ପୂର୍ବ ଭାରତରେ ଡେଲିଭରି ପାଇଁ ୧୩,୦୦୦ରୁ ଅଧିକ କିରାନାଙ୍କୁ ସାମିଲ କରିଛି ଫ୍ଲିପ୍‌କାର୍ଟ


ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁ ଓ ବିଗ୍ ବିଲିୟନ ଡେଜ୍‌ର ପ୍ରସ୍ତୁତି କରି ଫ୍ଲିପ୍‌କାର୍ଟ, ପୂର୍ବାଂଚଳରୁ ପାଖାପାଖି ୧୩,୦୦୦ରୁ ଉର୍ଦ୍ଧ୍ୱ କିରାନାଙ୍କୁ ଏହାର କିରାନା କାର୍ଯ୍ୟକ୍ରମରେ ସାମିଲ କରି ପୂର୍ବ ଭାରତରେ ନିଜର ଏହି ପଦକ୍ଷେପକୁ ସଂପ୍ରସାରିତ କରିଛି । ଏହି ସମ୍ପ୍ରସାରଣ ହେଉଛି କିରାନାମାନଙ୍କ ପାଇଁ ଆୟର ଏକ ବିକଳ୍ପ ଉତ୍ସ ବୃଦ୍ଧି କରିବା ସହିତ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଏକ ଦ୍ରୁତ ଓ ବ୍ୟକ୍ତିଗତ ଇକମର୍ସ ଅଭିଜ୍ଞତା ପ୍ରଦାନ କରିବା ଲାଗି ପ୍ଲିପ୍‌କାର୍ଟ ପକ୍ଷରୁ ଦେଶବ୍ୟାପୀ ନିଯୁକ୍ତ କରାଯାଇଥିବା ୫୦,୦୦୦ରୁ ଅଧିକ କିରାନାଙ୍କର ଏକ ଅଂଶବିଶେଷ । କିରାନାଙ୍କୁ ନିଯୁକ୍ତ କରିବା ଓ ପାର୍ବଣ ଋତୁରେ ସକ୍ରିୟ ଅଂଶଗ୍ରହଣକାରୀ କରିବା ଲାଗି ଫ୍ଲିପ୍‌କାର୍ଟର ଟିମ୍ ଅନ୍‌ଲାଇନ୍ ଆବେଦନ ଫର୍ମ ମାଧ୍ୟମରେ କିରାନାମାନଙ୍କର କଂଟାକ୍ଟଲେସ୍ ଅନ୍‌ବୋର୍ଡିଙ୍ଗ୍ ଆରମ୍ଭ କରିଛି, ଯେଉଁଠାରେ କିରାନା ସହଯୋଗୀମାନେ ସିଧାସଳଖ ଆବଶ୍ୟକ କାଗଜପତ୍ର ସହିତ ନିଜର ସବିଶେଷ ତଥ୍ୟ ଅପ୍‌ଲୋଡ୍ କରିପାରିବେ । ସେମାନେ ସିପ୍‌ମେଂଟ୍ ଡେଲିଭର କରିପାରିବା ପୂର୍ବରୁ ଏକ ବିସ୍ତୃତ ଯାଂଚର ଅନୁସରଣ କରାଯାଇ କିରାନା ସହଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି ଟିମ୍ କିରାନାମାନଙ୍କୁ ସେମାନଙ୍କର ବ୍ୟବସାୟକୁ ପାରମ୍ପରିକ ସାଧାରଣ ବ୍ୟବସାୟ ଷ୍ଟୋର୍‌ରୁ ଆଧୁନିକ କନ୍‌ଭିନିଏନ୍ସ ଷ୍ଟୋର୍‌କୁ ରୁପାନ୍ତର ହେବାରେ ସହଯୋଗ କରି ଆପ୍ ଆଧାରିତ ଡ୍ୟାସ୍‌ବୋର୍ଡ ଓ ଡିଜିଟାଲ ପେମେଂଟ୍ ସମେତ ବିଭିନ୍ନ ଟୁଲ୍‌ରେ ଡିଜିଟାଲ ପ୍ରଶିକ୍ଷଣର ଆୟୋଜନ କରିଥିଲା ।
