ଚୀନ ସେନାର ଜଣେ ଯବାନଙ୍କୁ ଗିରଫ କଲେ ଭାରତୀୟ ଯବାନ

Share It

ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ତିକ୍ତତା। ଏସବୁ ମଧ୍ୟରେ ସୋମବାର ଭାରତ ଚୀନ ସୀମାରୁ ଜଣେ ଚୀନ୍‌ ସୈନିକକୁ ଗିରଫ କରିଛି ଭାରତୀୟ ସୁରକ୍ଷା ବଳ। ଭାରତୀୟ ସେନା ଗରିଫ କରିଥିବା ସୈନ୍ୟ ଜଣକ ଚୀନ୍‌ ସେନାର କାରପୋରେଲ ର‍୍ୟାଙ୍କର ଜଣେ ଯବାନ। ଯାହାଙ୍କୁ ଭାରତୀୟ ସେନା ଅଟକ ରଖି ପଚରା ଉଚରା କରୁଛି। ସୋମାବର ସକାଳେ ଚୀନ ସେନା ଭାରତୀୟ ସେନାକୁ ଖବର ଦେଇଥିଲା ଯେ, ଆମର ଜଣେ ଯବାନ ନିଖୋଜ ଅଛନ୍ତି। ତାଙ୍କୁ ଟିକେ ଖୋଜିବାରେ ସାହାଯ୍ୟ କରନ୍ତୁ। ହେଲେ ଏହା ପୂର୍ବରୁ ଚୀନ ଯବାନ ଜଣଙ୍କୁ ଗିରଫ କରିଥିଲା ଭାରତୀୟ ଯବାନ।

ସୋମବାର ଲଦାଖର ଚୁମାର-ଡେମଚୋକ ଅଞ୍ଚଳରୁ ଜଣେ ଚୀନ୍‌ ସୈନିକଙ୍କୁ ଧରିଛି ଭାରତୀୟ ସୁରକ୍ଷା ବଳ। ନୁଜ୍ୟ ଏଜେନ୍ସି ଏଏନ୍‌ଆଇର ସୂଚନା ମୁତାବିକ, ଚୀନର ସୈନିକ ଜଣକ ଅଜାଣତରେ ଭାରତୀୟ ସୀମାକୁ ପଶି ଆସିଥିଲେ। ପୂର୍ବ ପ୍ରୋଟୋକଲ ଅନୁଯାୟୀ ଏବେ ଚୀନ ସୈନିକ ଜଣଙ୍କୁ ଚୀନ ସେନାକୁ ହସ୍ତାନ୍ତର କରି ଦିଆଯିବ। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ୬ମାସ ପାଖାପାଖୀ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି।ଏହି ବିବାଦର ସମାଧାନ କରିବା ପାଇଁ ଦୁଇ ଦେଶ ମଧ୍ୟରେ ବହୁବାର ରାଜନୈତିକ ଓ ପ୍ରତିରକ୍ଷା ସ୍ତରରେ ଆଲୋଚନା ମଧ୍ୟ ହୋଇଛି। ହେଲେ ଏଥିରୁ କିଛି ସୁଫଳ ମିଳିନାହିଁ।


Share It

Comments are closed.