ଖାତାବୁକର ନୂଆ ପଗାରଖାତା ଆପ୍‌


ଭୁବନେଶ୍ୱର: ଭାରତର ଦ୍ରୁତବିକଶିତ ଫିନ୍‌ଟେକ ଷ୍ଟାର୍ଟଅପ ଖାତାବୁକ୍ ଏକ ନୂତନ କର୍ମଚାରୀ ପରିଚାଳନା ପ୍ଲାଟଫର୍ମ, ‘ପଗାରଖାତା’ ଆପ୍‌ର ଶୁଭାରମ୍ଭ କରିଛି । ଏହି ଆପ୍ ବ୍ୟବସାୟୀମାନଙ୍କୁ ମାସିକ/ଘଂଟିକିଆ ମଜୁରୀ, ରୋଜଗାର ପ୍ରକାର, ଉପସ୍ଥାନ/ ଛୁଟି, ପେସ୍ଲିପ୍‌ସ, ଦରମା ହିସାବ ଏବଂ ଅନ୍ୟାନ୍ୟ କାର୍ଯ୍ୟବଳ ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକୁ ଡିଜିଟାଲ ଭାବେ ପରିଚାଳନା କରିବାରେ ସାହାଯ୍ୟ କରିଥାଏ । ଏହି ଆପ୍ ଏକ ୟୁଜର ଫ୍ରେଣ୍ଡଲି ଇଂଟରଫେସ ସହିତ ୧୩ଟି ଭାଷା ବିକଳ୍ପରେ ଉପଲବ୍ଧ ହେଉଛି । ଏହି ଆପ ବର୍ତମାନ ଆଣ୍ଡ୍ରଏଡ ପାଇଁ ଉପଲବ୍ଧ ହେଉଛି ଏବଂ ବହୁତ ଜଲଦି ଏହା ଆଇଓଏସରେ ମଧ୍ୟ ଉପଲବ୍ଧ ହେବ ।
ପଗାରଖାତା ଆପ୍ ସହିତ ବ୍ୟବସାୟରେ କର୍ମଚାରୀଙ୍କ ରେକର୍ଡର ପରିଚାଳନା କରିବା, ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ପେମେଂଟ ପ୍ରକ୍ରିୟା ଦ୍ରୁତ କରିବା, ମତଭେଦ ହ୍ରାସ କରିବା, ଦରମା ହିସାବରେ ମନୁଷ୍ୟକୃତ ଭୁଲଗୁଡ଼ିକୁ ଦୂରକରିବା, ଡିଜିଟାଲ ଉପାୟରେ ଦରମା ପ୍ରଦାନ କରିବା ଏବଂ କର୍ମଚାରୀ ପରିଚାଳନା ସମ୍ବନ୍ଧିତ ଏହିଭଳି କାର୍ଯ୍ୟକଳାପଗୁଡ଼ିକରେ ଲାଗୁଥିବା ସମୟକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ଆପ୍‌ର ଉଦ୍ଦେଶ୍ୟ ହେଉଛି ଦୈନିକ ପରିଚାଳନାକୁ ବ୍ୟବସ୍ଥିତ କରି ପ୍ରଡକ୍ଟିଭ ଫଳାଫଳକୁ ସକରାତ୍ମକ ଭାବରେ ପ୍ରଭାବିତ କରି ଭାରତରେ ଏମଏସଏମଇ ଇକୋସିଷ୍ଟମକୁ ସଂଗଠିତ କରିବା । ଏହା ସମ୍ପର୍କରେ ଖାତାବୁକର ସିଇଓ ତଥା ସହ ପ୍ରତିଷ୍ଠାତା ଶ୍ରୀ ରବିଶ ନରେଶ କହିଛନ୍ତି ଯେ, “ଭାରତର ଏମଏସଏମଇଙ୍କୁ ଡିଜିଟାଲ ସକ୍ଷମ କରିବା ପାଇଁ ପଗାରଖାତା ହେଉଛି ଆମର ଏକ ପଦକ୍ଷେପ । ଏହା ଏମଏସଏମଇମାନଙ୍କୁ ସେମାନଙ୍କର ଶ୍ରମିକମାନଙ୍କୁ ପରିଚାଳନା କରିବା ପାଇଁ ଡିଜିଟାଲ ସମାଧାନ ଯୋଗାଇଦେବ ।”


Share It

Comments are closed.