ଦେଶରେ ୫୫ ଲକ୍ଷ ପାର କଲା କରୋନା ସଂକ୍ରମଣ, ଗୋଟିଏ ଦିନରେ ୭୫,୦୮୩ଟି ନୂଆ ମାମଲା


ଭାରତରେ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୫୫ ଲକ୍ଷ ଅତିକ୍ରମ କରିଛି। ତେବେ, ଆଜି କରୋନାର ନୂତନ ପଜିଟିଭ ରୋଗୀଙ୍କ କ୍ଷେତ୍ରରେ ସାମାନ୍ୟ ହ୍ରାସ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୫,୦୮୩ ଟି ନୂଆ କରୋନା ସଂକ୍ରମିତ ଚିହ୍ହଟ ହୋଇଛନ୍ତି । ଏହି ସମୟରେ, ୧,୦୫୩ ରୋଗୀ ଏହି ସମୟ ମଧ୍ୟରେ କରୋନାରେ ମୃତ୍ୟୁ ବରଣ କରିଥନ୍ତି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୫,୬୨,୬୬୪ ଲୋକ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଏଥି ସହିତ, ୪୪,୯୭,୮୬୮ ଲୋକ ଏହି ମାରାତ୍ମକ ଭାଇରସକୁ ପରାସ୍ତ କରି ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। କରୋନା କାରଣରୁ ଦେଶରେ ଏପର୍ଯ୍ୟନ୍ତ ୮୮,୯୩୫ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ କୋଭିଡ-୧୯ ର ସକ୍ରିୟ ମାମଲା ସଂଖ୍ୟା ହେଉଛି ୯,୭୫,୮୬୧ |


Share It

Comments are closed.