ଏଟିଏମରୁ ଟଙ୍କା କାଢିବା ସମୟରେ ଏହି ଦିଗଗୁଡ଼ିକ ପ୍ରତି ରୁହନ୍ତୁ ସତର୍କ


ଏଟିଏମରୁ ଟଙ୍କା ବାହାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ୍‌ ଭାଙ୍ଗି ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତ। ତେବେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

୧. ଏଟିଏମରୁ ଟଙ୍କା ଉଠାଇବାବେଳେ ସତର୍କ ହୁଅନ୍ତୁ। ଯେଉଁ ଏଟିଏମ କାଉଣ୍ଟର ବ୍ୟବହାର କରୁଛନ୍ତି ତାହା ସୁରକ୍ଷିତ କି ନୁହେଁ ଯାଞ୍ଚ କରିନିଅନ୍ତୁ।

୨. ଏଟିଏମରେ ବଡ଼ବିପଦ ହେଉଛି କାର୍ଡ କ୍ଲୋନିଂ। ଏହାର ଅର୍ଥ କେହି ଆପଣଙ୍କ କାର୍ଡର ସମସ୍ତ ତଥ୍ୟ ନେଇ ନକଲି କାର୍ଡ କରୁଛି।

୩. କେବଳ ସେତିକି ନୁହେଁ ଆପଣଙ୍କ ପିନ୍‌ ଚୋରି ବି ହୋଇପାରେ। ମେସିନରେ ପିନ୍‌ ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

୪. ଟଙ୍କା କାଢ଼ିବା ସମୟରେ ଏଟିଏମ କାର୍ଡର ସ୍ଲଟକୁ ଭଲ ଭାବେ ଦେଖିନିଅନ୍ତୁ। ସ୍ଲଟ୍‌ର ଲାଇଟ୍‌ ଜଳୁଛି କି ନାହିଁ। ଯଦି ଜଳୁନି ତେବେ ତୁରନ୍ତ ସେହି ଏଟିଏମରୁ କାରବାର ବନ୍ଦ କରିଦିଅନ୍ତୁ।

ଲାଇଟ ନ ଜଳିଲେ କ’ଣ ହୋଇଥାଏ ଜାଣନ୍ତୁ :

ହ୍ୟାକର ଏଟିଏମ କାର୍ଡର ସ୍ଲଟ୍‌ରୁ ଡାଟା ଚୋରାଇ ନେଇ ସମସ୍ତ ଟଙ୍କା ଆକାଉଣ୍ଟରୁ ଖାଲି କରିଦେଇଥାଏ। ଯଦି ଆପଣଙ୍କ କାର୍ଡ ହ୍ୟାକ୍‌ ହେଉଥିବା ସନ୍ଦେହ ହେଉଛି ତେବେ ସଙ୍ଗେ ସଙ୍ଗେ ପୋଲିସରେ ସୂଚନା ଦିଅନ୍ତୁ।


Share It

Comments are closed.