ ପୁନଃ ଥଇଥାନ ନିମନ୍ତେ ଦୋଷୀ ଦେଶ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାର ନିୟମ ।

ଶେଷରେ ଅନ୍ତତଃ ବିଶ୍ୱର ସମସ୍ତ ରାଷ୍ଟ୍ର ମିଳିତ ରୂପେ ଏକ ହୋଇ ବିଶ୍ୱ ସମୁଦାୟର ହିତ ଏବଂ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଇ ଅଇ.ସି.ଜେ. ଦୃଢ, ସ୍ୱଚ୍ଛ, ଶକ୍ତ ନିୟମ ପ୍ରଣୟନ କଲେ ଆଗାମୀ ଭବିଷ୍ୟତର ସୁରକ୍ଷା ହୋଇ ପାରିବ ଏବଂ ବିଶ୍ୱକୁ ଏକ ଗ୍ରାମ ରୂପେ ପରିଣତ କରିପାରିବାର ପରିକଳ୍ପନା ସମ୍ଭବ ହୋଇପାରିବ ।

ଲେଖକ : ସ୍ମୃତିରଂଜନ ଦାଶ
ଆଇନଜୀବୀ, ଓଡିଶା ଉଚ୍ଚ ନ୍ୟାୟାଳୟ
ତଥା ଯୁବ ସମାଜ ସେବୀ
ଯୋଗାଯୋଗ-୯୪୩୯୬୬୬୦୭୮


Share It

Comments are closed.