ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଂଚ ପ୍ରସ୍ତୁତ କରିଛି ବି୨ବି ପ୍ରଦର୍ଶନୀ ଓ ଦୁଃସାହସିକ ପର୍ଯ୍ୟଟନ କର୍ମଶାଳା
ଭୁବନେଶ୍ୱର: ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର (ଓଟିବି) ୨୦୨୫ର ବି୨ବି ପ୍ରଦର୍ଶନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ଯେ ଓଡିଶା ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି । ଏଠାରେ ସାମୁଦ୍ରିକ ବେଳାଭୂମି, ଘଂଚ ଜଙ୍ଗଲ, ପର୍ବତ, ଜଳପ୍ରପାତ ଆଦି ସମେତ ଆକର୍ଷଣୀୟ ସ୍ଥାନଗୁଡିକର ଏକ ଉତ୍କୃଷ୍ଟ ଶୃଙ୍ଖଳା ରହିଛି । ଏ ସବୁର ବିକାଶ କରି ପରବର୍ତୀ ୫୦ ବର୍ଷ ପାଇଁ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୂଳଦୁଆ ପକାଇବା ଆମର ଲକ୍ଷ୍ୟ।
ବର୍ତମାନ ଓ ଭବିଷ୍ୟତ ପିଢି ପାଇଁ ଆମର ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ପ୍ରତି ସରକାର ପ୍ରତିବଦ୍ଧ । ଆଗାମୀ ୫୦ ବର୍ଷରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଭିତିଭୂମି ନିର୍ମାଣ ସହ ଓଡିଶାକୁ ଦୁଃସାହସିକ ଓ ଆବିଷ୍କାର କ୍ଷେତ୍ରରେ ଏକ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ପାଇଁ ଘରୋଇ କ୍ଷେତ୍ରରୁ ନିବେଶ ଓ ସହଭାଗିତାକୁ ସ୍ୱାଗତ କରୁଛୁ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ।
ସେହିଭଳି ପର୍ଯ୍ୟଟନ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶ୍ରୀମତୀ ମୁଗ୍ଧା ସିହ୍ନା ଆଇଏଏସ୍ କହିଛନ୍ତି ଯେ, ବିବିଧ ପର୍ଯ୍ୟଟନ ଅନୁଭୂତି ପାଇଁ ଭାରତର ପ୍ରୟାସ ସହିତ ଓଡ଼ିଶାର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଛି ଏବଂ ଆମେ ଏହି ଯାତ୍ରାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ଏହାର ଉଦ୍ୟୋଗୀ ମନୋଭାବ ସହିତ ଏହାର ଅନ୍ତରରେ ଗଭୀର ଭାବରେ ଜଡ଼ିତ ରହିଛି । ରୋମାଂଚ ଖୋଜୁଥିବା ଲୋକଙ୍କ ପାଇଁ ଏହା ଏକ ଅନନ୍ୟ ଏବଂ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି । ଓଡ଼ିଶାର ସର୍ବୋତମ ରହସ୍ୟ ଉନ୍ମୋଚନ କରିବାକୁ ଆମେ ପ୍ରସ୍ତୁତ। ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକାଠି କରି ଓଡ଼ିଶା ପ୍ରକୃତରେ ଏକ ଆକର୍ଷଣ ପାଲଟିଛି ଏବଂ ଏହା ପର୍ଯ୍ୟଟନର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳାରେ ପରିଣତ ହୋଇଛି ବୋଲି
ଓଡ଼ିଶା ସରକାରଙ୍କ ଡିସି-କମ-ଏସିଏସ ଶ୍ରୀମତୀ ଅନୁ ଗାର୍ଗ କହିଛନ୍ତି ଯେ ପ୍ରଗତି କ୍ଷେତ୍ରରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି ଏବଂ ଆଜି ଆମେ ଗର୍ବର ସହ କହୁଛୁ ଯେ ପର୍ଯ୍ୟଟନ ହେଉଛି ଏକ ଅତ୍ୟାଧୁନିକ କ୍ଷେତ୍ର ଯେଉଁଥିରେ ଆମ ରାଜ୍ୟ ଅଗ୍ରଣୀ ।ଓଡ଼ିଶା ପ୍ରକୃତରେ ଆଶୀର୍ବାଦପ୍ରାପ୍ତ, ଅବ୍ୟବହୃତ ସମୁଦ୍ରକୂଳ, ଘଂଚ ଜଙ୍ଗଲ, ମନ୍ଦିର, ଜଳପ୍ରପାତ, ରାମସାର ସ୍ଥଳ, ଅଭୟାରଣ୍ୟ ପ୍ରଭୃତି ସବୁକିଛି ଆମ ପାଖରେ ଅଛି । ଆମ ରାଜ୍ୟ ୨୦୩୬ ଓ ୨୦୪୭ ପାଇଁ ଏକ ପରିକଳ୍ପନା କାର୍ଯ୍ୟରେ ନିୟୋଜିତ ଅଛି, ଯେଉଁଥିରେ ପର୍ଯ୍ୟଟନ ଆମର ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ଅଟେ ବୋଲି ସେ ପ୍ରକାଶ କରିଥିଲେ ।
