ଦିଲ୍ଲୀରେ କରୋନାର ଆଉ ଏକ ମାମଲା ଆସିଲା ସାମନାକୁ, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ଛୁଇଁଲା


ଦିଲ୍ଲୀରେ କରୋନା ଭାଇରସର ପୁଣି ଏକ ମାମଲା ସାମନାକୁ ଆସିଛି । ଦିଲ୍ଲୀସ୍ଥିତ ଜଣେ ଉତ୍ତର ନଗର ନିବାସୀଙ୍କ ଠାରେ କରୋନା ଭାଇରସର ଲକ୍ଷଣ ସାମନାକୁ ଆସିଥିବାବେଳେ ସାରା ଦେଶରେ ବର୍ତ୍ତମାନ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ଆସି ପହଞ୍ଚିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ସଞ୍ଜିବ କୁମାର କହିଛନ୍ତି ଯେ, ଦିଲ୍ଲୀରେ ଯେଉଁ ବ୍ୟକ୍ତି ଠାରେ ଏହି କରୋନା ଟେଷ୍ଟ ପଜିଟିଭ ବାହାରିଛି ସେ ନିକଟ କିଛି ଦିନ ହେବ ଥାଇଲାଣ୍ଡ ଏବଂ ମାଲେସିଆରୁ ଭ୍ରମଣ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, “ପୂର୍ବରୁ ୨ମାର୍ଚ୍ଚରେ ଦିଲ୍ଲୀରେ ପ୍ରଥମ କରୋନା ମାମଲା ସାମନାକୁ ଆସିଥିବାବେଳେ ଯେଉଁ ବ୍ୟକ୍ତି ଜଣକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ସେ ଇଟାଲୀ ଭ୍ରମଣ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ”

ଏହି ବ୍ୟକ୍ତିଙ୍କ ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ କରାଯାଉଛି । ଏହି ଭୟଙ୍କର ରୋଗରେ ବିଶ୍ୱର ପ୍ରାୟ ୮୦ରୁ ଅଧିକ ରାଷ୍ଟ୍ରରେ ପ୍ରାୟ ୯୫ ହଜାର ଲୋକେ ପୀଡିତ ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୩୦୦ ପ୍ରାଣ ହରାଇ ସାରିଛନ୍ତି । ଭାରତ ପରିଦର୍ଶନରେ ଆସିଥିବା ଇଟାଲୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଅନ୍ୟୂନ ୨୧୫ ଜଣଙ୍କୁ କରୋନା ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଛି ।


Share It

Comments are closed.