ବିହାରରେ ନିର୍ବାଚନୀ ପ୍ରଚାର ବେଳେ ୪୦ ମିନିଟ ପାଇଁ ନିଖୋଜ ହୋଇଗଲା ବିଜେପି ସାଂସଦ ମନୋଜ ତିୱାରୀଙ୍କ ହେଲିକ୍ୟାପ୍ଟର


ବିହାରରେ ନିର୍ବାଚନ ପ୍ରଚାର କରିବା ଅବସରରେ ସାଂସଦ ମନୋଜ ତିୱାରୀଙ୍କ ହେଲିକ୍ୟାପ୍ଟର କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲା । ଏହାପରେ ପାଟଣାରେ ହେଲିକ୍ୟାପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । କୁହାଯାଉଛି କି ମନୋଜ ତିୱାରୀ ପାଟଣାରୁ ମୋତିହାରୀ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ସୌଭାଗ୍ୟର କଥା ହେଲିକ୍ୟାପ୍ଟରରେ ଥିବା ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି ।

ସୂଚନା ମୁତାବକ ପାଟଣା ଏୟାରପୋର୍ଟରୁ ବେହେଟିୟା ଏୟାରପୋର୍ଟକୁ ବିଜେପି ସାଂସଦ ମନୋଜ ତିୱାରୀଙ୍କ ହେଲିକ୍ୟାପ୍ଟର ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ହେଲିକ୍ୟାପ୍ଟର ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଥିଲା । ୪୦ ମିନିଟ ପର୍ଯ୍ୟନ୍ତ ଯୋଗାଯୋଗ ବିଛିନ୍ନ ହେବାପରେ ପୁଣିଥରେ ପାଟଣା ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଥିଲା ହେଲିକ୍ୟାପ୍ଟର । ତେବେ ହେଲିକ୍ୟାପ୍ଟରର ରେଡିଓରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିବା ଜଣାପଡିଛି ।

ପ୍ରଥମ ଥର ଏପରି ହୋଇଛି ଯେତେବେଳେ ଏକ ହେଲିକ୍ୟାପ୍ଟର ପ୍ରସ୍ଥାନ ସ୍ଥାନ ଉପରେ ଆସି ଅନେକ ରାଉଣ୍ଡ ମାରିଥିଲା । ପ୍ରଥମେ ବିମାନବନ୍ଦର କର୍ତ୍ତୃପକ୍ଷ କିଛି ବୁଝିପାରିନଥିଲେ । କିଛି ସମୟ ପାଇଁ ବିମାନବନ୍ଦରରେ କିଛି ବିମାନକୁ ଅଟକାଇ ଦିଆଯାଇଥିଲା । ଏହାପରେ ହେଲିକ୍ୟାପ୍ଟରକୁ ଜରୁରୀ ଅବତରଣ କରାଯାଇଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ ।


Share It

Comments are closed.