ଦହି ସହିତ ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ: ହୋଇପାରେ ସମସ୍ୟା
ଗ୍ରୀଷ୍ମ ଋତୁରେ ଖାଦ୍ୟ ସହିତ ଦହି ଖାଇବା କେବଳ ଖାଦ୍ୟ ଶୀଘ୍ର ହଜମ କରେ ନାହିଁ, ବରଂ ଏହା ଶରୀରର ଉତ୍ତାପକୁ ମଧ୍ୟ ଥଣ୍ଡା କରିଥାଏ । ଦୈନିକ ଦହି ଖାଇବା ଦ୍ୱାରା ଶରୀରର ଡିଟକ୍ସ ମଧ୍ୟ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯାହା ଦହି ସହିତ ଖାଇବା ଉଚିତ୍ ନୁହେଁ । ଦହି ସହିତ ଏହି ଜିନିଷ ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ।
ଆମ୍ବ ଏବଂ ଦହି :
ଆମ୍ବ ଏବଂ ଦହିକୁ ଭୁଲରେ ମଧ୍ୟ ଏକା ସାଥିରେ ଖାଆନ୍ତୁ ନାହିଁ । ଏହା ଶରୀରରେ ବିଷାକ୍ତ ହୋଇଯାଏ କାରଣ ଏହାର ପ୍ରଭାବ ପରସ୍ପର ଠାରୁ ସମ୍ପୁର୍ଣ୍ଣ ଭିନ୍ନ ।
ବିରି ଡାଲି :
ଦହି ସହିତ ବିରି ଡାଲି ଖାଇବା ଉଚିତ୍ ନୁହେଁ । ଉଭୟ ପେଟ ମଧ୍ୟକୁ ଯାଇ ଅନେକ କ୍ଷତି ପହଞ୍ଚାଇଥାଏ ।
ମାଛ ଏବଂ ଦହି :
ମାଛକୁ ମଧ୍ୟ ଦହି ସହିତ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ଅନେକ ପ୍ରକାର ରୋଗ ହୋଇଥାଏ ।
ତେଲ ଜାତୀୟ ଖାଦ୍ୟ :
ପ୍ରାୟତଃ ଘରେ ପରଟା ସହିତ ଦହି ଖାଇଥାନ୍ତି, କିନ୍ତୁ ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ପ୍ରଭାବ ପଡିଥାଏ ।
Comments are closed.