କରୋନା ଭୟାଭୟ, ଆଇପିଏଲ ଖେଳକୁ ନେଇ କିଛି ଏପରି କହିଲେ ଗାଙ୍ଗୁଲୀ


ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଶୁକ୍ରବାର ଦିନ କହିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଖେଳାଯିବ ଏବଂ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରାସକୁ ସାମନା କରିବା ପାଇଁ ସମସ୍ତ ଜରୁରୀକାଳୀନ ପଦକ୍ଷେପ ଆପଣାଯିବ । ଏହି ରୋମାଞ୍ଚକ ଟି-୨୦ ଲିଗ ୨୯ ମାର୍ଚ୍ଚରେ ମୁମ୍ବାଇରୁ ଆରମ୍ଭ ହେବ ଯେଉଁଥିରେ ଭାରତ ସମତେ ବିଭିନ୍ନ ଦେଶର ଷ୍ଟାର ଖେଳାଳୀ ମଧ୍ୟ ସାମିଲ ହେବେ । ଭାରତରେ ବର୍ତ୍ତମାନ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ଆସି ପହଞ୍ଚିଛି ଯେଉଁଥିରେ ୧୬ ଜଣ ଇଟାଲୀ ପର୍ଯ୍ୟଟକ ଅଛନ୍ତି ।
ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଏହି ଭୟଙ୍କର ରୋଗରେ ପ୍ରାୟ ୩୩୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଥିବାବେଳେ ପ୍ରାୟ ଏକ ଲକ୍ଷ ଲକ୍ଷ ପାଖାପାଖି ଆକ୍ରାନ୍ତ ଅଛନ୍ତି । ଗାଙ୍ଗୁଲୀ କହିଛନ୍ତି , ଆଇପିଏଲ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଖେଳାଯିବ । ସମସ୍ତ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଇଂଲଣ୍ଡ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ଏଠାରେ ଅଛି । କୌଣସି ଅସୁବିଧା ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “କାଉଣ୍ଟି ଦଳ ସାରା ବିଶ୍ୱରେ ଖେଳାଯାଉଛି । ସେମାନେ ଖେଳିବା ପାଇଁ ଆବୁଦାବୀ, ୟୁଏଇ ଯାଉଛନ୍ତି । ” ଖେଳାଳୀ ଏବଂ ଖେଳପ୍ରେମୀଙ୍କ ସୁରକ୍ଷାକୁ ନେଇ ସମସ୍ତ ପ୍ରକାରର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗାଙ୍ଗୁଲୀ କହିଛନ୍ତି ।


Share It

Comments are closed.