ହାଇଦ୍ରାବାଦରେ କୌଟିଲ୍ୟ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି ସ୍ଥାପିତ


ଭୁବନେଶ୍ୱର: ସାର୍ବଜନିନ ନୀତି ଶିକ୍ଷା ବା ପବ୍ଲିକ୍ ପଲିସି ଏଜୁକେଶନକୁ ଭାରତରେ ଉଚ୍ଚ ଶିକ୍ଷା ପାଇଁ ବ୍ୟାପକ ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବା ପାଇଁ ହାଇଦ୍ରାବାଦରେ କୌଟିଲ୍ୟ ସ୍କୁଲ ଅଫ୍ ପବ୍ଲିକ୍ ପଲିସି ସ୍ଥାପନ କରାଯାଇଛି । ଏହି ଅନୁଷ୍ଠାନରେ ପ୍ରତିଷ୍ଠାତା ଦଳରେ ଷ୍ଟାନ୍‌ଫୋର୍ଡ, ହାଭାର୍ଡ କେନେଡି ସ୍କୁଲ୍ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଂଟ୍ (ଆଇଆଇଏମ୍‌) ର ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଏକ ପ୍ରତିଷ୍ଠିତ ଏକ୍‌ଜିକ୍ୟୁଟିଭ୍ ବୋର୍ଡ ସାମିଲ ରହିଛି । ଫାଉଣ୍ଡିଙ୍ଗ୍ ଟିମ୍‌ରେ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଉଥିବା ଗୀତମ୍‌ର ଅଧ୍ୟକ୍ଷ ଏମ୍‌.ଶ୍ରୀ ଭାରତ,କୌଟିଲ୍ୟ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସିର ସହ ପ୍ରତିଷ୍ଠାତା ପ୍ରତୀକ କାନ୍‌ୱାଲ, କୌଟିଲ୍ୟ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସିର ଫାଉଣ୍ଡିଙ୍ଗ୍ ଡାଇରେକ୍ଟର ଶ୍ରୀଧର ପାବିସେଟ୍ଟୀ ସାମିଲ ଅଛନ୍ତି । ନୂତନ ଭାବେ ସ୍ଥାପନ ହୋଇଥିବା ଏହାର କ୍ୟାମ୍ପସ୍ ୨୪,୫୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଥିବା ବେଳେ ଏହା ଅତ୍ୟାଧୁନିକ ସୁବିଧା ଓ ଟେକ୍ନୋଲୋଜିରେ ସୁସଜ୍ଜିତ ରହିଛି, ଯାହାକି ଏହାକୁ ଭାରତର ସବୁଠାରୁ ସମସାମୟିକ ଇନ୍‌ଷ୍ଟିଚ୍ୟୁଟ୍‌ରେ ପରିଣତ କରୁଛି ।
ଗୀତମ୍ ଭାବେ ଜଣାଶୁଣା ବା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଂଟ୍ ସହ ଅନୁବନ୍ଧିତ, ଏହି ବିଦ୍ୟାଳୟର ଲକ୍ଷ୍ୟ ହେଉଛି ନୂତନ ପିଢିର ନେତୃତ୍ୱମାନଙ୍କୁ ପ୍ରସ୍ତୁତ ଓ ପ୍ରୋତ୍ସାହିତ କରିବା, ଯେଉଁମାନେ ଜଟିଳ ସାର୍ବଜନିନ ନୀତି ଶିକ୍ଷାକୁ ଗ୍ରହଣ କରି ତାହାକୁ ଭାରତର ଏକବିଂଶ ଶତାବ୍ଦୀର ସମସ୍ୟାଗୁଡିକର ସମାଧାନ ପାଇଁ ପ୍ରୟୋଗ କରିବେ । ଏହା ଯେକୌଣସି ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକ ସହିତ ଶିକ୍ଷା ଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅନୁଷ୍ଠାନ ପବ୍ଲିକ୍ ପଲିସି କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ପହଂଚ ଓ ଟେକ୍ନୋଲୋଜି ସହିତ ବିଶ୍ୱସ୍ତରୀୟ ଭିତିଭୂମି ପ୍ରଦାନ କରିବ । କୌଟିଲ୍ୟ ମୂଳ ପାଠ୍ୟକ୍ରମ, ଇଲେକ୍ଟିଭ୍‌ସ, ସ୍କିଲ୍ ସପ୍ ଓ ସ୍ପେଶିଆଲାଇଜେଶନର ଏକ ସ୍ୱତନ୍ତ୍ର ମିଶ୍ରଣ ସହିତ ଏକ ୨ ବର୍ଷର ଆବାସିକ ମାଷ୍ଟର୍ସ ଇନ୍ ପବ୍ଲିକ୍ ପଲିସି (ଏମ୍‌ପିପି) ପ୍ରୋଗ୍ରାମ ଅଫର୍ କରିବାକୁ ପ୍ରସ୍ତୁତ ରହିଛି ଏବଂ ଏହା ଜୁଲାଇ ୨୦୨୧ରୁ ୬୦ଟି ବ୍ୟାଚ୍ ସହିତ ଆରମ୍ଭ ହେବ । ଏମ୍‌ପିପି ପାଇଁ ଆବେଦନ ୩୦ ନଭେମ୍ବର ୨୦୨୦ରୁ ଆରମ୍ଭ ହେବ । ୱର୍କିଙ୍ଗ୍ ପ୍ରଫେସ୍‌ନାଲଙ୍କ ପାଇଁ ଜାନୁଆରୀ ୨୦୨୧ରୁ ଆରମ୍ଭ ହେଉଥିବା ମ୍ୟାନେଜ୍‌ମେଂଟ୍ ଡେଭ୍‌ଲପ୍‌ମେଂଟ୍ ପ୍ରୋଗ୍ରାମଗୁଡିକୁ ଶୁଭାରମ୍ଭ କରାଯିବ ।
ଏସମ୍ପର୍କରେ ଏନ୍‌ଆଇପିଏଫ୍‌ପିର ନିର୍ଦ୍ଦେଶକ ଓ ଅର୍ଥନୈତିଜ୍ଞ ରଥିନ ରୟ କହିଛନ୍ତି ଯେ, ସାର୍ବଜନିନ ନୀତିର କାନ୍‌ଭାସ ସରକାର ଓ ଏହାର ଇନ୍‌ଷ୍ଟ୍ରୁମେଂଟ୍ ଓ ଏଜେନ୍ସିଗୁଡିକଠାରୁ ବହୁ ଦୂରରେ ବିସ୍ତାର ହେବାକୁ ଯାଉଛି । ସେହଭିଳି ହାଭାର୍ଡ କେନେଡି ସ୍କୁଲ୍‌ର ପବ୍ଲିକ୍ ପଲିସିର ପୂର୍ବତନ ଅଧ୍ୟାପକ ଓ ଜଣେ ଗ୍ଲୋବାଲ ପଲିଟିକାଲ କ୍ୟାମ୍ପେନ୍ କନ୍‌ସଲ୍‌ଟାଂଟ୍ ଷ୍ଟିଭ୍ ଜାର୍ଡିଙ୍ଗ୍ କହିଛନ୍ତି ଯେ, ଭାରତ ପବ୍ଲିକ୍ ପଲିସି ଉପରେ ଆଧାରିତ ଏକ ସ୍କୁଲର ଆବଶ୍ୟକ କରୁଛି, ଯାହା ପରବର୍ତୀ ପିଢିର ଲିଡରମାନଙ୍କଠାରେ ପରିମର୍ତନର ବିଚାରଧାରକୁ ସୃଷ୍ଟି କରିବ । ଗୀତମ୍‌ର ଅଧ୍ୟକ୍ଷ ଏମ୍ ଶ୍ରୀ ଭାରତ କହିଛନ୍ତି ଯେ, “ଏହି ଅନୁଷ୍ଠାନ ମାଧ୍ୟମରେ ଆମର ଲକ୍ଷ ହେଉଛି ଅଭିଜ୍ଞ ଅଧ୍ୟାପକ ଓ ଇଣ୍ଡଷ୍ଟ୍ରି ବିଶେଷଜ୍ଞମାନଙ୍କ ସହିତ ପବ୍ଲିକ କ୍ଷେତ୍ରରେ ରହିଥିବା ପ୍ରମାଣ ଆଧାରିତ ଶିକ୍ଷାର ଅଭାବକୁ ଦୂର କରି ଏକ ବିଶ୍ୱସ୍ତରୀୟ ଗୁଣାତ୍ମକ ପାଠ୍ୟକ୍ରମ ଆଣିବା ।” ଏହି ଅନୁଷ୍ଠାନ ଜରିଆରେ ପବ୍ଲିକ ପଲିସି କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିବାକୁ ଚାହୁଁଥିବା ଅଭିଳାଷୀମାନଙ୍କ ପାଇଁ ଏକ ସମୃଦ୍ଧ ଶିକ୍ଷା ଅନୁଭବ ପ୍ରଦାନ କରାଯିବ ବୋଲି କୌଟିଲ୍ୟ ସ୍କୁଲ ଅଫ୍ ପବ୍ଲିକ ପଲିସିର ସହ ପ୍ରତିଷ୍ଠାତା ଶ୍ରୀ ପ୍ରତୀକ କନୱାଲ କହିଛନ୍ତି ।


Share It

Comments are closed.