ଫୋନ୍‌ପେ ପକ୍ଷରୁ କାର୍ ଓ ବାଇକ୍ ଇନ୍ସ୍ୟୁରାନ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ୍ ପ୍ଲାଟ୍‌ଫର୍ମ ଫୋନ୍‌ପେ ପକ୍ଷରୁ ଆଜି ବଜାଜ୍ ଆଲିଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ ସହ ଘରୋଇ କାର୍ ଓ ଦୁଇଚକିଆ ଯାନ ମାଲିକଙ୍କ ପାଇଁ ନିଜ ପ୍ଲାଟ୍‌ଫର୍ମରେ କାର୍ ଓ ବାଇକ୍ ଇନ୍ସ୍ୟୁରାନ୍ସ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ୨୩୦ ମିଲିୟନରୁ ଅଧିକ ଫୋନ୍‌ଫେ ଉପଭୋକ୍ତା ବିନା କୌଣସି ବାଧାରେ ୨ ମିନିଟ୍ ମଧ୍ୟରେ ନିଜ କାର୍ ଓ ବାଇକ୍‌ର ଇନ୍‌ସ୍ୟୁରାନ୍ସ କରିପାରିବେ । ଏହା କିଣିବା ପାଇଁ ସେମାନଙ୍କୁ କୌଣସି ଡକ୍ୟୁମେଂଟ୍ ଅପ୍‌ଲୋଡ୍ କରିବାର ଆବଶ୍ୟକତା ନାହିଁ ଏବଂ ଏଥିସହିତ ସେମାନେ ଆପ୍‌ରେ ତତ୍କାଳ ନିଜର ବୀମା କାଗଜପତ୍ର ମଧ୍ୟ ଦେଖିପାରିବେ । ଫୋନ୍‌ପେର କାର୍ ଓ ବାଇକ୍ ଇନ୍ସ୍ୟୁରାନ୍ସ ଉତ୍ପାଦ ବର୍ତମାନର ବଜାର ଦର ଅନୁଯାୟୀ ଉପଲବ୍ଧ ସବୁଠାରୁ ଶସ୍ତା ଉତ୍ପାଦ ମଧ୍ୟରୁ ଅନ୍ୟତମ । ଫୋନ୍‌ପେ’ରେ କାର୍ ଓ ବାଇକ୍ ଇନ୍‌ସ୍ୟୁରାନ୍ସ କରିଥିବା ଗ୍ରାହକମାନେ ବାଧାମୁକ୍ତ ନବୀକରଣ, ଦେଶବ୍ୟାପୀ ଗ୍ୟାରେଜ୍‌ରେ କ୍ୟାଶଲେସ୍ ମରାମତି ଓ ମେଂଟେନାନ୍ସ ସର୍ଭିସ୍ ଓ ୨୦ ମିନିଟ୍ ମଧ୍ୟରେ ସ୍ମାର୍ଟଫୋନ୍‌-ସାମର୍ଥ୍ୟ କ୍ଲେମ୍ ସେଟେଲ୍‌ମେଂଟ୍ ସୁବିଧା ପାଇପାରିବେ । ଫୋନ୍‌ପେ ଉପଭୋକ୍ତାମାନେ ନିଜର ଆବଶ୍ୟକତା ମୁତାବକ କାର୍ ଇନ୍ସ୍ୟୁରାନ୍ସ ଯୋଜନାର ମୂଲ୍ୟ ଯେପରିକି ଶୂନ୍ୟ ମୂଲ୍ୟହ୍ରାସ, ୨୪ଞ୍ଚ୭ ରୋଡ୍‌ସାଇଡ୍ ସହାୟତା ଓ ଇଞ୍ଜିନ୍ ସୁରକ୍ଷାକୁ ଅନୁକୂଳିତ କରିପାରିବେ । ଶୂନ୍ୟ ମୂଲ୍ୟ ହ୍ରାସ ଯାନବାହନକୁ ଏହାର ଅଂଶର ମୂଲ୍ୟରେ ବାର୍ଷିକ ମୂଲ୍ୟ ହ୍ରାସ ଚିନ୍ତା ନକରି ସୁରକ୍ଷା କରିବାରେ ସାହାଯ୍ୟ କରିଥାଏ ଓ ସମ୍ପୂର୍ଣ୍ଣ କ୍ଲେମ୍ ରାଶି ପେମେଂଟ୍ କରିଥାଏ, ଯାହାଦ୍ୱାରା ଗ୍ରାହକଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିନଥାଏ ।
