ଶେଷ ସମୟରେ ପୁଅ ରଣବୀରଙ୍କୁ ଖୋଜିଥିଲେ ଋଷି କପୁର, ପାଖରେ ନିତୁ ମଧ୍ୟ ଉପସ୍ଥିତ ଥିଲେ

Share It

ଗତ କାଲି ଭେଟରାନ ବଲିଉଡ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଥିବାବେଳେ ଶେଷ ଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜ୍ଜିତ କରାଯାଇ ହସ୍ପିଟାଲରୁ ଆମ୍ବୁଲାନ୍ସ ଯୋଗେ ସିଧା ଶ୍ମସାନ ଘାଟ ନିଆଯାଇଥିଲା । ଋଷି କପୁରଙ୍କ ଶେଷ ଯାତ୍ରାରେ ରଣବୀର କପୁରଙ୍କ ସମେତ ତାଙ୍କ ପତ୍ନୀ ନିତୁ ସିଂହ, ଆଲିଆ ଭଟ୍ଟ ଏବଂ ଅନ୍ୟ ୨୦ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ଋଷିଙ୍କ ଶେଷ ଯାତ୍ରାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି । ଏହି ଭିଡିଓରେ ନିତୁ ଏବଂ ଆଲିଆ ନିଜ କୋହକୁ ସମ୍ଭାଳି ନପାରି ଖୁବ କାନ୍ଦୁଥିବାର ଦେଖିବାକୁ ମିଳିଛି । ଏହି ମଧ୍ୟରେ ଋଷି କପୁରଙ୍କର ଶେଷ ଯାତ୍ରା ସଂପର୍କିତ କିଛି ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଋଷି କପୁର ଶେଷ ସମୟରେ ତାଙ୍କ ପୁଅ ରଣବୀର କପୁରଙ୍କ ସହ ସାକ୍ଷାତ କରିଥିଲେ ଏବଂ ଉଭୟ ପରସ୍ପର ସହ ବହୁତ କଥା ହୋଇଥିଲେ ।
ଋଷି ଯେତେବେଳେ ଅନୁଭବ କଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ବିଗିଡିବାରେ ଲାଗୁଛୁ ସେତେବେଳେ ସେ ଅଧ ରାତିରେ ପୁଅ ରଣବୀରଙ୍କୁ ନିଜ ପାଖକୁ ଡାକିଥିଲେ ଏବଂ ତାଙ୍କୁ ନିଜ ପାଖରେ ବସିବା ପାଇଁ କହିଥିଲେ । ରଣବୀର ନିଜ ପିତା ପାଖରେ ବସି ରହିଲେ । ଉଭୟ ରାତି ସାରା ଖୁବ କଥା ହୋଇଥିଲା । ଏହା ପରେ ଖୁବ ଧର୍ଯ୍ୟର ସହ ରଣବୀର ଆଇସିୟୁ ବାହାରକୁ ଆସିଥିଲେ ଏବଂ ସମସ୍ତ ଫର୍ମାଲିଟି ପୂରଣ କରିଥିଲେ । ପ୍ରକାଶ ଥାଉକି, ରଣବୀର ଏବଂ ନିତୁ ଋଷିଙ୍କ ପାଖରେ ଥିଲେ । ଶେଷ ସମୟରେ ଋଷିଙ୍କ ଶରୀରର ସମସ୍ତ ଅଙ୍ଗ କାମ କରିବା ଯେତେବେଳେ ବନ୍ଦ କରିଦେଉଥିଲା ସେତେବେଳେ ରଣବୀର ଏବଂ ନିତୁ ପରସ୍ପରକୁ ଖୁବ ଧର୍ଯ୍ୟର ସହ ନିଜକୁ ସମ୍ଭାଳୁ ଥିବାର ନଜର ଆସିଥିଲା । ଏହି ଦୁଃଖଦ ସମୟରେ ରିଧିମା କପୁର ତାଙ୍କ ପାଖରେ ନଥିଲେ । ସେ ଲକଡାଉନ ପାଇଁ ବାପାଙ୍କ ଶେଷ ଯାତ୍ରା ଦେଖି ପାରିନଥିଲେ । କାରଣ ରିଧିମା ସେତେବେଳେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ ।


Share It

Comments are closed.