ବିବାହର ୨୭ ବର୍ଷ ପରେ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି ବିଲ୍ ଗେଟ୍ସ ଏବଂ ପତ୍ନୀ ମେଲିଣ୍ଡା
ବିବାହର ୨୭ ବର୍ଷ ପରେ ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ଏକ ବିବୃତ୍ତି ଜାରି କରି କହିଛନ୍ତି – ଆମେ ଆମର ବୈବାହିକ ଜୀବନକୁ ସମାପ୍ତି କରିବାକୁ ନିଷ୍ପତ୍ତି ନେଇଛୁ। ବିଲ୍ ଗେଟ୍ସ ଟ୍ୱିଟ କରି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ନିଜ ବିବାହ ବିଚ୍ଛେଦକୁ ନେଇ ଟ୍ୱିଟରରେ ଏକ ବୟାନ ଜାରି କରି କହିଛନ୍ତି ବହୁତ ବୁଝି ବିଚାରି ସେ ଓ ତାଙ୍କ ପତ୍ନୀ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
— Bill Gates (@BillGates) May 3, 2021
ସେ ଲେଖିଛନ୍ତି ତାଙ୍କ ବାହାଘରକୁ ୨୭ ବର୍ଷ ବିତିଯାଇଛି। ତାଙ୍କର ୩ ପୁଅ-ଝିଅ। ସେ ଏକ ବହୁତ ଭଲ ସଂସ୍ଥା ତିଆରି କରିଛନ୍ତି ଯାହା ଦୁନିଆରେ ଲୋକଙ୍କୁ ସୁସ୍ଥ ଓ ଭଲ ଜୀବନ ବଞ୍ଚିବାରେ ସାହାଯ୍ୟ କରିଥାଏ। ନିଜର ଏହି ମିଶନକୁ ସେ ଏହିଭଳି ଜାରି ରଖିବେ ଓ ଏହିଭଳି ଲୋକଙ୍କୁ ସାହାଯ୍ୟ କରୁଥିବେ ବୋଲି ସେ କହିଛନ୍ତି। ଦୁହେଁ ସମାଜସେବୀ ସଂସ୍ଥା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଚଳାନ୍ତି। ବିଲ୍ ଗେଟ୍ସଙ୍କ ମୁଖ୍ୟ ଉଦ୍ଦେଶ୍ୟ ଆବଶ୍ୟକୀୟ ଲୋକଙ୍କ ସାହାଯ୍ୟ ପାଇଁ ଦାନ କରିବା।
ଫୋର୍ବ୍ସର ୩୫ତମ ତାଲିକା ଅନୁଯାୟୀ, ବିଲ୍ ଗେଟ୍ସଙ୍କ ପାଖରେ ବର୍ତ୍ତମାନ ପାଖାପାଖି ୧୨୪ ବିଲିୟନ୍ ଡଲାର୍ ସମ୍ପତ୍ତି ଅଛି। ଏହି ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଜେଫ୍ ବେଯୋଶ୍, ଦ୍ୱିତୀୟ ସ୍ଥାନରେ ଏଲନ୍ ମସ୍କ ଓ ତୃତୀୟ ସ୍ଥାନରେ ବର୍ନାଡ ଅର୍ନାଲ୍ଟ ଅଛନ୍ତି।
କିଛି ମାସ ପୂର୍ବରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ବିଲ୍ ଗେଟ୍ସଙ୍କ ପ୍ରତି ସେକେଣ୍ଡର ରୋଜଗାର ୧୨ ହଜାର ୫୪ ଟଙ୍କା। ଅର୍ଥାତ ଗୋଟିଏ ଦିନର ରୋଜଗାର ୧୦୨ କୋଟି ଟଙ୍କା। ସେହି ହିସାବରେ ଯଦି ସେ ଦିନକୁ ୬ କୋଟି ଟଙ୍କା ଖର୍ଚ୍ଚ କରନ୍ତି ତାହେଲେ ସବୁ ଟଙ୍କା ଖର୍ଚ୍ଚ କରିବାକୁ ତାଙ୍କୁ ୨୧୮ ବର୍ଷ ଲାଗିଯିବ।
୧୯୭୦ ଦଶକରେ ବିଲ୍ ଗେଟ୍ସ ସଫ୍ଟୱେୟାର କମ୍ପାନୀ ମାଇକ୍ରୋସଫ୍ଟର ସ୍ଥାପନା କରିଥିଲେ। ୩୧ ବର୍ଷ ବୟସରେ ବିଲ ଗେଟ୍ସ ଇତିହାସରେ ସବୁଠାରୁ କମ୍ ବୟସରେ କୋଟିପତି ହୋଇଥିଲେ। ଏହି ରେକର୍ଡ ୨୦୦୮ ଯାଏଁ ଥିଲା। ୨୦୦୮ରେ ୨୩ ବର୍ଷ ବୟସରେ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ ବିଲ ଗେଟ୍ସଙ୍କ ଏହି ରେକର୍ଡ ଭାଙ୍ଗି ଦେଇଥିଲେ। ୧୯୮୭ ମସିହାରେ ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ସେତେବେଳେ ମେଲିଣ୍ଡା ମାଇକ୍ରୋସଫ୍ଟରେ ପ୍ରୋଜେକ୍ଟ ମ୍ୟାନେଜର୍ ଭାବେ କାମ ଆରମ୍ଭ କରିଥିଲେ. ୧୯୯୪ରେ ଦୁହେଁ ବିବାହ କରିଥିଲେ।
Comments are closed.