ପୂର୍ବାଂଚଳ ସହର ଯେପରିକି କୋଲ୍‌କାତା, ଗୌହାଟୀ, ସିଲ୍‌ଚାର, ନୁନ୍‌ମାଟି ଓ ସିଲଙ୍ଗ୍ ଆଦିରେ ଫ୍ଲିପ୍‌କାର୍ଟର କିରାନା କାର୍ଯ୍ୟକ୍ରମର ସମ୍ପ୍ରସାରଣ, କିରାନା ଓ ଉପଭୋକ୍ତାମାନଙ୍କୁ ବିଭିନ୍ନ ଅଂଚଳରୁ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ କମର୍ସ ସହିତ ସଂଯୋଗ କରି ଇକମର୍ସକୁ ଅଧିକ ସମାବେଶୀ କରିଛି । ଏହି କିରାନାଗୁଡିକ ମଧ୍ୟରେ ଜେନେରାଲ ଟ୍ରେଡ୍ ଷ୍ଟୋରଠାରୁ ଆରମ୍ଭ କରି ବେକ୍‌ରୀ, ଟେଲର ଦୋକାନ୍ ପର୍ଯ୍ୟନ୍ତ ସାମିଲ ରହିଛି । ମୁଖ୍ୟତଃ ଉତର ପୂର୍ବାଂଚଳ ରାଜ୍ୟଗୁଡିକରେ ଆଧୁନିକ ରିଟେଲ୍‌ର ପ୍ରବେଶ କମ୍ ଥିବାରୁ କିରାନାମାନଙ୍କର ଏହି ଅନ୍‌ବୋର୍ଡିଂ ସାମଗ୍ରୀଗୁଡିକର ବିସ୍ତୃତ ବର୍ଗର ପହଂଚ ହାସଲ କରିବା ଏବଂ ନିଜ ପାଇଁ ଆୟର ଏକ ଅତିରିକ୍ତ ଉତ୍ସ ସୁନିଶ୍ଚିତ କରିବା କ୍ଷେତ୍ରରେ ଉଭୟ ଉପଭୋକ୍ତା ଓ କିରାନାମାନଙ୍କୁ ଲାଭ ପ୍ରଦାନ କରିବ । ଏହି କିରାନା ପ୍ରୋଗ୍ରାମ ହେଉଛି ଦେଶବ୍ୟାପୀ ଲକ୍ଷ ଲକ୍ଷ କିରାନାମାନଙ୍କ ପାଇଁ ବିକାଶକୁ ତ୍ୱରାନ୍ୱିତ କରିବା ନେଇ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଉଦ୍ୟମର ଏକ ଅଂଶବିଶେଷ । ଏଥିରେ ଫ୍ଲିପ୍‌କାର୍ଟର ହୋଲ୍‌ସେଲ୍ ମଧ୍ୟ ସାମିଲ ରହିଛି, ଯାହାକି ହେଉଛି ଏକ ଡିଜିଟାଲ ବି୨ବି ମାର୍କେଟ୍‌ପ୍ଲେସ୍ ଏବଂ ଏହା ସ୍ଥାନୀୟ ନିର୍ମାତା ଓ ଏମ୍‌ଏସ୍‌ଏମ୍‌ଇଗୁଡିକୁ ରିଟେଲର୍ ଓ ଅନ୍ୟ ବ୍ୟବସାୟଗୁଡିକ ସହିତ ସଂଯୋଗ କରିବା ଏବଂ ଟେକ୍ନୋଲୋଜିର ବ୍ୟବହାର କରି ସେମାନଙ୍କ ହାତ ପାହାନ୍ତାକୁ ଏକ ହୋଲ୍‌ସେଲ୍ ମାର୍କେଟ୍‌ପ୍ଲେସ୍ ଆଣିବା ପାଇଁ ଲକ୍ଷ୍ୟ ରଖିଛି ।
ଏସମ୍ପର୍କରେ ଫ୍ଲିପ୍‌କାର୍ଟର ଇକାର୍ଟ ଓ ମାର୍କେଟ୍‌ପ୍ଲେସ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଅମିତେଶ ଝା କହିଛନ୍ତି, “ ଫ୍ଲିପ୍‌କାର୍ଟ ସମସ୍ତ ଇକୋସିଷ୍ଟମ ହିତାଧିକାରୀଙ୍କୁ ନିଜ ସହ ନେଇ ପ୍ରଯୁକ୍ତି-ସକ୍ଷମ ସମାବେଶୀ ବିକାଶରେ ବିଶ୍ୱାସ ରଖିଥାଏ ଏବଂ ଆମର କିରାନା ସହଯୋଗୀମାନେ ଏହି ଇକୋସିଷ୍ଟମର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟନ୍ତି । ଆମେ ନିଜକୁ ପୁନଃଆବିଷ୍କାର କରିବା ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇକମର୍ସ ଶିଳ୍ପ ସହିତ ନିଜକୁ ସାମିଲ କରିବା ପାଇଁ ଦେଶବ୍ୟାପୀ କିରାନାମାନଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଦେଖି ଖୁବ୍ ଆନନ୍ଦିତ ।”


Share It

Comments are closed.