ଏସମ୍ପର୍କରେ ଫୋନ୍‌ପେ ଇନ୍ସ୍ୟୁରାନ୍ସ ବିଭାଗର ଉପାଧ୍ୟକ୍ଷ ଓ ମୁଖ୍ୟ ଗୁଞ୍ଜନ ଘାଇ କହିଛନ୍ତି, “ଏହି ଦୁଇ ଉତ୍ପାଦ ଗ୍ରାହକଙ୍କ ସମସ୍ତ ଇନ୍ସ୍ୟୁରାନ୍ସ ଆବଶ୍ୟକତା ପାଇଁ ଗୋଟିଏ ବନ୍ତବ୍ୟସ୍ଥଳ ଓ ଆମର ଲକ୍ଷ୍ୟ ଅନୁରୂପ ଅଟେ । ଆମର ଲକ୍ଷ୍ୟସ୍ଥଳରେ ପହଂଚିବା ଓ ଗ୍ରାହକଙ୍କ ଦୃଷ୍ଟିକୋଣ ସହିତ ଆମେ ମୋଟର ଇନ୍ସ୍ୟୁରାନ୍ସ କିଣିବା ପାଇଁ ଏକ ସରଳ, ଶୀଘ୍ର ଓ ସୁବିଧାଜନକ ଉପାୟ ପ୍ରଦାନ କରୁଛୁ ଓ ସୁଗମ ନବୀକରଣ ମଧ୍ୟ ସକ୍ଷମ କରିଛୁ ।” ସେହିପରି ବଜାଜ ଆଲିଆନ୍ସ ଜେନେରାଲ ଇନ୍ସ୍ୟୁରାନ୍ସର ୱେବ୍ ସେଲ୍‌ଓ ଓ ଟ୍ରାଭେଲ୍‌ର ଅଧିକକ୍ଷ ଓ ମୁଖ. ସୌରଭ ଚାଟାର୍ଜୀ କହିଛନ୍ତି, “ଆମେ ସବୁବେଳେ ପ୍ରୟାସ କରିଥାଉ ବଜାରରେ ଏଭଳି ବୀମା ଉତ୍ପାଦ ଉପଲବ୍ଧ କରିବା ପାଇଁ, ଯାହା ଗ୍ରାହକଙ୍କ ପାଇଁ ସରଳ, ବୁଝିବାରେ ସହଜ, କ୍ରୟ ଓ ଦାବି କରିବା ପାଇଁ ସହଜ ହୋଇପାରିବ । ଡିଜିଟାଲ ପ୍ଲାଟ୍‌ଫର୍ମ ପ୍ରଦାନକାରୀଙ୍କ ସହ ଆମର ସହଭାଗିତା ସେହି ଦିଗରେ ଆଉ ଏକ ଛୋଟ କିନ୍ତୁ ବିଶାଳ ପଦକ୍ଷେପ । ଭବିଷ୍ୟତରେ ଆମେ ଏହି ପ୍ଲାଟ୍‌ଫର୍ମ ଅନେକ ନୂତନ ଓ ଅଭିନବ ଉତ୍ପାଦ ଗୁନିକ ଶୁଭାରମ୍ଭ କରିବୁ । ଫୋନ୍‌ପେର ଉପଭୋକ୍ତାମାନେ ସେମାନଙ୍କର ବାଇକ୍ ଓ କାର୍‌ଗୁଡିକୁ କିଛି ସରଳ ପଦକ୍ଷେପରେ ବୀମାଭୁକ୍ତ କରିପାରିବେ । ସେମାନଙ୍କୁ କେବଳ ଆପ୍‌ର (ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌) “ମୋର ଟଙ୍କା’ ବିଭାଗରେ ଥିବା ‘ବୀମା’ ବିଭାଗକୁ ଯିବାକୁ ହେବ । ମୋଟର ଇନ୍ସ୍ୟୁରାନ୍ସ ବିଭାଗ ଅଧୀନରେ ଉଭୟ କାର୍ ଓ ବାଇକ୍ ଇନ୍‌ସ୍ୟୁରାନ୍ସ ଉତ୍ପାଦ ଦୃଶ୍ୟମାନ ହେବ । ଗ୍ରାହକଙ୍କୁ କେବଳ ସେମାନଙ୍କ ଗାଡି ପାଇଁ ନିଜ ଇଚ୍ଛା ମୁତାବକ ଇନ୍ସ୍ୟୁରାନ୍ସ କଭରେଜ୍ ବାଛି ସବିଶେଷ ତଥ୍ୟ ପୂରଣ କରି ପେମେଂଟ୍ କରିବାକୁ ପଡିବ ।”


Share It

Comments are closed.