ତାଣ୍ଡବ ରଚିଛି ବିନା ଯୁଦ୍ଧରେ, କରୋନା ଋପି ଅସ୍ତ୍ର ବଳରେ


ଚାଇନା ବାଲା ତୁମେ କ’ଣ ଖାଇଲ ରାନ୍ଧି କରି, କରୋନା କଲାଣି ଆମକୁ ଏତେ ସରି. (୧)
ପ୍ରଥମ ଇଟାଲୀ, ସ୍ପେନ, ଜର୍ମାନୀ ପୁଣି ଆମେରିକା ତ ପରେ ଭାରତ, କରୋନା ଏବେ ଖରାପ କଲାଣି ସାରା ବିଶ୍ୱର ହାଲତ. (୨)
ଆରେ ଓଃ! କୋଭିଡ-୧୯, କୋଭିଡ-୦୮! କୋଭିଡ-୧୯, ତୁମ ଡରରେ ଆମ ଘଣ୍ଟି ବାଜିଲାଣି ଟିନ ଟିନ. (୩)
କେତେବେଳେ କାହାକୁ ହଉଛ ଜଣା ତ ଜଣାପଡୁନି, କିନ୍ତୁ ଯାହାକୁ ହଉଛ ମାରୁଚ କରି ତାକୁ ଖିନବିନ. (୪)
ଡାକ୍ତର ମାନେ କହୁଛନ୍ତି ହାତ ଦଶ ମିନିଟକୁ ଥରେ ଧୁଅ ସାନିଟାଇଜରରେ, କିନ୍ତୁ ଏପଟେ ସାନିଟାଇଜର କିଣିବାକୁ ବାହାରକୁ ଯିବା ପାଇଁ ଛାତି ଥରେ. (୫)
ଚାଇନାରେ ତିନି, ସ୍ପେନରେ ସାତ, ଇଟାଲୀରେ ମଲେଣି ଦଶ ହଜାର, କରୋନା ଏବେ ଟାର୍ଗେଟ କରିଛି ଭାରତରେ ହେବାକୁ ଅଗ୍ରସର. (୬)
କୋଭିଡ-୧୯ ମୁକାବିଲା ପାଇଁ ସରକାର କଲେ ଗୃହ ବନ୍ଦୀ, ଏପଟେ ଗୃହ ବନ୍ଦୀ ନମାନି ବାହାରକୁ ଗଲେ ପୋଲିସ ଦଉଛି ପିଠିରେ ଖୁନ୍ଦୀ. (୭)
ସରକାରଙ୍କ କଥାକୁ ମାନି ଚଳିବା କରୋନାକୁ ଡରିବା କାଇଁ, ଆମ ସହ ଠିଆ ହୋଇଛନ୍ତି ପୂରା ସରକାର, ସ୍ୱାସ୍ଥ୍ୟକର୍ମୀ ଓ ଆମରି ପୋଲିସ ଭାଇ. (୮)
କରୋନା ପାଇଁ ଯେ କେତେ ଦିନ ମଜୁରିଆ ଗୃହହୀନ, ଦୁଃଖୀ ରଙ୍କି କାନ୍ଦୁଛନ୍ତି ହୋଇ ଭୋ ଭୋଃ…,
ତାଙ୍କ ପାଇଁ କିଛି ନକରି ଆମେ ଘରେ ବସି ଖାଲି ମୋବାଇଲ ଷ୍ଟାଟସ ଛାଡୁଛନ୍ତି #go corona go….

ମହାମାରୀ କରୋନା ଭାଇରସକୁ ନେଇ ଏକ ସୁନ୍ଦର କବିତା, ଯାହାକୁ ଲେଖିଛନ୍ତି ଯୁକ୍ତ ଦୁଇର ଛାତ୍ର ଅଭିଷେକ ମହାନ୍ତି


Share It

Comments are closed.