ପିଓକେରେ ପାକିସ୍ତାନୀ ବଙ୍କର ଧ୍ୱଂସ କଲା ଭାରତ, ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ପାକିସ୍ତାନୀ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଭାରତ କଡ଼ା ସାମରିକ ଜବାବ ଜାରି ରଖିଛି। ଆଜି ସକାଳେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଭାରତୀୟ ସେନା ପିଓକେନିୟନ୍ତ୍ରଣ ରେଖାର ଅପର ପାର୍ଶ୍ୱରେ ଥିବା ଏକ ପାକିସ୍ତାନୀ ବଙ୍କରକୁ ସଫଳତାର ସହ ଧ୍ୱଂସ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୫ଟା ୪୪ମିନିଟରେ ଏହି ଆକ୍ରମଣ ହୋଇଥିଲା। ବିସ୍ଫୋରଣ ପରେ ବଙ୍କରଟି ତୀବ୍ର ଲାଲ ନିଆଁରେ ପରିଣତ ହେବା ର ମୁହୂର୍ତ୍ତକୁ ଏହି ଭିଡିଓରେ କଏଦ କରାଯାଇଛି।
ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଲା ଭାରତ
ଏହି ଫୁଟେଜ୍ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବରେ ଭରିଦେବ, କାରଣ ଏହା ଆତଙ୍କବାଦ ଭିତ୍ତିଭୂମିକୁ ଧ୍ୱଂସ କରିବା ଏବଂ ସୀମାପାରରୁ ଉତ୍ପନ୍ନ ହେଉଥିବା କୌଣସି ଶତ୍ରୁତାମୂଳକ ଉଦ୍ଦେଶ୍ୟକୁ ଦମନ କରିବା ପାଇଁ ଭାରତର ଦୃଢ଼ ସଂକଳ୍ପର ପ୍ରତୀକ। ଏହି ସାହସିକ ପଦକ୍ଷେପ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ଦୋହରାଇଛି ଏବଂ ପାକିସ୍ତାନର ଯେ କୌଣସି ଦୁଃସାହସକୁ ନିର୍ଣ୍ଣାୟକ ଏବଂ ଉପଯୁକ୍ତ ଜବାବ ଦିଆଯିବ ବୋଲି ସୂଚାଇ ଦେଇଛି।
Comments are closed.