ଆମିଷ ପ୍ରିୟ ହୋଇଥିଲେ ଏହି ଦିଗ ଗୁଡ଼ିକ ପ୍ରତି ରୁହନ୍ତୁ ସତର୍କ, ନଚେତ ହୋଇପାରେ ସମସ୍ୟା
ପଶୁଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ଔଷଧର କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ। ଖାସ୍ କରି ଛେଳି ଏବଂ କୁକୁଡ଼ାରେ ଥିବା ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍ ଔଷଧର କ୍ଷମତାକୁ ଦୁର୍ବଳ କରୁଥିବା ଘଟଣା ସାମନାକୁ ଆସିଛି। ଆମେରିକୀୟ ବିଶେଷଜ୍ଞଙ୍କ ଦ୍ବାରା ଆର୍ନ୍ତଜାତୀୟ ସ୍ତରରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି।
ମଟନ୍ କିମ୍ବା ଚିକେନ୍ ଦ୍ବାରା ମଣିଷଙ୍କ ପାଖକୁ ପହଞ୍ଚୁଥିବା ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍ ପ୍ରତି ପ୍ରତିରୋଧ ହେବା କାରଣରୁ ଆମିଷ ଖାଉଥିବା ବ୍ୟକ୍ତିଙ୍କ ଔଷଧକୁ ପ୍ରଭାବହୀନ କରିଥାଏ।
କ୍ଷତିକାରକ ବ୍ୟାକ୍ଟେରିଆ ଥିବା ପଶୁଙ୍କ ମାଂସ ଖାଇବା ଦ୍ବାରା ରୋଗୀର ପାକସ୍ଥଳୀ ଅଧିକ ପ୍ରଭାବିତ ହୋଇଥାଏ। ଏପରି ରୋଗୀ ଆଣ୍ଟିବାୟୋଟିକ୍ ଖାଇବା ଦ୍ବାରା କୈାଣସି ଲାଭ ମିଳିନଥାଏ। ଆଣ୍ଟିବାୟୋଟିକର ଉନ୍ନତ ପିଢ଼ୀର ଔଷଧ ଦିଆଯିବା ସମୟରେ ରୋଗୀର ଅବସ୍ଥା ବହୁରି ବିଗିଡ଼ିଯାଇଥାଏ। ଆଣ୍ଟିବାୟୋଟିକ୍ ପ୍ରତିରୋଧକାରୀ ବ୍ୟାକ୍ଟେରିଆ ଦ୍ବାରା ପ୍ରଭାବିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଅନ୍ୟ ଉପାୟ ଗ୍ରହଣ କରିବାକୁ ପଡ଼ିଥାଏ।
ରୋଗୀଙ୍କୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଦିଆଯାଇଥାଏ। ଆବଶ୍ୟକତା ପଡ଼ିଲେ ବ୍ୟାକ୍ଟେରିଆ ସମ୍ବେଦନାକୁ ଯାଞ୍ଚ କରି ଜଣା ପଡ଼ିଥାଏ ଯେ ରୋଗୀଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ପ୍ରତି ଔଷଧର କୈାଣସି ପ୍ରଭାବ ହେଉନାହିଁ।
ଆମିଷ ଖାଉଥିବା ବ୍ୟକ୍ତିମାନେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:
-ଆମିଷ ସହ ସାଲାଡ ଅଧିକ ପରିମାଣରେ ନିଅନ୍ତୁ।
-ଫାଇବର ପ୍ରଚୁର ପରିମାଣରେ ଥିବା ପରିବା,ଫଳ ଖାଆନ୍ତୁ।
– ଘରେ ରୋଷେଇ ହୋଇଥିବା ଆମିଷ ଖାଆନ୍ତୁ।
– ମାଂସ ଭଲଭାବେ ରୋଷେଇ ହୋଇଥିଲେ ଖାଆନ୍ତୁ।
Comments are closed.