ଡ୍ରିମ୧୧ ଆଇପିଏଲ ୨୦୨୦ରେ ୬ଟି ଦଳର ସ୍ମାଇଲ ପାର୍ଟନର କୋଲ୍‌ଗେଟ


ଭୁବନେଶ୍ୱର: ଦେଶରେ ଦାନ୍ତ ଯତ୍ନ କ୍ଷେତ୍ରରେ ବଜାର ଅଗ୍ରଣୀ କୋଲଗେଟ୍‌-ପାମୋଲିଭ (ଇଣ୍ଡିଆ) ଲିମିଟେଡ, ଭାରତର ହସ ବଜାୟ ରଖିବା ନେଇ ଏହାର ନିରନ୍ତର ପ୍ରୟାସ କ୍ରମରେ, ଆଗାମୀ ଡ୍ରିମ୧୧ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ରେ ୬ଟି ଦଳ ସହିତ ଆନୁଷ୍ଠାନିକ ସ୍ମାଇଲ ପାର୍ଟନର ଭାବେ ଯୋଡ଼ି ହୋଇଛି । ଏହି ଦଳରେ ଦିଲ୍ଲୀ କ୍ୟାପିଟାଲ୍‌ସ, କିଙ୍ଗସ୧୧ ପଞ୍ଜାବ, କୋଲକାତା ନାଇଟ୍ ରାଇଡର୍‌ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରାଜସ୍ଥାନ ରୟାଲସ, ଏବଂ ସନ୍‌ରାଇଜର୍‌ସ ହାଇଦ୍ରାବାଦ ଭଳି ଦଳ ଅନ୍ତର୍ଭୁକ୍ତ । ସମଗ୍ର ଟୁର୍ଣ୍ଣାମେଂଟରେ ଭିନ୍ନ ଭିନ୍ନ ଟଚପଏଂଟଗୁଡ଼ିକରେ କୋଲଗେଟ୍‌ର ସ୍ମାଇଲ ଆଇକନ୍ ଦେଖିବାକୁ ମିଳିବ ।
ଡ୍ରିମ୧୧ ଆଇପିଏଲ ୨୦୨୦ର ଏହି ସିଜନ ସମସ୍ତ ପ୍ରତିଘାତ ବିପକ୍ଷରେ ଯାଇ ଆୟୋଜିତ ହେଉଛି, ଯାହାକି ଦେଶର ସକାରାତ୍ମକତା ଓ ଆଶାବାଦର ଏକ ଉଲ୍ଲେଖନୀୟ ପ୍ରଦର୍ଶନ ହେବା ସହ କୋଲ୍‌ଗେଟର ‘ସ୍ମାଇଲ କରୋ ଔର ସୁରୁ ହୋ ଯାଓ’ (ଏକ ହସ ସହିତ ଆରମ୍ଭ ହୋଇଯାଆନ୍ତୁ) ଆଦର୍ଶକୁ ପ୍ରତିଫଳିତ କରୁଛି ।
ଏହି ସହବନ୍ଧିତା ଉପରେ ଶ୍ରୀ ଅରବିନ୍ଦ ଚିନ୍ତାମଣି, ଉପାଧ୍ୟକ୍ଷ, ମାର୍କେଟିଙ୍ଗ, କୋଲ୍‌ଗେଟ-ପାମୋଲିଭ(ଇଣ୍ଡିଆ) କହିଛନ୍ତି ଯେ, “ଏହି ମହାମାରୀର ସମୟ ଅନିଶ୍ଚିତତା ଏବଂ ସମସ୍ୟାଭରା ହୋଇ ରହିଥିବାବେଳେ, ଏହି ଆଗାମୀ ଟି୨୦ କ୍ରିକେଟ ସିଜନ୍‌ର ଆରମ୍ଭ ସମଗ୍ର ଦେଶରେ ଆଶାବାଦର ଏକ ଲହରୀ ନେଇ ଆସିବ । ଏହି ୬ଟି ଦଳର ଆନୁଷ୍ଠାନିକ ସହଯୋଗୀ ଭାବେ ଯୋଡ଼ି ହୋଇ କୋଲ୍‌ଗେଟ ପାଇଁ ଆମେ ବେଶ ଉତ୍ସାହିତ ଏବଂ ଏହି ସହବନ୍ଧିତାକୁ ବ୍ୟବହାର କରି ଆମେ ଲୋକଙ୍କୁ ସକରାତ୍ମକତାର ଶକ୍ତି ଓ ସ୍ମାଇଲ କରୋ ଔର ସୁରୁ ହୋ ଯାଓ ବିଷୟରେ ମନେପକାଇବା ଜାରି ରଖିବୁ ।”


Share It

Comments are closed.