ସାମସଙ୍ଗ ପକ୍ଷରୁ ନୂତନ ୟୁଏଚଡି ବିଜ୍‌ନେସ୍ ଟିଭି ରେଞ୍ଜର ଶୁଭାରମ୍ଭ


ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଭାରତରେ ରେଷ୍ଟୁରାଂଟ, ରିଟେଲ ସପିଂ କମ୍ପେ୍ଲକ୍ସ, ସାଲୋନ ଏବଂ ଏହିପରି ଆହୁରି ଅନେକ ବ୍ୟବସାୟରେ ଥିବା ଗ୍ରାହକମାନଙ୍କ ପାଇଁ ଏକ ନୂତନ ରେଞ୍ଜର ବିଜନେସ ଟେଲିଭିଜନର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଞ୍ଜର ବିଜନେସ ଟିଭିରେ ନୂତନ ଆପ୍ଲିକେସନ, ଡାଇନାମିକ କଂଟେଟ ଓ ଭିଜୁଆଲ ଅନୁଭୂତି, ସାମସଙ୍ଗ କମର୍ସିଆଲ ସାଇନଏଜ ଡିସପ୍ଲେ ଓ ଅତ୍ୟାଧୁନିକ ଟିଭି ଟେକ୍ନୋଲୋଜି ରହିଛି । ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ନିଜର ଗ୍ରାହକ ଅଭିଜ୍ଞତାରେ ଉନ୍ନତି ଆଣିପାରିବେ । ସାମସଙ୍ଗ ବିଜନେସ ଟିଭିକୁ ଦିନରେ ୧୬ ଘଂଟା ଚାଲିବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଥିବା ଅନ/ ଅଫ ଟାଇମର ସ୍ୱୟଂଚାଳିତ ଭାବେ ନିର୍ଦ୍ଧାରିତ ବ୍ୟବସାୟ ନିର୍ଘଂଟ ମଧ୍ୟରେ କାର୍ଯ୍ୟ କରିଥାଏ । ସାମସଙ୍ଗ ବିଜନେସ ଟିଭିରେ ପ୍ରିେଲୋଡେଡ ହୋଇଥିବା ୧୦୦ଟି ମାଗଣା ଟେମ୍ପଲେଟ ରହିଛି, ଯାହାକି ବ୍ୟବସାୟୀଙ୍କୁ ନିଜସ୍ୱ କଂଟେଟ ପ୍ରସ୍ତୁତ କରିବାର ସୁଯୋଗ ଦେଇଥାଏ । ଏହି ଟିଭିରେ ଥିବା ଅଲଟ୍ରା ହାଇ ଡେଫିନେସନ ଡିସପ୍ଲେ ଉଚ୍ଚ ମାନର କଂଟେଟ ପ୍ରଦର୍ଶିତ କରିଥାଏ ଯଦ୍ୱାରା ଛୋଟ ଓ ମଧ୍ୟମ ବ୍ୟବସାୟୀମାନେ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ ।
କଷ୍ଟମାଇଜେବଲ ମାଗଣା ଟେମ୍ପଲେଟ ସହିତ ସାମସଙ୍ଗ ବିଜନେସ ଟିଭି ଆପ କଂଟେଟଗୁଡ଼ିକୁ ରିମୋଟ ଦ୍ୱାରା ପରିଚାଳନା କରିବାର ଅନୁମତି ଦେଇଥାଏ । ସାମସଙ୍ଗ ବିଜନେସ ଟିଭି ଆପ ଡାଉନଲୋଡ଼ ପରେ ୟୁଜରଙ୍କ ଡିଭାଇସ ଆପେଆପେ ଟିଭି ସହିତ କନେକ୍ଟ ହୋଇ ତୁରନ୍ତ ବ୍ୟବହାର ପାଇଁ ଉପଲବ୍ଧ ହୋଇଯାଏ । ଏହି କଂଟେଟ ପରିଚାଳନା ଆପ୍ କଂଟେଟର ସରଳ ଅପଲୋଡ଼ ପ୍ରଦାନ କରିଥାଏ । ଏହାଛଡ଼ା ସାମସଙ୍ଗ ବିଜନେସ ଟିଭି ଆପ୍ ଉଭୟ ଆଇଓଏସ ଏବଂ ଆଣ୍ଡ୍ରଏଡ ଡିଭାଇସ ପାଇଁ ଉପଲବ୍ଧ ହେଉଛି । ଏହାଦ୍ୱାରା ଗ୍ରାହକମାନେ ଦୂରରେ ଥାଇ ମଧ୍ୟ ନିଜ ସ୍ମାର୍ଟଫୋନ ଜରିଆରେ କଂଟେଟ ପରିଚାଳନା କରିପାରିବେ । ଏହି ଟିଭି ସିରିଜ ଭିନ୍ନ ଭିନ୍ନ ସାଇଜରେ ୭୫, ୦୦୦ଟଙ୍କା ରୁ ୧,୭୫,୦୦୦ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି । ଏଥିରେ ତିନିବର୍ଷର ୱାରେଂଟି ରହିଛି ଯାହାକି ବ୍ୟବସାୟୀମାନଙ୍କୁ ଦୀର୍ଘକାଳୀନ ସହାୟତା ପ୍ରଦାନ କରିଥାଏ ।
“ଏହି ନୂତନ ସାମସଙ୍ଗ ବିଜନେସ ଟିଭି ସହିତ ଆମେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରୟାସ କରୁଛୁ ଏବଂ ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ତ୍ରୁଟିମୁକ୍ତ ତଥା ଫଳପ୍ରଦ କରିବାରେ ଓ ଉପଯୁକ୍ତ ଯୋଗାଯୋଗ ସ୍ଥାପନ କରିବାରେ ସାହାଯ୍ୟ କରୁଅଛୁ ।” ବୋଲି ସାମସଙ୍ଗ ଇଣ୍ଡିଆର, ଉପଭୋକ୍ତା ଇଲୋକ୍ଟ୍ରୋନିକ୍ସ ଏଂଟରପ୍ରାଇଜେସ ବିଜନେସର ଉପାଧ୍ୟକ୍ଷ ଶ୍ରୀ ପୁନିତ ସେଠ କହିଛନ୍ତି ।


Share It

Comments are closed.