‘ଏଥର ଏନର୍ଜି’ ଏବେ ଭୁବନେଶ୍ୱରରେ


ଭୁବନେଶ୍ୱର : ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସ୍କୁଟର ନିର୍ମାତା ‘ଏଥର ଏନର୍ଜି’ ୨ୟ ପର୍ଯ୍ୟାୟ ପ୍ରସାରଣର ଏକ ଅଂଶ ଭାବରେ ଭୁବନେଶ୍ୱରରେ ‘ଏଥର ୪୫୦ ଏକ୍ସ’ର ଶୁଭାରମ୍ଭର ଘୋଷଣା କରାଯାଇଛି । ପ୍ରାକ-ଅର୍ଡର ଗୁଡିକ, ଡିଲରସିପ ଅନୁରୋଧ ଗୁଡିକ ଏବଂ ଟେଷ୍ଟ ରାଇଡ ପାଇଁ ବହୁ ସଂଖ୍ୟକ ଅନୁରୋଧ ସେମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ପ୍ରସାରଣରେ ଏହି ନୂତନ ବଜାରକୁ ସାମିଲ କରିବା ପାଇଁ ‘ଏଥର ଏନର୍ଜି’କୁ ପ୍ରେରିତ କରିଥିଲା । ଭୁବନେଶ୍ୱରରେ ମଧ୍ୟ ଅନେକ ଏହାର ସୀମିତ ସଂସ୍କରଣ ସିରିଜ ୧ ଗାଡି ପାଇଁ ଯୋଗ୍ୟ ହୋଇଛନ୍ତି କାରଣ ସେମାନେ ନୂତନ ଉତ୍ପାଦ ଔପଚାରିକ ଶୁଭାରମ୍ଭ ପୂର୍ବରୁ ଜାନୁଆରୀ ୨୦୨୦ରେ ଅର୍ଡର ସ୍ଥାନିତ କରିଥିଲେ । ଭୁବନେଶ୍ୱରରେ ବଜାରରେ ପ୍ରବେଶ ସହିତ ‘ଏଥର ଏନର୍ଜି’ ଔପଚାରିକ ଭାବେ ଓଡିଶା ବଜାରରେ ଏହାର ପ୍ରବେଶ କରିଛି ।
କ୍ୟୁ ୧ ୨୦୨୧ ଶେଷ ସୁଧା, ‘ଏଥର ୪୫୦ ଏକ୍ସ’ ୨୭ଟି ସହର ରାସ୍ତାରେ ଉପସ୍ଥିତ ଥିବ- ପର୍ଯ୍ୟାୟ ୧ରେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଇମ୍ବାଟୁର, କୋଚି, କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଏନସିଆର, ମୁମ୍ବାଇ, ପଣେ ଏବଂ କୋଝିକୋଡରେ ଏବଂ ପର୍ଯ୍ୟାୟ୨ରେ ଅତିରିକ୍ତ ୧୬ଟି ସହରରେ ମହିଶୂର, ହୁବଲି, ଜୟପୁର, ଇନ୍ଦୋର, ପାନାଜି, ଭୁବନେଶ୍ୱର, ନାସିକ, ସୁରଟ, ଚଣ୍ଡିଗଡ, ବିଜୟୱାଡା, ବିଶାଖାପାଟନମ, ଗୌହ୍ୱାଟି, ନାଗପୁର, ନୋଏଡା , ଲକ୍ଷ୍ନୌ ଏବଂ ସିଲିଗୁଡିରେ ।
ଏହି ଅବସରରେ ‘ଏଥର ଏନର୍ଜି’ର ମୁଖ୍ୟ ବାଣିଜ୍ୟକ ଅଧିକାରୀ ରବନିତ ସିଂହ ପୋଖେଲା କହିଛନ୍ତି ଯେ, “୧୬ଟି ନୂଆ ବଜାରର ସଂଯୋଗ କରିବାକୁ ନେଇ ଆମେ ଖୁବ ଉତ୍ସାହିତ ଏବଂ ଆମେ ଆଗାମୀ ମାସ ଗୁଡିକରେ ଏ ସବୁ ସହରରେ ନିଜକ ସ୍ଥାପିତ କରିବା ପାଇଁ ଆଗ୍ରହର ସହ ଅପେକ୍ଷା କରିଛୁ । ଏହି ପ୍ରସାରମ ଗ୍ରାହକ, ଡିଲରସିପ ଏବଂ ‘ଏଥର ୪୫୦ ଏକ୍ସ’ର ବଜାର ସମୟରୁ ପାଇଥିବା ରାଇଡ ଅନୁରୋଧର ପରିଣାମ । ‘ଏଥର ଏନର୍ଜି’ ସବୁବେଳେ ଗ୍ରାହକମାନଙ୍କ ନିମନ୍ତେ ଇଲେକ୍ଟ୍ରିକକୁ ପରିବର୍ତ୍ତନ କରିବା ସହଜ କରିବା ସହଜ କରିବା ନିମନ୍ତେ ଉନ୍ନତ ଟେକ୍ନୋଲୋଜି ଏବଂ ନୂତନ ସମାଧାନ ବିଶିଷ୍ଟ ଭବିଷ୍ୟତ ପାଇଁ ଇଲେକ୍ଟ୍ରିକ ଟପ-ହ୍ୱିଲର ନିର୍ମାଣ ପାଇଁ ତତ୍ପର । ଆମେ ଦେଶବ୍ୟାପି ଏଥର ଉତ୍ପାଦଗୁଡିକୁ ପ୍ରଚଳିତ କରିବ ପାଇଁ ଏବଂ ଏକ ପ୍ରମିୟମ ଅଫର ପ୍ରଦାନ କରି ଗ୍ରାହକମାନଙ୍କର ଆବଶ୍ୟକତା ପୂରଣ ପାଇଁ ଲକ୍ଷ୍ୟ ରଖିଛୁ ।”


Share It

Comments are closed.