ଗ୍ଳୋବାଲ ସଂସ୍ଥାରେ ଦାନ କରି ଟ୍ରୋଲର ଶିକାର ହେଲେ କରୀନା ଓ ସୈଫ’-ଇନଷ୍ଟାଗ୍ରାମରେ ଆକ୍ରୋଶ ଦେଖାଇଲେ ୟୁଜର


ପୁରା ଦୁନିଆ ଏବେ କରୋନାର ଚକ୍ରବ୍ୟୁହରେ ଫସି ରହିଛି । ବଡ଼ ବଡ଼ ଦେଶ ମଧ୍ୟ ଏହି ଭୟଙ୍କର ଭାଇରସକୁ ଅଟକାଇପାରୁ ନାହାନ୍ତି । ଭାରତରେ ମଧ୍ୟ ଏହି ଭାଇରସର କାୟା ବିସ୍ତାର ଚାଲଛି । ଏମିତିରେ ପୁରା ଦେଶରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଶାସନ ଠୁ ଆରମ୍ଭ କରି ବହୁ ସେଲିବ୍ରିଟି ଏବଂ ସାଧାରଣ କର୍ମଚାରୀ ମଧ୍ୟ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି । ବଲିଉଡର ତାରକାମାନେ ଲଗାତର ଭାବେ ପିଏମ ରିଲିଫ ଫଣ୍ଡରେ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏମିତିରେ ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ୟୁନିସେଫ, ଗିବ ଇଣ୍ଡିଆ ଏବଂ ଇଣ୍ଟରନ୍ୟାସନାଲ ଏସୋସିଏସନ ଫର ହ୍ୟୁମନ୍ସ ଭାଲ୍ୟୁଜ(ଆଇଏଏଚଭି) ଭଳି ଫଣ୍ଡରେ ଦାନ କରି ଟ୍ରୋଲର ଶିକାର ହୋଇଛନ୍ତି ।
ଅସଲରେ କରୀନା କପୁର ଏହା ସମ୍ପର୍କରେ ସୂଚନ ଦେଇ ନିଜର ଇନଷ୍ଟ୍ରାମରେ ଲେଖିଥିଲେ ଯେ, ‘ଏହି କଷ୍ଟ ସମୟରେ ଆମ ସଭିଙ୍କୁ ଏକ ସାଙ୍ଗରେ ବାହାରିବାକୁ ପଡ଼ିବ ଏବଂ ପରସ୍ପରର ସାହାଯ୍ୟ କରିବାକୁ ହେବ । ଆମେ ଦୁଇଜଣ ମଧ୍ୟ ଏହି ମହାମାରି ବିରୋଦ୍ଧରେ ନିଜ ନିଜ ପଦକ୍ଷେପ ନେଇଛୁ ଯାହା ୟୁନିସେଫ, ଗିବ ଇଣ୍ଡିଆ ଏବଂ ଇଣ୍ଟରନ୍ୟାସନାଲ ଏସୋସିଏସନ ଫର ହ୍ୟୁମନ ଭାଲ୍ୟୁଜକୁ ସମର୍ଥନ କରୁଛି । ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଯିଏ ମଧ୍ୟ ଏଭଳି ସାହାଯ୍ୟ କରିପାରନ୍ତି ସେମାନେ ନିଶ୍ଚିତ ଆଗକୁ ଆସନ୍ତୁ । ଆମେ ଏକା ସାଥିରେ ଅଛୁ, ଜୟ ହିନ୍ଦ.. କରୀନା, ସୈଫ ଏବଂ ତୈମୁର ।’

View this post on Instagram

🙏🏻

A post shared by Kareena Kapoor Khan (@kareenakapoorkhan) on


କିନ୍ତୁ କରୀନା ଏବଂ ସୈଫଙ୍କର ଏହି ନିଷ୍ପତିରେ ଅନେକ ଲୋକ ନାରାଜ ଅଛନ୍ତି । ଲୋକମାନେ କହୁଛନ୍ତି ଯେ ଏହି କଷ୍ଟ ସମୟରେ ତାଙ୍କୁ ଗ୍ଲୋବାଲ ଫଣ୍ଡରେ ଦାନ କରିବା ପରିବର୍ତ୍ତେ ପିଏମ ଫେୟର ଫଣ୍ଡରେ ଦାନ କରିବା ଦରକାର ଥିଲା । ଜଣେ ୟୁଜର ଏହା ମଧ୍ୟ ଲେଖିଛନ୍ତି ଯେ ‘ସ୍ପଷ୍ଟ କଥା ଆପଣ ପିଏମ ଫଣ୍ଡକୁ କିଛି ମଧ୍ୟ ଦେବେ ନାହିଁ । ୟୁନିସେଫରେ କାହିଁକି ଦାନ କରିଛନ୍ତି ? ପବ୍ଳିସିଟି ପାଇଁ । ‘ ଆଉ ଜଣେ ୟୁଜର ଲେଖିଛନ୍ତି ‘ଆଣ୍ଟି କୋଭିଡ-୧୯ ପାଇଁ ପିଏମ ଏବଂ ସିଏମ ଫେୟର୍ସ ଫଣ୍ଡରେ ଦାନ କରନ୍ତୁ । ଏଥିରେ ଡୋନେଟ କରିବାର ଆବଶ୍ୟକତା ବେଶୀ ରହିଛି । ଲାଗୁଛି ଆଗରୁ କେବେ ଦାନ କରିନାହାନ୍ତି ?’
ଅନ୍ୟ ପାଶ୍ୱର୍ରେ ସାରା ଅଲ୍ଲୀ ଖାନ ପିଏମ ଫେୟର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ଫଣ୍ଡ(ମହାରାଷ୍ଟ୍ର)ରେ ଦାନ କରିଛନ୍ତି । କିନ୍ତୁ କେତେ ପରିମାଣର ଅର୍ଥରାଶି ଦେଇଛନ୍ତି ତାହା ଜଣାଇ ନାହାନ୍ତି ।


Share It

Comments are closed.