ଆସସ୍ ପକ୍ଷରୁ ଅଭିନବ ଓ ଅଲ୍‌ଟ୍ରା ପୋର୍ଟେବୁଲ୍ ଜେନ୍‌ବୁକ୍‌, ଭିଭୋବୁକ୍ ରେଞ୍ଜ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ତାଇୱାନିଜ୍ ଟେକ୍ ପିସି ଜିଆଂଟ୍ ଆସସ୍ ପକ୍ଷରୁ ଆଜି ଏହାର ଅଭିନବ ଓ ଷ୍ଟାଇଲିସ୍ ଜେନ୍‌ବୁକ୍ ଓ ଭିଭୋବୁକ୍ ସିରିଜ୍‌ରେ ୪ଟି ନୂତନ ସଂସ୍କରଣ; ଦି ଜେନ୍‌ବୁକ୍ ୧୩/୧୪ (ୟୁଏକ୍ସ୩୨୫/ୟୁଏକ୍ସ୪୨୫), ଦି ଭିଭୋବୁକ୍‌ସ ଏସ୍‌୧୪ (ଏସ୍‌୪୩୩) ଓ ଦି ଭିଭୋବୁକ୍ ଅଲ୍‌ଟ୍ରା କେ୧୪ (କେ୪୧୩)ର ଶୁଭାରମ୍ଭ କରାଯାଇଛି । ଉପଭୋକ୍ତା ନୋଟ୍‌ବୁକ୍ ବର୍ଗରେ ନିଜର ୧୫%ର ବଜାର ଅଂଶକୁ ମଜଭୁତ କରି ଆସସ୍ ଇଣ୍‌ହିଆ ୧୦ମ ପିଢିର ଜେନ୍ ଇଂଟେଲ୍ କୋର୍ ମୋବାଇଲ ପ୍ରୋସେସର୍ ଦ୍ୱାରା ପରିଚାଳିତ ଏହି ନୂତନ ଶୃଙ୍ଖଳାକୁ ନେଇ ଖୁବ୍ ଆତ୍ମବିଶ୍ୱାସୀ ରହିଛି । ଜେନ୍‌ବୁକ୍ ୧୩ ୟୁଏକ୍ସ୩୨୫ର ପ୍ରାରମ୍ଭିକ ମୁଲ୍ୟ ମାତ୍ର ୭୯,୯୯୦ ଟଙ୍କା ରହିଥିବାବେଳେ ଆମାଜନ୍‌/ଫ୍ଲିପ୍‌କାର୍ଟ/ଅଫ୍‌ଲାଇନ୍ ଚ୍ୟାନେଲରେ ଜୁଲାଇ ୩୦ ତାରିଖରୁ ଉପଲବ୍ଧ ହେଉଛି । ଜେନ୍‌ବୁକ୍ ୧୪ୟୁଏକ୍ସ୪୨୫ର ପ୍ରାରମ୍ଭିକ ମୁଲ୍ୟ ମାତ୍ର ୭୯,୯୯୦ ଟଙ୍କା, ଭିଭୋବୁକ୍‌ଏସ୍ ଏସ୍‌୧୪ ଏସ୍‌୪୩୩ର ମୁଲ୍ୟ ୬୭,୯୯୦ ଟଙ୍କା ଏବଂ ଭିଭୋବୁକ୍ ଅଲ୍‌ଟ୍ରା କେ୧୪ କେ୪୧୩ର ପ୍ରାରମ୍ଭିକ ମୁଲ୍ୟ ମାତ୍ର ୩୯,୯୯୦ ଟଙ୍କା ରହିଛି ।
ଏହି ଶୁଭାରମ୍ଭ ଅବସରରେ ଆସସ୍ ଇଣ୍ଡିଆର ସିଷ୍ଟମ ବିଜ୍‌ନେସ୍ ଗ୍ରୁପ୍‌ର କଞ୍ଜ୍ୟୁମର ଆଣ୍ଡ ଗେମିଙ୍ଗ୍ ପିସି ବିଭାଗର ବିଜ୍‌ନେସ ହେଡ୍‌,ଆର୍ଣ୍ଣଲ୍ଡ ସୁ କହିଛନ୍ତି, “ଉପଭୋକ୍ତା ଲାପ୍‌ଟପ୍ ବର୍ଗ ଏକ ନବୀକରଣ ସ୍ଥିତିରେ ଗତି କରୁଛି, ବିଶେଷ କରି ସାମ୍ପ୍ରତିକ ପରିସ୍ଥିତିରେ, ଯେତେବେଳେ ଟେକ୍ନୋଲୋଜି ପୂର୍ବ ତୁଳନାରେ ଅଧିକ ଦ୍ରୁତବେଗରେ ଇଂଟର୍‌କନେକ୍ଟ ହେଉଛି । ୧୦ମ ପିଢିର ଇଂଟେଲ୍ ପ୍ରୋସେସର୍ ଦ୍ୱାରା ପରିଚାଳିତ ଜେନ୍‌ବୁକ୍ ଓ ଭିଭୋବୁକ୍‌ର ଏହି ନୂତନ ଶୃଙ୍ଖଳା ସହିତ ଆମର ଉପଭୋକ୍ତାମାନଙ୍କ ପାଇଁ ଏହି ଅତ୍ୟାଧୁନିକ ଉଦ୍ଭାବନ ଆଣିଥିବାରୁ ଆମେ ଗର୍ବିତ । ଏହି ନୂତନ ଉତ୍ପାଦଗୁଡିକ ନିଜର ସ୍ୱତନ୍ତ୍ର ଡିଜାଇନ୍ ଓ ଏକ୍‌ଲେକ୍‌ଟିକ୍ ହ୍ୟୁଜ୍ ସହିତ ଦେଶବ୍ୟାପୀ ଉପଭୋକ୍ତାମାନଙ୍କର ହୃଦୟକୁ ଜିତିପାରିବେ ବୋଲି ଆମର ବିଶ୍ୱାସ ରହିଛି ।”
ସେହିପରି ଇଂଟେଲ୍ ଇଣ୍ଡିଆର ରିଟେଲ୍ ବିଭାଗର ନିର୍ଦ୍ଦେଶକ ରାହୁଲ ମଲ୍‌ହୋତ୍ରା କହିଛନ୍ତି, “ଇଂଟେଲ୍‌ର ହାଇଲି ଇଂଟିଗ୍ରେଟେଡ୍ ୧୦ମ ପିଢିର ଇଂଟେଲ୍ କୋର୍ ମୋବାଇଲ ପ୍ରୋସେସର୍‌ଗୁଡିକ ଚମତ୍କାର ଭାବେ ପତଳା ଓ ହାଲୁକା ଲାପ୍‌ଟପ୍‌ଗୁଡିକରେ ଅତୁଳନୀୟ ନମଜ୍ଜିତ ମନୋରଞ୍ଜନକୁ ସକ୍ଷମ କରିଥାନ୍ତି । ଇଂଟେଲ ଆଇରିସ ପ୍ଲସ୍ ଗ୍ରାଫିକ୍ସ ଫିଚର ଥିବା ୧୦ମ ପିଢିର ଇଂଟେଲ୍ କୋର୍ ପ୍ରୋସେସର ପରିଚାଳିତ ସିଷ୍ଟମଗୁଡିକ ଗେମିଙ୍ଗ୍‌, ଷ୍ଟ୍ରିମିଂ ଓ କ୍ରିଏଟିଭିଟି ଦିଗରେ ଏକ ବିଶାଳ ଲମ୍ଫ ଦେଇଥିବା ବେଳେ ପୋର୍ଟେବୁଲ ଡିଭାଇସ୍‌ଗୁଡିକ କ୍ଷେତ୍ରରେ ଏକ ସୁଗମ ଓ ଉଜ୍ଜ୍ୱଳ ଅଭିଜ୍ଞତାକୁ ସକ୍ଷମ କରିପାରିଛନ୍ତି । ୧୦ ପିଢିର ଇଂଟେଲ୍ କୋର୍ ପ୍ରୋସେସର୍‌ଗୁଡିକ ଦ୍ୱାରା ପରିଚାଳିତ ଜେନ୍‌ବୁକ୍ ଓ ଭିଭୋବୁକ୍‌ର ନୂତନ ଶୃଙ୍ଖଳା ହେଉଛି ଆଜିର ମୋବାଇଲ ପିସି ପ୍ଲାଟ୍‌ଫର୍ମଗୁଡିକରେ ସମ୍ଭବ ହୋଇପାରିଥିବା ଶକ୍ତିଶାଳୀ ଉଦ୍ଭାବନର ଉଦାହରଣ ।”


Share It

Comments are closed.