ସଚିନ ତେନ୍ଦୁଲକରଙ୍କ ସହ ବଡା ପାଓ ବ୍ରେକର ମଜା ନେଲେ ବିଲ ଗେଟ୍ସ; ଦେଖନ୍ତୁ ଭିଡିଓ

Share It

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ସମାଜସେବୀ ବିଲ୍ ଗେଟ୍ସ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାପସନ ଦେଇଛନ୍ତି “କାମ କରିବା ପୂର୍ବରୁ ଏକ ସ୍ନାକ୍ସ ବ୍ରେକ୍”, ଗେଟ୍ସଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରାଯାଇଛି।

ଭିଡିଓରେ, ଗେଟ୍ସ ଏବଂ ତେନ୍ଦୁଲକର ଏକ ବେଞ୍ଚରେ ବସି ଏକାଠି ବଡ଼ା ପାୱର ମଜା ନେଉଥିବାର ଦେଖିବାକୁ ମିଳୁଛି। କ୍ଲିପ୍‌ଟି କ୍ୟାପସନ୍ ସହିତ ଶେଷ ହେଉଛି, ସର୍ଭିଙ୍ଗ ସୁନ।” ଭାରତ ଗସ୍ତକୁ ମନେ ପକାଇ ଗେଟ୍ସ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି, “ମୁଁ ନୂତନ ଚିନ୍ତାଧାରା ସହିତ ଆସିଥିଲି କାରଣ ଭାରତ ସ୍ମାର୍ଟ, ମହତ୍ୱାକାଂକ୍ଷୀ ଲୋକଙ୍କ ଦ୍ୱାରା ପରିପୂର୍ଣ୍ଣ, ଯେଉଁମାନେ ସୃଜନଶୀଳ ଉପାୟରେ ବିଶ୍ୱର କିଛି କଠିନ ସମସ୍ୟାର ସମାଧାନ କରୁଛନ୍ତି।”


Share It

Comments are closed.