କଂଗ୍ରେସ ବିଧାୟକଙ୍କ ଦାବୀ ମଦରେ ରହିଛି କରୋନା ବିରୋଧରେ ଲଢେଇ କରିବାର କ୍ଷମତା
କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦେଖି ସାରା ଦେଶରେ ଲକ୍ଡାଉନ ବଳବତ୍ତର ରହିଛି । ଏହି ମଧ୍ୟରେ ରାଜସ୍ଥାନର ଜଣେ କଂଗ୍ରେସ ବିଧାୟକ ଭରତ ସିଂହ କୁନ୍ଦନପୁର ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ନିବେଦନ କରିଛନ୍ତି । ଭରତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । କଂଗ୍ରେସ ବିଧାୟକ ଜଣକ କହିଛନ୍ତି ଯେ, ଯଦି ହାତକୁ ଆଲକହଲରେ ଧୋଇଲେ କରୋନା ଭାଇରସ ମୁକ୍ତ ହୋଇଯାଏ ତେବେ ଏହା ଦ୍ୱାରା ଗଳାରେ ଥିବା ଭାଇରସ ମଧ୍ୟ ନିଶ୍ଚୟ ସଫା ହୋଇପାରିବ ।
Bharat Singh Kundanpur, Congress MLA from Sangod has written to Rajasthan CM Ashok Gehlot for opening liquor shops in the state. The letter reads, "When #coronavirus can be removed by washing hands with alcohol, then drinking alcohol will surely remove virus from the throat". pic.twitter.com/ToVPomDI1Z
— ANI (@ANI) May 1, 2020
ଏହା ସହ ଭରତ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ବେଆଇନ ମଦ ବିକ୍ରି ପ୍ରସଙ୍ଗରେ ମଧ୍ୟ କଥା ଉଠାଇଛନ୍ତି । ସେ ଲେଖିଛନ୍ତି ଯେ, ଲକଡାଉନ ପାଇଁ ସମସ୍ତ ମଦ ଦୋକାନ ବନ୍ଦ ରହିଛି । ରାଜ୍ୟର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭାଙ୍ଗି ପଡିଛି । ସେପଟେ ମଦ ମିଳୁନଥିବା ସମସ୍ତେ ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି । ଲକଡାଉନ କାରଣରୁ ରାଜ୍ୟରେ ଅପରାଧ ସଂଖ୍ୟାରେ ହ୍ରାସ ଘଟିଥିବାବେଳେ ଅନ୍ୟପଟେ ବେଆଇନ ମଦ ବିକ୍ରିରେ ବୃଦ୍ଧି ଘଟିଛି ।
କଂଗ୍ରେସ ବିଧାୟକ କହିଛନ୍ତି ଯେ, ବେଆଇନ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପାଇଁ ଏହା ଆତ୍ମନିଯୁକ୍ତି ଯୋଜନା ଏବଂ ଟଙ୍କା ରୋଜଗାରର ଏକ ସୁବର୍ଣ୍ଣ ସୁଯୋଗ ଅଟେ । ଏହା ସରକାରଙ୍କ ରାଜସ୍ୱରେ ପ୍ରଭାବ ପକାଉଥିବାବେଳେ ବେଆଇନ ଭାବେ ମଦ ପିଉଥିବା ବ୍ୟକ୍ତିଙ୍କ ପ୍ରତି ବିପଦ ମଧ୍ୟ ରହିଛି । ବେଆଇନ ମଦ ପିଇ ଦୁଇ ଜଣେ ମୃତ୍ୟୁ ମୁଖରେ ପଡିଥିବାର ଉଲ୍ଲେଖ ମଧ୍ୟ କରିଛନ୍ତି ।
Comments are closed.