ଟିସିଏଲ ପକ୍ଷରୁ ଆକର୍ଷଣୀୟ ଦୀପାବଳି ଅଫର


ଭୁବନେଶ୍ୱର : ଏହି ଦୀପାବଳିରେ, ଟିସିଏଲ, ଯାହାକି ବିଶ୍ୱସ୍ତରରେ ଦ୍ୱିତୀୟ-ଅଗ୍ରଣୀ ଟେଲିଭିଜନ ବ୍ରାଣ୍ଡ ଏବଂ ଅଗ୍ରଣୀ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ କଂପାନୀ, ଏହାର ଅନ ଲାଇନ ଷ୍ଟୋର www.storeindia.tcl.com ରେ ଦୁଇଟି ବିଶେଷ ଅଫର ପ୍ରଦାନ କରୁଛି । ଗ୍ରାହକମାନେ ୪କେ କ୍ୟୁଏଲଇଡି ଟିଭି କିଣି ପାରିବେ ଏବଂ ତା ସହିତ ସାଉଣ୍ଡ ବାର ମୂଲ୍ୟ ଉପରେ ୨,୦୦୦ ଟଙ୍କା ରିହାତି ପାଇ ପାରିବେ, ଯାହାର ପ୍ରକୃତ ମୂଲ୍ୟ ହେଉଛି ୮,୯୯୯ ଟଙ୍କା । ଏଥି ସହିତ ଗ୍ରାହକମାନେ କୌଣସି ୫୦ ଇଞ୍ଚ ବିଶିଷ୍ଟ ୪କେ ୟୁଏଚଡି ଟିଭିଏସ କ୍ରୟରେ ସାଉଣ୍ଡ ବାରର ମୂଲ୍ୟ ଉପରେ ୧,୦୦୦ ଟଙ୍କା ରିହାତି ପାଇ ପାରିବେ ।
ଟିସିଏଲ ସାଉଣ୍ଡ ବାର ଟିଏସ୩୦୧୫ରେ ୨.୧ ଚ୍ୟାନେଲ ସ୍ପିକର ସିଷ୍ଟମ ରହିଥାଏ, ଯାହାର ଅଡିଓ ଆଉଟପୁଟ ୧୮୦ ୱାଟ ଅଟେ । ଓୟାରଲେସ କନେକଟିଭିଟି ପାଇଁ ଏହା ଓୟାରଲେସ ସବ ଅଫର ଏବଂ ବ୍ଲୁ ଟୁଥ ଭର ସନ ୫.୦ ରେ ସୁସଜ୍ଜିତ ଅଟେ । ୟୁଜର ମାନେ ସେମାନଙ୍କ ସ୍ମାର୍ଟ ଫୋନ, ଲାପଟପ କିମ୍ବା ଅନ୍ୟ କୌଣସି ଗ୍ୟାଜେଟରୁ ହିଁ ସାଉଣ୍ଡବାରରେ ଓୟାରଲେସ ଭାବରେ ମ୍ୟୁଜିକ ଶୁଣିପାରିବେ । ଟିସିଏଲ ଟିଭିଏସ ପାଇଁ ଏହା ଏକ ଉପଯୁକ୍ତ ଅନୁପୂରକ ୟୁଜରମାନେ ସେମାନଙ୍କ ପସନ୍ଦର ଫିଲ୍ମ ଏବଂ ମ୍ୟୁଜିକର ଆନନ୍ଦ ନେଲାବେଳେ ସୃତି ମଧୁର ସାଉଣ୍ଡ ଏବଂ ପଞ୍ଚି ବାସର ଅନୁଭବ କରିପାରିବେ ।
ଏହି ଅବସରରେ ଟିସିଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର, ମାଇକ ଚେନ କହିଛନ୍ତି ଯେ, “ଦୀପାବଳି ହେଉଛି ଭାରତର ଏକ ବଡ କିଣାବିକା ପର୍ବ ଏବଂ ଆମ୍ଭେ(ଟିସିଏଲ) ଏହି କିଣାବକା ପର୍ବକୁ ଆମର ଗ୍ରାହକ ମାନଙ୍କ ପାଇଁ ଆହୁରୀ ଆକର୍ଷଣୀୟ କରିବାକୁ ଚାହୁଁଛୁ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ କେବଳ ଆମର ଅଫିସିଆଲ ଅନ ଲାଇନ ଷ୍ଟୋରରେ ଦୁଇଟି ତାଜା କମ୍ବୋ ଅଫରର ଶୁଭାରମ୍ଭ କରିଛୁ । ଯେଉଁମାନେ ନୂଆ କ୍ୟୁଏଲଇଡି କିମ୍ବା ୪କେ ୟୁଏଚଡି ଟିଭି ସେଟ କିଣିବାକୁ ଇଚ୍ଛୁକ ସେମାନେ ଏହି ଅଫରର ଲାଭ ନେଇପାରିବେ ଏବଂ ରିହାତି ମୂଲ୍ୟରେ ଆମର ସାଉଣ୍ଡ ବାର ମଧ୍ୟ ଘରକୁ ନେଇ ପାରିବେ । ମୂଲ୍ୟ ଦୃଷ୍ଟି କୋଣରୁ ଆମ୍ଭର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ କରିବା ଉଦେଶ୍ୟରେ ଆମେମାନେ ଉପାୟ ଖୋଜୁ ଥାଉ, ଯେପରି ସବୁଠାରୁ ଉନ୍ନତ ଅଫର ଦେଇ ପାରିବୁ । ଅତ୍ୟାଧୁନିକ ଟିଭି+ସାଉଣ୍ଡ ବାର କମ୍ବୋ ଅଫର ଏହାର ଅଂଶ ଅଟେ । ”


Share It

Comments are closed.