Browsing Category

ଖବର

ପ୍ରୋଫାଇଲ୍‍ ଫଟୋ ‘ତ୍ରିରଙ୍ଗା’ରଖିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ୍‍ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‍ ଫଟୋ ବଦଳାଇ ଜାତୀୟ ପତାକା ‘ତ୍ରିରଙ୍ଗା’ ଫଟୋ ରଖିଛନ୍ତି। ଦେଶର ଜନତାଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳନ କରିବା ପାଇଁ ଆନ୍ଦୋଳନ ରୂପରେ ଏପରି କରିବା ପାଇଁ କହିଛନ୍ତି। ରବିବାର ୩୧ ଜୁଲାଇରେ ପ୍ରସାରିତ ‘ମନ…

ବହୁ ଚର୍ଚ୍ଚିତ କାଷ୍ଟିଙ୍ଗ କାଉଚ ମାମଲାରେ ନିର୍ଦ୍ଦୋଶ ପ୍ରମାଣିତ ହେଲେ ପପୁ ପମ୍‌ପମ୍‌

ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଲିଉଡ଼ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ ନିର୍ଦୋଷରେ ଖଲାସ ହୋଇଛନ୍ତି। ପପୁ ଓ ତାଙ୍କ ସହଯୋଗୀ ଗିଟୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ଉଭୟଙ୍କୁ ମଙ୍ଗଳବାର କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ।…

ଇଡି ଦ୍ୱାରା ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ

ନ୍ୟାସନାଲ ହେରାଲ୍ଡ କେସକୁ ନେଇ ଇଡି ପ କ୍ଷରୁ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ କରାଯାଇଛି । ପୂର୍ବରୁ ଇଡି ଏହି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଏମପି ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ବେଳେ ଆଜି ଦିଲ୍ଲୀର ବାହାଦୁର ଶାହା ଜଫର ମାର୍ଗ ସ୍ଥିତ…

ନିପାତ ହେଲା ଆତଙ୍କବାଦୀ ମୁଖ୍ୟ ଆୟମାନ ଅଲ-ଜୱାହିରୀ

ନିପାତ ହେଲା ଆତଙ୍କବାଦୀ ମୁଖ୍ୟ ଆୟମାନ ଅଲ-ଜୱାହିରୀ । ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଆଫଗାନିସ୍ତାନରେ ଡ୍ରୋନ୍‌ ଆକ୍ରମଣରେ ଅଲ-ଜୱାହିରୀକୁ ନିପାତ କରିଥିବା ଜଣାପଡ଼ିଛି । ଏନେଇ ଆମେରିକାର ଅଧିକାରୀ ମାନେ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମର କହିବା…

ଆସନ୍ତା କାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ଓଡିଶାର ୨୬ଜଣ ବିଧାୟକ

ଆସନ୍ତା କାଲି ଓଡିଶାର ୨୬ଜଣ ବିଧାୟକ ଦୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ନ୍ଧନା ଜଣାଇବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେମାନେ ଅଗଷ୍ଟ ୩ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟିବାର ଯୋଜନା ରହିଛି । ବିଧାନସଭା ବାଚସ୍ପତ୍ତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ…

ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା କୁମ୍ଭୀର ଅଭୟାରଣ୍ୟ

କୁମ୍ଭୀରମାନଙ୍କର ପ୍ରଜନନ ସମୟ ପାଇଁ ମେ ମାସରୁ ଜୁଲାଇ ୩୧ ପର୍ଯ୍ୟନ୍ତ କୁମ୍ଭୀର ଅଭୟାରଣ୍ୟ ବନ୍ଦ ଥିଲା ବେଳେ ପର୍ଯ୍ୟଟକମାନଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲାଯାଇଛି । ଏଠାରେ ବିଳାସପୂର୍ଣ୍ଣ ରେସ୍ତୋରାଁ, ବ୍ୟାଟେରୀ ବୋଟର ବ୍ୟବସ୍ଥା ଏବଂ ନର୍ସରୀ ପରି ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହା ବ୍ୟତୀତ…

ଓଡିଶାର ଶିମିଳିପାଳରେ ବିରଳ କଳା ବାଘ

ଆର୍ନ୍ତଜାତୀୟ ବ୍ୟାଘ୍ର ଦିବସରେ ବାଘ ସଂଖ୍ୟା ଲୋପ ପାଉଥିବା ନେଇ ଚିନ୍ତା ବ୍ୟକ୍ତ କରୁଥିବା ସମୟରେ ଏକ ବିରଳ କଳା ବାଘର ଫଟୋ ସମସ୍ତଙ୍କୁ ଆଚମ୍ବିତ କରିଛି । ଓଡିଶାର ଶିମିଳିପାଳ ବାଘ ଅଭୟାରଣ୍ୟରେ ଏକ କଳା ମହାବଳ ବାଘର ଭିଡିଓ ଖୁବ ଭାଇରାଲ ହେଉଛି । ଭାରତୀୟ ବନ୍ୟ ସେବା ଅଫିସର ସୁଶାନ୍ତ ନନ୍ଦ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ଗାଡ଼ି, ୧୦ ମୃତ

ପଶ୍ଚିମବଙ୍ଗର କୋଚବେହେରା ଠାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଗାଡ଼ି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ୨୭ ଜଣ ଏଥିରେ ଆହତ ହୋଇଥିବା ବେଳେ…

ହତ୍ୟା ଧମକ ପରେ ସଲମାନ ଖାନଙ୍କୁ ବନ୍ଧୁକ ରଖିବାକୁ ମିଳିଲା ଲାଇସେନ୍ସ

ସଲମାନଙ୍କୁ ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ପକ୍ଷରୁ ବନ୍ଧୁକ ରଖିବା ପାଇଁ ଲାଇଲେନ୍ସ ମିଳିଛି । ଗତ ଜୁନ ମାସରେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଏହା ପରେ ସଲମାନ ମୁମ୍ବାଇ ପୋଲିସ ଦ୍ୱାରସ୍ଥ ହୋଇଥିଲେ ଏବଂ ବର୍ତ୍ତମାନ ସେ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ…

ଇଡି ଦ୍ୱାରା ଶିବସେନା ନେତା ସଞ୍ଜୟ ରାଉତ ଗିରଫ

ରବିବାର ଦିନ ସାରା ଇଡି ପକ୍ଷରୁ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ପଚରାଉଚରା କରାଯାଉଥିବା ବେଳେ ମଧ୍ୟରାତ୍ରିରେ ଇଡି ପକ୍ଷରୁ ଗିରଫ କରାଯାଇଛି । ସେ ମୁମ୍ବାଇ ଚଲର ମନିଂ ଲେଣ୍ଡରି ତଥା ଟଙ୍କା ହେରଫେର ମାମଲାରେ ଜେଲ ଯାଇଥିବା ସୂଚନା ମିଳିଛି । ତାଙ୍କ ବିରୋଧରେ ପ୍ରାୟ ୧୦୩୪କୋଟି ଟଙ୍କାର ମନି…