ପର୍ଯ୍ୟଟନ କମିଶନର-କମ-ସଚିବ ଶ୍ରୀ ବଲୱନ୍ତ ସିଂଙ୍କ ଦ୍ୱାରା ଏକ ପ୍ରସଙ୍ଗ-ନିର୍ଦ୍ଧାରଣ ଅଧିବେଶନ ସହିତ କର୍ମଶାଳା ଆରମ୍ଭ ହୋଇଥିଲା । ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ପ୍ରାଚୀନ ଉପକୂଳଠାରୁ ଆରମ୍ଭ କରି ଭବ୍ୟ ପାହାଡ଼ ଓ ନଦୀ ପର୍ଯ୍ୟନ୍ତ ଦୁଃସାହସିକ ପର୍ଯ୍ୟଟନ ପାଇଁ ଓଡ଼ିଶା ଏକ ଉପଯୁକ୍ତ ଦୃଶ୍ୟରେ ଭରପୂର। ଏହି କର୍ମଶାଳା ଆମ ରାଜ୍ୟରେ ରୋମାଂଚ ପ୍ରେମୀଙ୍କ ପାଇଁ ସ୍ଥାୟିତ୍ୱ, ନିରାପତା ଏବଂ ବିଶ୍ୱସ୍ତରୀୟ ଅନୁଭୂତି ସୁନିଶ୍ଚିତ କରିବା ଦିଗରେ ଏକ ଗଠନମୂଳକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଦିଗରେ ଏକ ପଦକ୍ଷେପ ।
ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓଡ଼ିଶା ଆଡଭେଂଚର ଟୁରିଜିମ ମାର୍ଗଦର୍ଶିକା ୨୦୨୫ର ଡ୍ରାଫ୍ଟ ଉପସ୍ଥାପନ କରିଥିଲେ । ଏହା ରାଜ୍ୟରେ ସୁରକ୍ଷିତ ଏବଂ ସ୍ଥାୟୀ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନିୟାମକ ଢାଂଚା, ରଣନୀତିକ ସ୍ତମ୍ଭ, ରୋମାଂଚକର ସମ୍ଭାବ୍ୟ ଗନ୍ତବ୍ୟସ୍ଥଳ ଏବଂ ସର୍ବୋତମ ଅଭ୍ୟାସ ଉପରେ ଆଲୋଚନା ପାଇଁ ଭିତିଭୂମି ପ୍ରସ୍ତୁତ କରିଥିଲା ।ହଟ ଏୟାର ବେଲୁନ ଠାରୁ ଆରମ୍ଭ କରି ବଙ୍ଗି ଜମ୍ପିଂ, କାୟାକିଂଠାରୁ ଆରମ୍ଭ କରି ୱିଂଚ ପାରାସେଲିଂ ପର୍ଯ୍ୟନ୍ତ ସବୁ ପ୍ରକାର ଦୁଃସାହସିକ ପର୍ଯ୍ୟଟନ ପାଇଁ ଓଡ଼ିଶାରେ ଉପଯୁକ୍ତ ଗନ୍ତବ୍ୟସ୍ଥଳ ରହିଛି ବୋଲି ଶ୍ରୀ ବର୍ମା କହିଛନ୍ତି।
ଏହି ପ୍ରଦର୍ଶନୀ ଓଡିଶାର ଘରୋଇ ଟୁର ଅପରେଟର ଓ ସେଲରମାନଙ୍କୁ (ଟୁର ଅପରେଟର / ହୋଟେଲିୟର) ଗୋଟିଏ ମଂଚରେ ଏକାଠି କରିଛି। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହ ସହଭାଗିତାରେ ଆୟୋଜିତ ଏହି ୪ ଦିବସୀୟ କାର୍ଯ୍ୟକ୍ରମ ରଣନୈତିକ ବି୨ବି (ବିଜ୍ନେସ-ଟୁ-ବିଜ୍ନେସ) ଓ ବି୨ଜି (ବିଜ୍ନେସ-ଟୁ-ଗଭର୍ଣ୍ଣମେଂଟ) ଯୋଗଦାନ ମାଧ୍ୟମରେ ଓଡିଶାକୁ ଏକ ଅଗ୍ରଣୀ ପର୍ଯ୍ୟଟନ ଓ ନିବେଶ କେନ୍ଦ୍ର ଭାବେ ଅବସ୍ଥାପିତ କରିବାକୁ ଲକ୍ଷ୍ୟ ରହିଛି ।
ଆସାମ, ଛତିଶଗଡ, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁକଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତର ପ୍ରବେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକରୁ ୧୦୦ରୁ ଅଧିକ କ୍ରେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସଂଗଠିତ ବି୨ବି ବୈଠକଗୁଡିକର ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ରୁ ଅଧିକ ସେଲର, ଘରୋଇ ଓ ଅନ୍ତର୍ଜାତୀୟ ଟୁର ଅପରେଟରଙ୍କ ମଧ୍ୟରେ ୩୦୦୦ରୁ ଅଧିକ ପୂର୍ବ ନିର୍ଦ୍ଧାରିତ ବି୨ବି ବୈଠକରେ ଯୋଗ ଦେଇଥିଲେ । ଭବିଷ୍ୟତର ସହଭାଗିତା ଓ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗକୁ ଏହା ନିଶୟ ପ୍ରୋତ୍ସାହିତ କରିବ।
୬ଷ୍ଠ ଓଡିଶା ଟ୍ରାଭେଲ ବଜାର ୨୦୨୫ର ଅଂଶ ଭାବେ ମେଫେୟାର ଲାଗୁନ, ଭୁବନେଶ୍ୱରଠାରେ ଏକ ଦୁଃସାହସିକ ପର୍ଯ୍ୟଟନ (ଆଡ୍ଭେଂଚର ଟୁରିଜିମ) କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳା ଓଡିଶାର ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର ଭବିଷ୍ୟତକୁ ନୂଆ ରୂପ ଦେବା ପାଇଁ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ
…
Comments are closed.