ୟଶରାଜ ବ୍ୟାନରର ଫିଲ୍ମ ସୁଇ ଧାଗାର ଟ୍ରେଲର ରିଲିଜ
[vc_row][vc_column][vc_column_text]ୟଶ ରାଜ ବ୍ୟାନରର ବହୁ ଚର୍ଚ୍ଚିତ ଫିଲ୍ମ ସୁଇ ଧାଗାର ଟ୍ରେଲର ଆଜି ରିଲିଜ ହୋଇଛି । ବରୁଣ ଧୱନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନିତ ସୁଇ ଧାଗା ଫିଲ୍ମଟି ମେକ ଇନ ଇଣ୍ଡିଆ ବିଷୟବସ୍ତୁ ସହିତ ପ୍ରସ୍ତୁତ ହୋଇଛି । ଫିଲ୍ମଟିରେ ଶରତ କାଟରିଆ ନିର୍ଦ୍ଦେଶନା ପ୍ରଦାନ କରିଥିବା ବେଳେ ମନିଷ ଶର୍ମା ଏହାର ପ୍ରଡ୍ୟୁସର ଅଛନ୍ତି । ଏଥିରେ ଉଭୟ ବରୁଣ ଏବଂ ଅନୁଷ୍କାଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଅଗଷ୍ଟ ୧୦ରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରି ବରୁଣ ଏବଂ ଅନୁଷ୍କା ନିଜ ପ୍ରଶଂସକମାନଙ୍କୁ ସେମାନଙ୍କ ଫିଲ୍ମର ଟ୍ରେଲର ଅଗଷ୍ଟ ୧୩ରେ ଆସିବ ବୋଲି ଜଣାଇଥିଲେ । ସୁଇ ଧାଗା ସେପ୍ଟେମ୍ବର ୨୮ରେ ପରଦାକୁ ଆସିବ ।
ଫିଲ୍ମଟିରେ ବରୁଣ ‘ମୌଜି’ ଏବଂ ଅନୁଷ୍କା ‘ମମତା’ଙ୍କ ଭୂମିକାରେ ନଜରରେ ଆସିବେ । ସୁଇ ଧାଗାର ବିଷୟ ବସ୍ତୁ ଭାରତର ସମସ୍ତ କ୍ଷୁଦ୍ର ଉଦ୍ୟୋଗକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିପାରିବ । ଫିଲ୍ମଟିରେ ଅନୁଷ୍କାଙ୍କୁ ଗାଁର ବସବାସ କରୁଥିବା ଏକ ସାଧାରଣ ଗୃହିଣୀ ଏବଂ ବରୁଣ ଏକ ଦୋକାନରେ କାମ କରୁଥିବା ସାଧାରଣ କର୍ମଚାରୀ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମଟିରେ କିପରି ବହୁ ଅସୁବିଧା ଏବଂ ଅଭାବ ସତ୍ତେ୍ୱ ଜଣେ ନିଜର ବ୍ୟବସାୟରେ ସଫଳତା ଅର୍ଜନ କରିଛନ୍ତି ତାହା ଦର୍ଶାଯାଇଛି ।[/vc_column_text][vc_video link=”https://www.youtube.com/watch?v=VUe3p23AJMo”][vc_column_text]ଦୋକାନରେ ସାଧାରଣ ଏକ କର୍ମଚାରୀଭାବେ କାମ କରୁଥିବା ମୌଜି ଆତ୍ମସମ୍ମାନକୁ ପଛରେ ପକାଇ ନିଜ ମାଲିକଙ୍କ ମନୋରଞ୍ଜନ ପାଇଁ କିଛି ବି କରୁଥିବାର ଦେଖି ତାଙ୍କ ପତ୍ନୀ ଅନୁଷ୍କା ତାଙ୍କୁ ସମ୍ମାନର ସହିତ ନିଜର କିଛି କାମ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ବରୁଣଙ୍କ ଜେଜେବାପା ଜଣେ ଟ୍ରେଲର ଥିବା ବେଳେ ତାଙ୍କର ପୋସାକୁ ଆଗକୁ ବୃଦ୍ଧି କରିବାକୁ ଅନୁଷ୍କା ବରୁଣଙ୍କୁ କହୁଛନ୍ତି । ପତ୍ନୀଙ୍କ ପ୍ରୋତ୍ସାହନ ଏବଂ ସହଯୋଗ ଦ୍ୱାରା ଉଭୟ ନିଜର ଏକ କପଡା ପ୍ରସ୍ତୁତକାରୀ କମ୍ପାନୀ ଖୋଲୁଛନ୍ତି ଯାହାର ନାମ ରଖୁଛନ୍ତି ସୁଇ ଧାଗା ମେଡ ଇନ ଇଣ୍ଡିଆ । ଫିଲ୍ମଟ ବିଷୟ ବସ୍ତୁ ସମସ୍ତଙ୍କ ହୃଦୟସ୍ପର୍ଶୀ ହେବା ସହିତ ଏହା ଭାରତର ସମସ୍ତ ପ୍ରକାର ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିପାରିବ ବୋଲି ଆଶା କରୁଛି ବୋଲି ଏହାର ପ୍ରଡ୍ୟୁସର ମନିଷ ଶର୍ମା କହିଥିଲେ । ଏହାର ବିଷୟ ବସ୍ତୁ ତଥା ବରୁଣ ଏବଂ ଅନୁଷ୍କାଙ୍କ ଅଭିନୟ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରିପାରିବ ବୋଲି ଆଶା କରାଯାଉଛି ।[/vc_column_text][/vc_column][/vc_row]
Comments are closed.