ବଜାରକୁ ଆସିଲା ପଲସରର ନୂଆ ମଡେଲ


ଯୁବବର୍ଗମାନଙ୍କ ମଧ୍ୟରେ ପଲସର ବାଇକର ଚାହିଦା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବଜାଜ ଅଟୋ ଲିମିଟେଡ କମ୍ପାନି ଏକ ନୂତନ ମଡେଲର ପଲସର ୧୫୦ ଟ୍ୱିନ ଡିସ୍କକୁ ବଜାରରେ ପ୍ରବେଶ କରାଇଛି । ଏହି ବାଇକର ଦିଲ୍ଲୀ ସୋରୁମ ମୂଲ୍ୟ ୭୮, ୦୧୬ ଟଙ୍କା ରହିଛି । ଏହାର ବୈଶିଷ୍ଟ୍ୟ ଦୃଷ୍ଟିରୁ ଏହାର ଦୁଇଟି ଯାକ ଚକାରେ ଡିସ ବ୍ରେକ ରହିଛି । ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିକଳ୍ପକୁ ଚୟନ କରାଯାଇଛି । ଏହା ସହ ବର୍ତ୍ତମାନର ଯୁବ ପିଢିକୁ ଆକର୍ଷିତ କରିବା ପାଇଁ ବାଇଟିରେ ସ୍ପୋର୍ଟସ ଲୁକ ପ୍ରଦାନ କରାଯାଇଛି ।
କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପଲସର- ୧୫୦ର ନୂଆ ମଡେଲରେ ଟ୍ୱିନ ଡିସ ବ୍ରେକ ରହିବା ସହ ଏହାର ରଙ୍ଗ ଏବଂ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିରେ ସ୍ପ୍ଳିଟ ସିଟ, ସ୍ପ୍ଳିଟ ଗ୍ରାବ ରେଲସ ସହ ପୂର୍ବ ମଡେଲ ଅପେକ୍ଷା ଲମ୍ବା ହ୍ୱିଲ ବେସ ଓ ଚଉଡା ଟାୟାର ରହିଛି । ଏହାର ଲୁକ ଦେବା ପାଇଁ ଏଥିରେ ସ୍ପୋର୍ଟି ଗ୍ରାଫିକ୍ସ କରାଯାଇଛି । କମ୍ପାନୀର କହିବା ଅନୁଯାୟୀ, ଅନେକ ପରବର୍ତ୍ତନ ସହ ଏହି ବାଇକକୁ ଲଞ୍ଚ କରାଯାଇଛି । ଏଥିରେ ୧୪୯.୮ ସିସି ବିଶିଷ୍ଟ ଇଞ୍ଜିନ ରହିଥିବା ବେଳେ ଏହା ବ୍ଲାକ ରେଡ, ବ୍ଲାକ ବ୍ଲୁ, ବ୍ଲାକ କ୍ରୋମ ଭଳି ୩ ରଙ୍ଗରେ ଉପଲବ୍ଧ । ପଲସର ୧୫୦ ହେଉଛି ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ବାଇକ ମାନଙ୍କ ମଧ୍ୟରେ ଅନ୍ୟତ୍ତମ ।


Share It

Comments are closed.